ଦୁନିଆର ସବୁଠୁ ମହଙ୍ଗା ଡାଲି, ‘ଦାଲ୍ କଶକନ୍’ରେ ଦିଆଯାଉଛି ୨୪ କ୍ୟାରେଟ୍ ସୁନାର ଛୁଙ୍କ
ନୂଆଦିଲ୍ଲୀ ୧୧।୦୩: ଗହଣା, ଡିଜାଇନର ପୋଷାକ ପ୍ରସ୍ତୁତି ଲାଗି ସୁନା-ରୂପାର ବ୍ୟବହାର କରାଯାଏ । ଏବେ ଖାଦ୍ୟର ସ୍ୱାଦ ବଢ଼ାଇବା ଲାଗି ବ୍ୟବହୃତ ହେଉଛି ଏହି ମୂଲ୍ୟବାନ ଧାତୁ । ଏବିଷୟରେ ଆପଣମାନେ କେବେ ଶୁଣିଛନ୍ତି କି ? ସେଲିବ୍ରିଟି ସେଫ୍ ରଣବୀର ବରାର ଦୁବାଇରେ ନିଜର ରେସ୍ତୋରାଁ କଶକନ୍ରେ ଏକ ସ୍ୱତନ୍ତ୍ର ପ୍ରକାର ଡାଲି ପରିବେଷଣ କରୁଛନ୍ତି । ସେଥିରେ ତଡ୍କା ବା ଛୁଙ୍କ ଲଗାଇବା ସମୟରେ ମସଲା ସହିତ ୨୪କ୍ୟାରେଟ୍ ସୁନା ମିଶାଯାଉଛି । ଏହି ସ୍ୱତନ୍ତ୍ର ଆଇଟମ୍ର ନାମ ରହିଛି ‘ଦାଲ୍ କଶକନ୍’ । ଏହା ବିଶ୍ୱର ସବୁଠୁ ଦାମୀ ଡାଲି ମଧ୍ୟରେ ଅନ୍ୟତମ ହୋଇଥିବାବେଳେ ଦାମ୍ ହେଉଛି ଭାରତୀୟ ମୁଦ୍ରାରେ ପ୍ରାୟ ୧୩୦୦ ଟଙ୍କା । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ୍ ହେଉଛି । ଇନ୍ଷ୍ଟାଗ୍ରାମରେ ଏକ ହ୍ୟାଣ୍ଡଲରୁ ତାକୁ ସେୟାର କରାଯାଇଛି । କ୍ୟାପସନ୍ରେ ଲେଖାଯାଇଛି, ଦୁବାଇର ପ୍ରସିଦ୍ଧ ସିଟି ମଲ୍ରେ ସେଫ୍ ରଣବୀର ବରାରଙ୍କର ୨୪ କ୍ୟାରେଟ୍ ସୁନା ତଡ୍କାଯୁକ୍ତ ଡାଲି ।ଏହି ସ୍ୱତନ୍ତ୍ର ଡାଲିକୁ କିଭଳି ପରଷାଯାଇଥାଏ ସେଥିନେଇ ରେସ୍ତୋରାଁର ଜଣେ କର୍ମଚାରୀ ବୟାନ ବି ରଖିଛନ୍ତି । ତାଙ୍କ ଅନୁସାରେ, ପୁରୁଣା ଯୁଗରେ ଲୋକମାନେ ସୁନା-ରୂପାର ଗହଣାକୁ ସିନ୍ଦୁକରେ ରଖୁଥିଲେ । ଆମେ ସେଭଳି ଏକ ଅନୁଭୂତି ଆଣି ଦେବାଲାଗି ଡାଲିକୁ ଏକ କାଠ ସିନ୍ଦୁକରେ ସଜାଇ ରଖିଥାଉ । ଗ୍ରାହକଙ୍କ ସାମ୍ନାରେ ହିଁ ଡାଲିରେ ୨୪ କ୍
ନୂଆଦିଲ୍ଲୀ ୧୧।୦୩: ଗହଣା, ଡିଜାଇନର ପୋଷାକ ପ୍ରସ୍ତୁତି ଲାଗି ସୁନା-ରୂପାର ବ୍ୟବହାର କରାଯାଏ । ଏବେ ଖାଦ୍ୟର ସ୍ୱାଦ ବଢ଼ାଇବା ଲାଗି ବ୍ୟବହୃତ ହେଉଛି ଏହି ମୂଲ୍ୟବାନ ଧାତୁ । ଏବିଷୟରେ ଆପଣମାନେ କେବେ ଶୁଣିଛନ୍ତି କି ? ସେଲିବ୍ରିଟି ସେଫ୍ ରଣବୀର ବରାର ଦୁବାଇରେ ନିଜର ରେସ୍ତୋରାଁ କଶକନ୍ରେ ଏକ ସ୍ୱତନ୍ତ୍ର ପ୍ରକାର ଡାଲି ପରିବେଷଣ କରୁଛନ୍ତି । ସେଥିରେ ତଡ୍କା ବା ଛୁଙ୍କ ଲଗାଇବା ସମୟରେ ମସଲା ସହିତ ୨୪କ୍ୟାରେଟ୍ ସୁନା ମିଶାଯାଉଛି ।
ଏହି ସ୍ୱତନ୍ତ୍ର ଆଇଟମ୍ର ନାମ ରହିଛି ‘ଦାଲ୍ କଶକନ୍’ । ଏହା ବିଶ୍ୱର ସବୁଠୁ ଦାମୀ ଡାଲି ମଧ୍ୟରେ ଅନ୍ୟତମ ହୋଇଥିବାବେଳେ ଦାମ୍ ହେଉଛି ଭାରତୀୟ ମୁଦ୍ରାରେ ପ୍ରାୟ ୧୩୦୦ ଟଙ୍କା । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ୍ ହେଉଛି । ଇନ୍ଷ୍ଟାଗ୍ରାମରେ ଏକ ହ୍ୟାଣ୍ଡଲରୁ ତାକୁ ସେୟାର କରାଯାଇଛି । କ୍ୟାପସନ୍ରେ ଲେଖାଯାଇଛି, ଦୁବାଇର ପ୍ରସିଦ୍ଧ ସିଟି ମଲ୍ରେ ସେଫ୍ ରଣବୀର ବରାରଙ୍କର ୨୪ କ୍ୟାରେଟ୍ ସୁନା ତଡ୍କାଯୁକ୍ତ ଡାଲି ।
ଏହି ସ୍ୱତନ୍ତ୍ର ଡାଲିକୁ କିଭଳି ପରଷାଯାଇଥାଏ ସେଥିନେଇ ରେସ୍ତୋରାଁର ଜଣେ କର୍ମଚାରୀ ବୟାନ ବି ରଖିଛନ୍ତି । ତାଙ୍କ ଅନୁସାରେ, ପୁରୁଣା ଯୁଗରେ ଲୋକମାନେ ସୁନା-ରୂପାର ଗହଣାକୁ ସିନ୍ଦୁକରେ ରଖୁଥିଲେ । ଆମେ ସେଭଳି ଏକ ଅନୁଭୂତି ଆଣି ଦେବାଲାଗି ଡାଲିକୁ ଏକ କାଠ ସିନ୍ଦୁକରେ ସଜାଇ ରଖିଥାଉ । ଗ୍ରାହକଙ୍କ ସାମ୍ନାରେ ହିଁ ଡାଲିରେ ୨୪ କ୍ୟାରେଟ୍ ସୁନା ଗୁଣ୍ଡର ତଡ୍କା ଲଗାଯାଇଥାଏ । ସେହି ଭିଡିଓକୁ ଅଦ୍ୟାବଧି ପ୍ରାୟ ୨ ଲକ୍ଷ ଥର ଦେଖାଯାଇସାରିଛି ।