ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ

ନୂଆପଡ଼ା,୬ା୭ (ମକାରୁ ବେମାଲ)-ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଜିଲା ରାଜସ୍ବ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲାପାଳ ସର୍ମି ସୋରେନ, ଡେପୁଟି କଲେକ୍ଟର ଶେଖ ନସିମ, ହେମନ୍ତ ପୁଟା, ପ୍ରବୀର କୁମାର ଦଣ୍ଡସେନା, ସମସ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧୀକ୍ଷକ ପ୍ରମୁଖ ଯୋଗଦେଇଥିଲେ। ଦୁର୍ଘଟଣା […] The post ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ appeared first on Dharitri Odia News.

ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ

ନୂଆପଡ଼ା,୬ା୭ (ମକାରୁ ବେମାଲ)-ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଜିଲା ରାଜସ୍ବ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲାପାଳ ସର୍ମି ସୋରେନ, ଡେପୁଟି କଲେକ୍ଟର ଶେଖ ନସିମ, ହେମନ୍ତ ପୁଟା, ପ୍ରବୀର କୁମାର ଦଣ୍ଡସେନା, ସମସ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧୀକ୍ଷକ ପ୍ରମୁଖ ଯୋଗଦେଇଥିଲେ। ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ ବୋଲି ଜିଲାପାଳ କହିଥିଲେ। ସମୀକ୍ଷାରୁ ଜଣାପଡିଲା ଯେ, ଚଳିତ ଆର୍ଥିକବର୍ଷ ୨୦୨୫ ଜୁନ୍‌଼ ପର୍ଯ୍ୟନ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ୩,୫୪,୧୦,୦୦୦ ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ରାସ୍ତା ଦୁର୍ଘଟଣାରେ ବିଶେଷକରି ବାଇକ୍‌ ଚାଳକ ଯୁବବର୍ଗଙ୍କ ଜୀବନ ହାନି ଘଟୁଛି। ମଦ୍ୟପାନ ଓ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚାଳନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଅବକାରୀ ବିଭାଗ ଦ୍ୱାରା ଜୁନ ସୁଦ୍ଧା ୪ କୋଟି ୭୭ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ଜଣାପଡିଥିଲା। ବେଆଇନ ମଦ କୋଠି, କଫ ସିରପ, ଗଞ୍ଜେଇ କାରବାରକୁ ଦୃଢ଼ହସ୍ତରେ ଦମନକରି କେସ୍‌ ସଂଖ୍ୟା ବଢାଇବା ପାଇଁ ଜିଲାପାଳ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାର ବାଲି, ମୋରମ, ପଥର ଖାଦାନରୁ ନିୟମିତ ରାଜସ୍ବ ସଂଗ୍ରହ ହେବ। ମାଇନିଂ, ପୋଲିସ ଓ ତହସିଲ ବିଭାଗ ମିଳିତ ଭାବରେ ରେଡ୍‌ କରିବେ। ଖଣି ବିଭାଗ ଜୁନ୍‌ ସୁଦ୍ଧା ୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଦେଇଛନ୍ତି। ସେହିପରି ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତମାସ ଶେଷ ସୁଦ୍ଧା ୧,୭୨,୪୧,୦୦୦ ଟଙ୍କା ଆଦାୟ ହୋଇଥିବା ସୂଚନା ଦିଆଯାଇଥିଲା। ଏନ୍‌ଏସି ନିର୍ବାହୀ ଅଧିକାରୀମାନେ ତହସିଲଦାରଙ୍କ ସହଯୋଗରେ ସହରାଞ୍ଚଳ ରାସ୍ତାଘାଟରୁ ଜବରଦଖଲ ଉଚ୍ଛେଦ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

The post ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ appeared first on Dharitri Odia News.