ଦୁର୍ବଳ ହେଲାଣି ବାଘୁଣୀ 'ଜିନ୍ନତ', ମନ୍ତ୍ରୀ କହିଲେ ଟ୍ରାଙ୍କୁଲାଇଜ କରିବା ଅସମ୍ଭବ

ଜିନ୍ନତ ୧୭/୧୨: ଏବେ ବି ଝାଡ଼ଖଣ୍ଡରେ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି । ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି । ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ । ୪ ଦିନ ଧରି ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ । ହେଲେ ଜିନ୍ନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସୂଚନା ଥାଉକି, ଝାଡ଼ଖଣ୍ଡରେ ବୁଳୁଥିବା ବାଘୁଣୀ 'ଜୀନ୍ନତ'କୁ ସୁରକ୍ଷିତ ଶିମିଳିପାଳ ଫେରାଇ ଆଣିବେ ବନବିଭାଗକୁ ଘାରିଛି ସେହି ଚିନ୍ତା । ସେପଟେ ଜିନ୍ନତ ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ। ବାଘୁଣୀ ଜଙ୍ଗଲରେ ବୁଲାବୁଲି କରୁଥିବାରୁ ସେହି ଅଞ୍ଚଳକୁ ଜନଶୂନ୍ୟ କରିବା ପାଇଁ କୁହାଯାଇଥିଲା । ଗତ କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ଜୀନ୍ନତ । ଫେରିବାର ନାଁ ନେଉନି । ଆଉ ବାଘୁଣୀ ପାଇଁ ନକେଦମ୍ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୂରା ଟିମ୍ । ମଇଁଷି ଥୋପ ବି କାମ ଦେଲାନି, ଶିକାର କରି ଖାଇଲା ଆଉ ଚାଲିଗଲା । ସବୁ ପ୍ରୟାସ ଫେଲ ମାରିଚାଲ

ଦୁର୍ବଳ ହେଲାଣି ବାଘୁଣୀ 'ଜିନ୍ନତ', ମନ୍ତ୍ରୀ କହିଲେ ଟ୍ରାଙ୍କୁଲାଇଜ କରିବା ଅସମ୍ଭବ

ଜିନ୍ନତ ୧୭/୧୨: ଏବେ ବି ଝାଡ଼ଖଣ୍ଡରେ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି । ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି । ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ । 

୪ ଦିନ ଧରି ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ । ହେଲେ ଜିନ୍ନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । 

ସୂଚନା ଥାଉକି, ଝାଡ଼ଖଣ୍ଡରେ ବୁଳୁଥିବା ବାଘୁଣୀ 'ଜୀନ୍ନତ'କୁ ସୁରକ୍ଷିତ ଶିମିଳିପାଳ ଫେରାଇ ଆଣିବେ ବନବିଭାଗକୁ ଘାରିଛି ସେହି ଚିନ୍ତା । ସେପଟେ ଜିନ୍ନତ ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ। ବାଘୁଣୀ ଜଙ୍ଗଲରେ ବୁଲାବୁଲି କରୁଥିବାରୁ ସେହି ଅଞ୍ଚଳକୁ ଜନଶୂନ୍ୟ କରିବା ପାଇଁ କୁହାଯାଇଥିଲା । ଗତ କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ଜୀନ୍ନତ । ଫେରିବାର ନାଁ ନେଉନି । ଆଉ ବାଘୁଣୀ ପାଇଁ ନକେଦମ୍ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୂରା ଟିମ୍ । 

ମଇଁଷି ଥୋପ ବି କାମ ଦେଲାନି, ଶିକାର କରି ଖାଇଲା ଆଉ ଚାଲିଗଲା । ସବୁ ପ୍ରୟାସ ଫେଲ ମାରିଚାଲିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କୋଣ ନିଆଯିବ ସେ ନେଇ ଚିନ୍ତାରେ ବିଭାଗ । ଦିନ ବଢିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ମଧ୍ୟ ବଢୁଥିବାର ଖବର ରହିଛି । ଯାହା ମଣିଷ ଓ ବାଘୁଣୀ ଉଭୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।