ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ବନାଇଦେଲେ ପିଅନ, ମଧ୍ୟପ୍ରଦେଶରେ IAS ଭବ୍ୟା ମିତ୍ତଲଙ୍କ କଠୋର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ ୨୨/୦୧: ମଧ୍ୟପ୍ରଦେଶର ବୁରହାନପୁରର ଜିଲ୍ଲା କଲେକ୍ଟର ଭବ୍ୟା ମିତ୍ତଲ । ଭାରି ଶକ୍ତ । ଟିକିେ ହେଲେ ଅବହେଳାକୁ ଦିଅନ୍ତିନି ପ୍ରଶୟ । କାମରେ ଭୁଲ୍ ଭାଲ୍ ହେଲେ ମାଡାମ୍ ରାଗିଯାନ୍ତି । ଦରକାର ପଡିଲେ କାମରେ ବି ମିଳେ ଡିମୋସନ । ଏହାର ଜ୍ୱଳନ୍ତ ଉଦାହରଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ସରକାରୀ କିରାଣୀଙ୍କୁ ପିଅନ ପଦବୀରେ ଅବସ୍ଥାପିତ କରିଛନ୍ତି । କଲେକ୍ଟରଙ୍କ ଏହି କଠୋର ନିଷ୍ପତ୍ତି ସରକାରୀ ବିଭାଗରେ ଆତଙ୍କ ସୃଷ୍ଟି କରିଛି। କଲେକ୍ଟର ଭବ୍ୟା ମିତ୍ତଲ କହିଛନ୍ତି ଯେ ଜନଶୁଣାଣି ସମୟରେ ସୁଭାଷ କାକଡେଙ୍କ ବିରୋଧରେ ଅଙ୍ଗନୱାଡି ସହାୟକ ନିଯୁକ୍ତି ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଗମ୍ଭୀରତାକୁ ବିଚାର କରି, କାକଡେଙ୍କୁ ଜୁଲାଇ ୨୦୨୪ରେ ନିଲମ୍ବିତ କରାଯାଇଥିଲା । ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିଲା। କାକଡେଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରକଳ୍ପ କାର୍ଯ୍ୟାଳୟ, ଖାକନାରରେ ସହାୟକ ଗ୍ରେଡ୍-3 ଭାବରେ ନିଯୁକ୍ତି ଦିଆଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗର ତଦନ୍ତ ଅଧିକାରୀ, ଅତିରିକ୍ତ କଲେକ୍ଟର ଏବଂ ପ୍ରକଳ୍ପ ଅଧିକାରୀ ଶୁଣାଣି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ସତ୍ତ୍ୱେ, ସୁଭାଷ କାକଡେ ଏକ ସନ୍ତୋଷଜନକ ସ୍ପଷ୍ଟୀକରଣ ଉପସ୍ଥାପନ କରିପାରି ନଥିଲେ। ତଦନ୍ତରୁ ପ୍ରମାଣିତ ହୋଇଛି ଯେ କାକାଡେ ମଧ୍ୟପ୍ରଦେଶ ସିଭିଲ୍ ସର୍ଭିସେସ୍ ଆଚରଣ ନିୟମ, ୧୯୬୫ ର ନିୟମ ୧୩ ଏବଂ୧୪
ନୂଆଦିଲ୍ଲୀ ୨୨/୦୧: ମଧ୍ୟପ୍ରଦେଶର ବୁରହାନପୁରର ଜିଲ୍ଲା କଲେକ୍ଟର ଭବ୍ୟା ମିତ୍ତଲ । ଭାରି ଶକ୍ତ । ଟିକିେ ହେଲେ ଅବହେଳାକୁ ଦିଅନ୍ତିନି ପ୍ରଶୟ । କାମରେ ଭୁଲ୍ ଭାଲ୍ ହେଲେ ମାଡାମ୍ ରାଗିଯାନ୍ତି । ଦରକାର ପଡିଲେ କାମରେ ବି ମିଳେ ଡିମୋସନ । ଏହାର ଜ୍ୱଳନ୍ତ ଉଦାହରଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ସରକାରୀ କିରାଣୀଙ୍କୁ ପିଅନ ପଦବୀରେ ଅବସ୍ଥାପିତ କରିଛନ୍ତି । କଲେକ୍ଟରଙ୍କ ଏହି କଠୋର ନିଷ୍ପତ୍ତି ସରକାରୀ ବିଭାଗରେ ଆତଙ୍କ ସୃଷ୍ଟି କରିଛି।
କଲେକ୍ଟର ଭବ୍ୟା ମିତ୍ତଲ କହିଛନ୍ତି ଯେ ଜନଶୁଣାଣି ସମୟରେ ସୁଭାଷ କାକଡେଙ୍କ ବିରୋଧରେ ଅଙ୍ଗନୱାଡି ସହାୟକ ନିଯୁକ୍ତି ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଗମ୍ଭୀରତାକୁ ବିଚାର କରି, କାକଡେଙ୍କୁ ଜୁଲାଇ ୨୦୨୪ରେ ନିଲମ୍ବିତ କରାଯାଇଥିଲା । ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିଲା। କାକଡେଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରକଳ୍ପ କାର୍ଯ୍ୟାଳୟ, ଖାକନାରରେ ସହାୟକ ଗ୍ରେଡ୍-3 ଭାବରେ ନିଯୁକ୍ତି ଦିଆଯାଇଥିଲା।
ମହିଳା ଓ ଶିଶୁ ବିକାଶ ବିଭାଗର ତଦନ୍ତ ଅଧିକାରୀ, ଅତିରିକ୍ତ କଲେକ୍ଟର ଏବଂ ପ୍ରକଳ୍ପ ଅଧିକାରୀ ଶୁଣାଣି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ସତ୍ତ୍ୱେ, ସୁଭାଷ କାକଡେ ଏକ ସନ୍ତୋଷଜନକ ସ୍ପଷ୍ଟୀକରଣ ଉପସ୍ଥାପନ କରିପାରି ନଥିଲେ। ତଦନ୍ତରୁ ପ୍ରମାଣିତ ହୋଇଛି ଯେ କାକାଡେ ମଧ୍ୟପ୍ରଦେଶ ସିଭିଲ୍ ସର୍ଭିସେସ୍ ଆଚରଣ ନିୟମ, ୧୯୬୫ ର ନିୟମ ୧୩ ଏବଂ୧୪ ଉଲ୍ଲଂଘନ କରିଛନ୍ତି, ଯାହା ପଦବୀର ଅପବ୍ୟବହାର କାଟାଗୋରୀରେ ଆସେ।
କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଲେକ୍ଟର ସୁଭାଷ କାକଡେଙ୍କୁ ନେପାନଗରରେ ଖାଲି ପଡିଥିବା ପିଅନ ପଦବୀକୁ ସ୍ଥାନାନ୍ତର କରିଥିଲେ। ଏହା ସହିତ, ତାଙ୍କର ନିଲମ୍ବନ ସମାପ୍ତ ହୋଇଥିଲା ଏବଂ ନିଲମ୍ବନ ଅବଧିକୁ 'କାର୍ଯ୍ୟମୁକ୍ତ ଦିବସ' ଭାବରେ ଘୋଷଣା କରାଯାଇଥିଲା।
ଜିଲ୍ଲା ଅଧିକାରୀ କହିଛନ୍ତି ଯେ ଏହି କାର୍ଯ୍ୟ ପ୍ରଶାସନିକ ଶୃଙ୍ଖଳା ବଜାୟ ରଖିବା ଏବଂ ଦୁର୍ନୀତି ବିରୋଧରେ ଏକ ଦୃଢ଼ ବାର୍ତ୍ତା ଦେବା ପାଇଁ ଏକ ପ୍ରୟାସ। କଲେକ୍ଟରଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଲୋକମାନେ ସ୍ୱାଗତ କରୁଥିବା ବେଳେ, ସରକାରୀ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।