ଦୁର୍ଘଟଣାରେ ବାପା-ପୁଅ ମୃତ, ଅଳ୍ପକେ ବର୍ତ୍ତିଗଲା ଝିଅ

ନୂଆପଡା ୦୧/୦୭: ସିନାପାଲି ଥାନା କାପସୀ ପାଖରେ ମର୍ମନ୍ତୁଦ ଦୁର୍ଘଟଣା । କାର ଧକ୍କାରେ ବାପ ପୁଅ ମୃତ, ଝିଅ ଗୁରୁତର । ମୃତକ ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭାଟା ଗ୍ରାମର ଆତ୍ମରାମ ତାଣ୍ଡି (ବାପା), ଲିଙ୍ଗରାଜ ତାଣ୍ଡି (ପୁଅ) ଓ ଗୁରୁତର ଝିଅ ବେଲମତି ତାଣ୍ଡି। ସ୍ଥାନୀୟ ବରଗାଁ ଗ୍ରାମରୁ ଏକ ମାଙ୍ଗଳିକ କାମରେ ଯୋଗ ଦେଇ ଫେରୁଥିବା ସମୟରେ ବାଟରେ ଘଟିଥିଲା ଦୁର୍ଘଟଣା। ଖବର ପାଇଁ ସିନାପାଲି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବା ବେଳେ ସିନାପାଲି ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଝିଅ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣାରେ ବାପା-ପୁଅ ମୃତ, ଅଳ୍ପକେ ବର୍ତ୍ତିଗଲା ଝିଅ

ନୂଆପଡା ୦୧/୦୭: ସିନାପାଲି ଥାନା କାପସୀ ପାଖରେ ମର୍ମନ୍ତୁଦ ଦୁର୍ଘଟଣା । କାର ଧକ୍କାରେ ବାପ ପୁଅ ମୃତ, ଝିଅ ଗୁରୁତର । ମୃତକ ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭାଟା ଗ୍ରାମର ଆତ୍ମରାମ ତାଣ୍ଡି (ବାପା), ଲିଙ୍ଗରାଜ ତାଣ୍ଡି (ପୁଅ) ଓ ଗୁରୁତର ଝିଅ ବେଲମତି ତାଣ୍ଡି। 

ସ୍ଥାନୀୟ ବରଗାଁ ଗ୍ରାମରୁ ଏକ ମାଙ୍ଗଳିକ କାମରେ ଯୋଗ ଦେଇ ଫେରୁଥିବା ସମୟରେ ବାଟରେ ଘଟିଥିଲା ଦୁର୍ଘଟଣା। ଖବର ପାଇଁ ସିନାପାଲି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବା ବେଳେ ସିନାପାଲି ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଝିଅ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।