ଦୁବାଇର ହାଲ ବେହାଲ, ପାରା ୬୨ ଡିଗ୍ରୀ ପାର୍...ସୁନାର ସହରରେ ଶୋଚନୀୟ ହୋଇପଡିଛି ଅବସ୍ଥା
ଦୁବାଇ ୧୭/୦୭: ୧୬ ଜୁଲାଇ ୨୦୨୪ ଅପରାହ୍ନରେ ଦୁବାଇରେ ରେକର୍ଡ ହୋଇଛି ସବୁଠୁ ରେକର୍ଡ ତାପମାତ୍ରା । ଏତେ ଗରମ ଯେ ନର୍କର ସହର ସାଙ୍ଗେ ହୋଇଯାଇଛି ସମାନ । ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାପମାତ୍ରା ୧୪୪ ଡିଗ୍ରୀ ଫାରେନାଇଟ୍ ଥିଲା । ଏହାର ଅର୍ଥ ତାପମାତ୍ରା ୬୨.୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଏହା ୫୩.୯ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । କିନ୍ତୁ କୌଣସି ସହର ଏବଂ ପଶୁମାନଙ୍କ ପାଇଁ ଏହି ଉତ୍ତାପ ଭଲ କି? ଏହି ତାପମାତ୍ରା ରେକର୍ଡ ହେବା ସମୟରେ ବାୟୁ ମଧ୍ୟ ଗରମ ଥିଲା । ବାୟୁର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିଲା । ଡିଓ ପଏଣ୍ଟ ଯଥା ଆର୍ଦ୍ରତା ୮୫ ପ୍ରତିଶତ ଥିଲା । ତେଣୁ ତାପମାତ୍ରା ୬୨.୨୨ ଡିଗ୍ରୀ ସେଲସିୟସ ହେଲା । Dubai recorded a heat index of 144°F (62.2°C) today at 3 PM.The heat index is currently 129°F (53.9°C) at 5 AM local time.Life-threatening heat. pic.twitter.com/9eExu1jVMx— Colin McCarthy (@US_Stormwatch) July 17, 2024ଏହାର ଅର୍ଥ ଦୁବାଇରେ ଏକ ଓଦା ବଲ୍ବ ତାପମାତ୍ରା ପରିବେଶ ଅଛି । ତେବେ ଏପରି ପାଗ ପରିବେଶ ପାଇଁ ଘାତକ ଅଟେ । ଏଥିରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର । ଏକତ୍ର ତାପମାତ୍ରା ଏବଂ ଆପେକ୍ଷିକ ଆର୍ଦ୍ରତା ଗଣନା କରି, ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଓଦା ବଲ୍ବ ତାପମାତ୍ରା କିମ୍ବା ଉତ୍ତାପ ସୂଚକାଙ୍କ ଗ
ଦୁବାଇ ୧୭/୦୭: ୧୬ ଜୁଲାଇ ୨୦୨୪ ଅପରାହ୍ନରେ ଦୁବାଇରେ ରେକର୍ଡ ହୋଇଛି ସବୁଠୁ ରେକର୍ଡ ତାପମାତ୍ରା । ଏତେ ଗରମ ଯେ ନର୍କର ସହର ସାଙ୍ଗେ ହୋଇଯାଇଛି ସମାନ । ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାପମାତ୍ରା ୧୪୪ ଡିଗ୍ରୀ ଫାରେନାଇଟ୍ ଥିଲା । ଏହାର ଅର୍ଥ ତାପମାତ୍ରା ୬୨.୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ସନ୍ଧ୍ୟା ୫ଟା ସୁଦ୍ଧା ଏହା ୫୩.୯ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । କିନ୍ତୁ କୌଣସି ସହର ଏବଂ ପଶୁମାନଙ୍କ ପାଇଁ ଏହି ଉତ୍ତାପ ଭଲ କି? ଏହି ତାପମାତ୍ରା ରେକର୍ଡ ହେବା ସମୟରେ ବାୟୁ ମଧ୍ୟ ଗରମ ଥିଲା । ବାୟୁର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିଲା । ଡିଓ ପଏଣ୍ଟ ଯଥା ଆର୍ଦ୍ରତା ୮୫ ପ୍ରତିଶତ ଥିଲା । ତେଣୁ ତାପମାତ୍ରା ୬୨.୨୨ ଡିଗ୍ରୀ ସେଲସିୟସ ହେଲା ।
Dubai recorded a heat index of 144°F (62.2°C) today at 3 PM.
The heat index is currently 129°F (53.9°C) at 5 AM local time.
Life-threatening heat. pic.twitter.com/9eExu1jVMx— Colin McCarthy (@US_Stormwatch) July 17, 2024
ଏହାର ଅର୍ଥ ଦୁବାଇରେ ଏକ ଓଦା ବଲ୍ବ ତାପମାତ୍ରା ପରିବେଶ ଅଛି । ତେବେ ଏପରି ପାଗ ପରିବେଶ ପାଇଁ ଘାତକ ଅଟେ । ଏଥିରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର । ଏକତ୍ର ତାପମାତ୍ରା ଏବଂ ଆପେକ୍ଷିକ ଆର୍ଦ୍ରତା ଗଣନା କରି, ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଓଦା ବଲ୍ବ ତାପମାତ୍ରା କିମ୍ବା ଉତ୍ତାପ ସୂଚକାଙ୍କ ଗଣନା କରିପାରିବା । ଏହା ଉଭୟ ଜିନିଷକୁ ପ୍ରକାଶ କରିଥାଏ । ତାପମାତ୍ରା ଏବଂ ଆର୍ଦ୍ରତା ସହିତ ଉତ୍ତାପ ଲହର । ସେପଟେ ଏପରି ପାଗ ପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।