ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ…
ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ ଛବି ଅର୍ଥାତ୍ ହୋଲଗ୍ରାମକୁ। ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ହେବାକୁ ଯାଉଛି। ଯେଉଁଠି ସ୍ପେନରେ ଜଣେ ମହିଳା ଏଆଇ (ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ରେ ପ୍ରସ୍ତୁତ ପାର୍ଟନରଙ୍କୁ ବିବାହ କରିବେ। ଏମାନେ ବିଶ୍ୱର ପ୍ରଥମ ହାଇବ୍ରିଡ କପୁଲ ଭାବେ ଜଣେ ମାଂସରକ୍ତରେ ତିଆରି ମଣିଷ ଜଣେ ଏଆଇ ଭର୍ଚୁଆଲ […] The post ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ… appeared first on Dharitri Odia News.
ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ ଛବି ଅର୍ଥାତ୍ ହୋଲଗ୍ରାମକୁ। ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ହେବାକୁ ଯାଉଛି। ଯେଉଁଠି ସ୍ପେନରେ ଜଣେ ମହିଳା ଏଆଇ (ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ରେ ପ୍ରସ୍ତୁତ ପାର୍ଟନରଙ୍କୁ ବିବାହ କରିବେ। ଏମାନେ ବିଶ୍ୱର ପ୍ରଥମ ହାଇବ୍ରିଡ କପୁଲ ଭାବେ ଜଣେ ମାଂସରକ୍ତରେ ତିଆରି ମଣିଷ ଜଣେ ଏଆଇ ଭର୍ଚୁଆଲ ପୁରୁଷଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା! ହେଲେ ଏହା ସତ।
ଆର୍ଟିଷ୍ଟ ଆଲିସିଆ ଫ୍ରାମିସ ଏଆଇ ହୋଲୋଗ୍ରାମକୁ ବିବାହ କରିବେ। ଯାହା ପୂର୍ବରୁ ସାଇନ୍ସ ଫିକଶନ ଫିଲ୍ମରେ ଦେଖିବାକୁ ମିଳୁଥିଲା ଏବେ ତାହା ସତ ହେବାକୁ ଯାଉଛି। ହାଇବ୍ରିଡ କପୁଲ ନାମକ ଏକ ଇନଷ୍ଟା ଆକାଉଣ୍ଟ ଏହି ପାର୍ଟନରଙ୍କ ଫଟୋ ପୋଷ୍ଟ କରିଛି।
ଭବିଷ୍ୟତରେ ହେବାକୁ ଥିବା ବିବାହ ଓ ରିଲେଶନଶିପ୍ରେ ଏହା ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।
wionews ଅନୁସାରେ, ଆଲିସିଆ ନିଜ ବିବାହର ଭେନ୍ୟୁ ବୁକ୍ କରିସାରିଛନ୍ତି। ଏବେ ସେ ତାଙ୍କ ବିବାହ ପାଇଁ ଡ୍ରେସ୍ ପ୍ରସ୍ତୁତ କରୁଛନ୍ତି। ଆଲିସିଆଙ୍କ କହିବା ମୁତାବକ, ତାଙ୍କ ଏଆଇ ପାର୍ଟନରଙ୍କ ନାଁ ଆଲେକ୍ସ ଅଟେ।
The post ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ… appeared first on Dharitri Odia News.