ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ରାସ୍ତାରେ ଶବ ରଖି ଗ୍ରାମବାସୀଙ୍କ ପ୍ରତିବାଦ
ମାହାଙ୍ଗା: ରାସ୍ତାରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ। ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ୍ ସାଲେପୁର ଛତିଆ ରାସ୍ତାର ବନଗୁରିଆଠାରେ। ଦାବି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।ସୂଚନା ଅନୁଯାୟୀ, ଶନିବାର ରାତିରେ ମାହାଙ୍ଗା ବ୍ଲକ୍ କୁହୁଣ୍ଡା ପଞ୍ଚାୟତ ବନଗୁରିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ସାଇକେଲରେ ଆସୁଥିବା ସମୟରେ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ବ୍ୟକ୍ତି ହେଉଛନ୍ତି କୋଠପଦା ଅଞ୍ଚଳର ମନ୍ମଥ ବିହାରୀ । ଅଭିଯୋଗ ହୋଇଛି ମନ୍ମଥ ମଦ୍ୟପାନ କରି ବାଇକ୍ ଚଳାଉଥିଲେ। ଆଉ ଏହି ଦୁର୍ଘଟଣା ଘଟାଇଥିଲେ। ତେବେ ଦୁର୍ଘଟଣା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ରବିବାର ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ସେପଟେ ପୂର୍ଣ୍ଣଚନ୍ଦ୍ର ଏବଂ ମନ୍ମଥ ପଡ଼ୋଶୀ ଗ୍ରାମର ହୋଇଥିବାରୁ ଗ୍ରାମବାସୀମାନେ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣା ଘଟେଇଥିବା ମନ୍ମଥ ହଠାତ ଫେରାର ହୋଇଯାଇଥିଲେ। ଏଥିରେ କ୍ଷୁବ୍ଧ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସହ ବନଗୁରିଆ ଗ୍ରାମର ଗ୍ରାମବାସୀମାନେ ନ୍ୟାୟ ଦାବିରେ ରାସ୍ତା ଉପରେ ଶବ ରଖି ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଜୟପୁର ଫାଣ
ମାହାଙ୍ଗା: ରାସ୍ତାରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ। ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ୍ ସାଲେପୁର ଛତିଆ ରାସ୍ତାର ବନଗୁରିଆଠାରେ। ଦାବି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।
ସୂଚନା ଅନୁଯାୟୀ, ଶନିବାର ରାତିରେ ମାହାଙ୍ଗା ବ୍ଲକ୍ କୁହୁଣ୍ଡା ପଞ୍ଚାୟତ ବନଗୁରିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ସାଇକେଲରେ ଆସୁଥିବା ସମୟରେ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ବ୍ୟକ୍ତି ହେଉଛନ୍ତି କୋଠପଦା ଅଞ୍ଚଳର ମନ୍ମଥ ବିହାରୀ । ଅଭିଯୋଗ ହୋଇଛି ମନ୍ମଥ ମଦ୍ୟପାନ କରି ବାଇକ୍ ଚଳାଉଥିଲେ। ଆଉ ଏହି ଦୁର୍ଘଟଣା ଘଟାଇଥିଲେ।
ତେବେ ଦୁର୍ଘଟଣା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ରବିବାର ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।
ସେପଟେ ପୂର୍ଣ୍ଣଚନ୍ଦ୍ର ଏବଂ ମନ୍ମଥ ପଡ଼ୋଶୀ ଗ୍ରାମର ହୋଇଥିବାରୁ ଗ୍ରାମବାସୀମାନେ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣା ଘଟେଇଥିବା ମନ୍ମଥ ହଠାତ ଫେରାର ହୋଇଯାଇଥିଲେ। ଏଥିରେ କ୍ଷୁବ୍ଧ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସହ ବନଗୁରିଆ ଗ୍ରାମର ଗ୍ରାମବାସୀମାନେ ନ୍ୟାୟ ଦାବିରେ ରାସ୍ତା ଉପରେ ଶବ ରଖି ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ।
ଖବର ପାଇ ଘଟଣାସ୍ଥଳରେ ଜୟପୁର ଫାଣ୍ଡି ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଗ୍ରାମବାସୀମାନେ ମନ୍ମଥକୁ ତୁରନ୍ତ ଗିରଫ ଏବଂ ମୃତକଙ୍କ ପରିବାରକୁ ଭରଣପୋଷଣ ଦାବିରେ ଅଡ଼ିବସିଛନ୍ତି। ଆଉ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।