ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସହାୟତା

କଳାହାଣ୍ଡି,୦୬/୦୪-ଗତ ୨୩ ତାରିଖ ରାତିରେ ବାଇକ ଧକ୍କାରେ ଗୁରୁତର ତଥା ଚିକିତ୍ସାଧୀନ ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଆଶ୍ରମପଡ଼ାର ଜଣେ ବୃଦ୍ଧ ସନ୍ତୋଷ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଥିଲେ ଲୋକେ। ତେବେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ, ରେଡ଼କ୍ରସ, ହରିଶ୍ଚନ୍ଦ୍ର ଯୋଜନା ଆଦିରେ ସହାୟତା ପ୍ରଦାନ କରାଯାଇଥିବାବେଳେ ଲାଞ୍ଜିଗଡ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ସେହି ସମୟରେ […] The post ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସହାୟତା appeared first on Odisha.News.

ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସହାୟତା

କଳାହାଣ୍ଡି,୦୬/୦୪-ଗତ ୨୩ ତାରିଖ ରାତିରେ ବାଇକ ଧକ୍କାରେ ଗୁରୁତର ତଥା ଚିକିତ୍ସାଧୀନ ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଆଶ୍ରମପଡ଼ାର ଜଣେ ବୃଦ୍ଧ ସନ୍ତୋଷ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଥିଲେ ଲୋକେ। ତେବେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ, ରେଡ଼କ୍ରସ, ହରିଶ୍ଚନ୍ଦ୍ର ଯୋଜନା ଆଦିରେ ସହାୟତା ପ୍ରଦାନ କରାଯାଇଥିବାବେଳେ ଲାଞ୍ଜିଗଡ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ସେହି ସମୟରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ସହାୟତା ଦେବାକୁ ଘୋଷଣା କରିଥିବାବେଳେ ବିଧାୟକ ଶ୍ରୀ ଦିଶାରୀ ଆଜି ଲାଞ୍ଜିଗଡକୁ ନିର୍ବାଚନୀ ଗସ୍ତରେ ଆସିଥିବାବେଳେ ମୃତ ସନ୍ତୋଷଙ୍କ ଘରକୁ ଯାଇ ସହାୟତା ରାଶି ପ୍ରଦାନ କରିଥିଲେ। ବିଧାୟକଙ୍କ ସହିତ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସେନାପତି ନାଏକ, ବିଜେଡି ଜିଲ୍ଲା ସମ୍ପାଦକ ପାତ୍ର ମାଝୀ, ଶ୍ରୀନିବାସ ଚଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବିଧାୟକଙ୍କ ସହାୟତା appeared first on Odisha.News.