ଦୁର୍ଗମ ରୁମ୍ବେଲି ଗାଁ ଗସ୍ତ କଲେ ବିଡ଼ିଓ
ଲକ୍ଷ୍ମୀପୁର ୧୨/୦୨ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ପଞ୍ଚାୟତର ଅତି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥିବା ରୁମ୍ବେଲି ଗାଁ କୁ ଗସ୍ତ କରିଛନ୍ତି ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ। ବିଡ଼ିଓ ଙ୍କ ସହ ଏପିଓ ଜି.ଏସ.ଜିତା,ଏ.ଇ ପୱନ କୁମାର୍,କନିଷ୍ଠ ଯନ୍ତ୍ରୀ ଗୋପାଳ ମିଞ୍ଜ,ଗ୍ରାମ ରୋଜଗାର ସେବକ ସଞ୍ଜୟ ସୁବୁଦ୍ଧି ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ।ରୁମ୍ବେଲି ଗାଁ ରେ ପାନୀୟ ଜଳର ଅଭାବ ସହ ରାସ୍ତା ସମସ୍ୟା ସବୁଠାରୁ ବଡ ସମସ୍ୟା ରୂପେ ଛିଡ଼ା […] The post ଦୁର୍ଗମ ରୁମ୍ବେଲି ଗାଁ ଗସ୍ତ କଲେ ବିଡ଼ିଓ appeared first on Odisha.News.
ଲକ୍ଷ୍ମୀପୁର ୧୨/୦୨ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ପଞ୍ଚାୟତର ଅତି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥିବା ରୁମ୍ବେଲି ଗାଁ କୁ ଗସ୍ତ କରିଛନ୍ତି ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ। ବିଡ଼ିଓ ଙ୍କ ସହ ଏପିଓ
ଜି.ଏସ.ଜିତା,ଏ.ଇ ପୱନ କୁମାର୍,କନିଷ୍ଠ ଯନ୍ତ୍ରୀ ଗୋପାଳ ମିଞ୍ଜ,ଗ୍ରାମ ରୋଜଗାର ସେବକ ସଞ୍ଜୟ ସୁବୁଦ୍ଧି ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ।ରୁମ୍ବେଲି ଗାଁ ରେ ପାନୀୟ ଜଳର ଅଭାବ ସହ ରାସ୍ତା ସମସ୍ୟା ସବୁଠାରୁ ବଡ ସମସ୍ୟା ରୂପେ ଛିଡ଼ା ହୋଇଥିବା ବେଳେ ବନ ବିଭାଗ ସହ କଥା ହୋଇ କିପରି ରାସ୍ତା ହେବ ତାହା ଚେଷ୍ଟା କରିବି ବୋଲି ଗ୍ରାମବାସୀଙ୍କ ସହ ଶ୍ରୀଯୁକ୍ତ ଭୋଇ ଆଲୋଚନା କରିଥିଲେ।ଏଥି ସହ ପାନୀୟ ଜଳ ପାଇଁ ଦୁଇ ମାସ ତଳେ ଖୋଳା ଯାଇଥିବା ନଳ କୁପରେ ଆଜି ସମସ୍ତ ସରଞ୍ଜାମ ଲଗା ଯାଇଥିବା ବେଳେ ଆଉ ପାନୀୟ ଜଳର ସମସ୍ୟା ରହିବନି ବୋଲି ବିଡ଼ିଓ କହିଥିଲେ।ଏଥି ସହ ଅଙ୍ଗନବାଡ଼ି ଗୃହ ନଥିବାରୁ କର୍ମୀ ଜଣକ ନିଜ ଘରେ କେନ୍ଦ୍ର ଚଳାଇଥିବା ଦେଖି ତୁରନ୍ତ ଏକ ଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବିଡ଼ିଓଙ୍କ କଥାକୁ ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ରାସ୍ତା ସମସ୍ୟା କେବେ ଦୂର ହେଉଛି ତାହା ଏବେ ଦେଖିବାକୁ ବାକି ରହିଲା।
The post ଦୁର୍ଗମ ରୁମ୍ବେଲି ଗାଁ ଗସ୍ତ କଲେ ବିଡ଼ିଓ appeared first on Odisha.News.