ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା

ନନ୍ଦିଘୋଷ ବ୍ୟୁରୋ: ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ରାଜ୍ୟର କଳା, ସଂସ୍କୃତି ଓ... The post ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା appeared first on .

ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା

ନନ୍ଦିଘୋଷ ବ୍ୟୁରୋ: ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ତଥା ଦେଶ ବାହାରେ ପରିଚୟ ଦେବା ପାଇଁ ସରକାରଙ୍କ ଭିନ୍ନ ପ୍ରୟାସ । ଓଡ଼ିଶାର ଲୋକକଳା ଓ କଳାକାରଙ୍କ ପ୍ରତିଭାକୁ ମିଳିଛି ପରିଚୟ । ଦୁବାଇରେ ଓଡିଆ ଜନଜାତି ଶିଳ୍ପୀ ଦେଖାଇଛନ୍ତି କମାଲ । ବିଦେଶ ମାଟିରେ ପ୍ରଥମ ଥର ପାଇଁ ରାଜ୍ଯ ସରକାରଙ୍କ ଓଡିଆ ଭାଷା ସାହିତ୍ଯ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ପ୍ରଦର୍ଶନୀ ଆୟୋଜିତ । ଦୁବାଇର ହୟାତ ପ୍ଲେସ ଏଆଇ ରିଗ୍ଗାରେ ଏହି ପ୍ରଦର୍ଶନୀ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଭାରତର କନସୁଲ୍ ଜେନେରାଲ୍ ସତୀଶ କୁମାର ଶିବମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଓଡିଆ ଜନଜାତିର ବଛା ବଛା ୧୫ ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ରଙ୍ଗତୂଳୀରେ କାନଭାସରେ ଜୀବନ୍ତ ହୋଇଉଠିଛି ପେଣ୍ଟିଂ।  ସଉରା, ସାନ୍ତାଳୀ, କୋହ୍ଲ, କନ୍ଧ ଏବଂ ପରଜା ଆଦିବାସୀଙ୍କ ଜୀବନ ଓ ଜୀବିକା ଏହି ପେଣ୍ଟିଂ ମାଧ୍ୟମରେ ଜୀବନ୍ତ ହୋଇଛି।। ରାୟଗଡ଼ା,କୋରାପୁଟ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛନ୍ତି ଏହି କଳାକାର। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଛନ୍ତି।

The post ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା appeared first on .