ଦୁର୍ଘଟଣାରେ ସାଂସଦ ମହୁଆ ମାଝୀ ଗୁରୁତର, ପ୍ରୟାଗରାଜରୁ ଫେରୁଥିବାବେଳେ ଅଘଟଣ

ରାଞ୍ଚି ୨୬/୦୨: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ-୩୯ ରେ ଏହି ଘଟଣା ଘଟିଥିଲା । ରାଜ୍ୟସଭା ସାଂସଦ ମହୁଆ ମାଝୀ ମହାକୁମ୍ଭରେ ବୁଡ଼ ପକାଇ ପ୍ରୟାଗରାଜରୁ ଫେରୁଥିବା ବେଳେ ବାଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଯାତ୍ରା କରୁଥିବା ମହୁଆ ମାଝୀ ଗୁରୁତର ଆହତ ହୋଇଛନ୍ତି। ଲାତେହାରର ହୋଟୱାଗ୍ ଗାଁରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ମହୁଆ ମାଝୀ ଗୁରୁତର ଆହତ ହୋଇଥିଲେ। 

ଦୁର୍ଘଟଣାରେ ସାଂସଦ ମହୁଆ ମାଝୀ ଗୁରୁତର, ପ୍ରୟାଗରାଜରୁ ଫେରୁଥିବାବେଳେ ଅଘଟଣ

ରାଞ୍ଚି ୨୬/୦୨: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ-୩୯ ରେ ଏହି ଘଟଣା ଘଟିଥିଲା । 

ରାଜ୍ୟସଭା ସାଂସଦ ମହୁଆ ମାଝୀ ମହାକୁମ୍ଭରେ ବୁଡ଼ ପକାଇ ପ୍ରୟାଗରାଜରୁ ଫେରୁଥିବା ବେଳେ ବାଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଯାତ୍ରା କରୁଥିବା ମହୁଆ ମାଝୀ ଗୁରୁତର ଆହତ ହୋଇଛନ୍ତି। ଲାତେହାରର ହୋଟୱାଗ୍ ଗାଁରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ମହୁଆ ମାଝୀ ଗୁରୁତର ଆହତ ହୋଇଥିଲେ।