ଦୁବାଇରୁ ନୂଆ ବୁଲେଟ୍ ପ୍ରୁପ୍ କାର ମଗାଇଲେ ସଲମାନ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୨୦।୧୦ ; ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି। ଲଗାତାର ସଲମାନ ଏବଂ ତାଙ୍କ ପରିବାରକୁ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। କିନ୍ତୁ ଜଣେ ରାଜନେତା ତଥା ସଲମାନ ଖାନଙ୍କ ନିକଟତର ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ପୁଣିଥରେ ମୃତ୍ୟୁ ଧମକ ମିଳିଛି। ଏହା ପରେ ତାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଆଉ ଏବେ ଖବର ହେଉଛି ସଲମାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ସଲମାନ ଖାନ ବୁଲେଟ୍‌ପ୍ରୁଫ୍‌ ନିସାନ ପାଟ୍ରୋଲ ଏସ୍‌ୟୁଭି କିଣିଛନ୍ତି। ଏହି କାର୍‌ ଭାରତୀୟ ବଜାରରେ ଉପଲବ୍ଧ ନୁହେଁ, ତେଣୁ ସଲମାନ ଏହାକୁ ଦୁବାଇରୁ କିଣିଥିବା ଜଣାଯାଇଛି। ଏହି କାର୍‌ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା। ଏହା ବ୍ୟତୀତ ଭାରତରେ କାର୍‌ର ଶୀଘ୍ର ଡେଲିଭରୀ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ନିସାନ ପେଟ୍ରୋଲ ଏସ୍‌ୟୁଭିର ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ ହାଇ ସିକ୍ୟୁରିଟି ଟୁଲ୍ସ ରହିଛି।କାରରେ ଏକ ବିସ୍ଫୋରକ ସତର୍କ ସୂଚକ, ପଏଣ୍ଟ-ବ୍ଲାକ୍ ବୁଲେଟ୍ ସଟ୍‌କୁ ରୋକିବା ପାଇଁ ମୋଟା ଗ୍ଲାସ ଶିଲ୍ଡ ଏବଂ ଡ୍ରାଇଭର କିମ୍ବା ଲୋକଙ୍କୁ ଲୁକ୍କାୟିତ ରଖିବା ପାଇଁ ବ୍ଲାକ୍ ଶେଡ୍ କେମ୍‌ଫ୍ଲାସ୍ ଅଛି। ଏହା ମାଧ୍ୟମରେ କାର୍‌ରେ ବସିଥିବା ଡ୍ରାଇଭର

ଦୁବାଇରୁ ନୂଆ ବୁଲେଟ୍ ପ୍ରୁପ୍ କାର ମଗାଇଲେ ସଲମାନ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୨୦।୧୦ ; ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି। ଲଗାତାର ସଲମାନ ଏବଂ ତାଙ୍କ ପରିବାରକୁ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। କିନ୍ତୁ ଜଣେ ରାଜନେତା ତଥା ସଲମାନ ଖାନଙ୍କ ନିକଟତର ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ପୁଣିଥରେ ମୃତ୍ୟୁ ଧମକ ମିଳିଛି। ଏହା ପରେ ତାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। 

ଆଉ ଏବେ ଖବର ହେଉଛି ସଲମାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ସଲମାନ ଖାନ ବୁଲେଟ୍‌ପ୍ରୁଫ୍‌ ନିସାନ ପାଟ୍ରୋଲ ଏସ୍‌ୟୁଭି କିଣିଛନ୍ତି। ଏହି କାର୍‌ ଭାରତୀୟ ବଜାରରେ ଉପଲବ୍ଧ ନୁହେଁ, ତେଣୁ ସଲମାନ ଏହାକୁ ଦୁବାଇରୁ କିଣିଥିବା ଜଣାଯାଇଛି। ଏହି କାର୍‌ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା। ଏହା ବ୍ୟତୀତ ଭାରତରେ କାର୍‌ର ଶୀଘ୍ର ଡେଲିଭରୀ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ନିସାନ ପେଟ୍ରୋଲ ଏସ୍‌ୟୁଭିର ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ ହାଇ ସିକ୍ୟୁରିଟି ଟୁଲ୍ସ ରହିଛି।

କାରରେ ଏକ ବିସ୍ଫୋରକ ସତର୍କ ସୂଚକ, ପଏଣ୍ଟ-ବ୍ଲାକ୍ ବୁଲେଟ୍ ସଟ୍‌କୁ ରୋକିବା ପାଇଁ ମୋଟା ଗ୍ଲାସ ଶିଲ୍ଡ ଏବଂ ଡ୍ରାଇଭର କିମ୍ବା ଲୋକଙ୍କୁ ଲୁକ୍କାୟିତ ରଖିବା ପାଇଁ ବ୍ଲାକ୍ ଶେଡ୍ କେମ୍‌ଫ୍ଲାସ୍ ଅଛି। ଏହା ମାଧ୍ୟମରେ କାର୍‌ରେ ବସିଥିବା ଡ୍ରାଇଭର କିମ୍ବା ଯାତ୍ରୀଙ୍କୁ ବାହାରୁ କେହି ଚିହ୍ନି ପାରିବେ ନାହିଁ।