ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ: ବଞ୍ଚିଗଲେ ପୁଅ

ଦିଗପହଣ୍ଡି,୧୨।୧୦: ଗଞ୍ଜାମ ଜିଲା ଚିକିଟି ଥାନା ଅଧୀନ ପିତାତଳି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ବାପ-ପୁଅ ଦୁହେଁ ଏକ ବାଇକ୍‌ରେ ଯାଉଥିଲେ। ହେଲେ ପିତାତଳି ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାପ-ପୁଅ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। […] The post ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ: ବଞ୍ଚିଗଲେ ପୁଅ appeared first on Dharitri Odia News.

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ: ବଞ୍ଚିଗଲେ ପୁଅ

ଦିଗପହଣ୍ଡି,୧୨।୧୦: ଗଞ୍ଜାମ ଜିଲା ଚିକିଟି ଥାନା ଅଧୀନ ପିତାତଳି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବାପ-ପୁଅ ଦୁହେଁ ଏକ ବାଇକ୍‌ରେ ଯାଉଥିଲେ। ହେଲେ ପିତାତଳି ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାପ-ପୁଅ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ବସ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ: ବଞ୍ଚିଗଲେ ପୁଅ appeared first on Dharitri Odia News.