ଦୁର୍ଘଟଣାରେ ବନରକ୍ଷୀ ଗୁରୁତର
ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ବନରକ୍ଷୀ ସୁରେନ୍ଦ୍ର ନାୟକ ସୋମବାର ରାତିରେ ସ୍ଥାନୀୟ କୋର୍ଟ ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସେ କିଭଳି ଦୁର୍ଘଟଣାର ସମ୍ମୁଖୀନ ହେଲେ ତାହା ଜଣାପଡିନାହିଁ। The post ଦୁର୍ଘଟଣାରେ ବନରକ୍ଷୀ ଗୁରୁତର appeared first on Dharitri Odia News.
ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ବନରକ୍ଷୀ ସୁରେନ୍ଦ୍ର ନାୟକ ସୋମବାର ରାତିରେ ସ୍ଥାନୀୟ କୋର୍ଟ ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସେ କିଭଳି ଦୁର୍ଘଟଣାର ସମ୍ମୁଖୀନ ହେଲେ ତାହା ଜଣାପଡିନାହିଁ।
The post ଦୁର୍ଘଟଣାରେ ବନରକ୍ଷୀ ଗୁରୁତର appeared first on Dharitri Odia News.