ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ
ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍ କପି ମଗା ଘଟଣାକୁ ନେଇ ଗୁରୁବାର ଓକିଲ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ତହସିଲ କର୍ମଚାରୀ। ଶୁକ୍ରବାର ପୁଣି କାମ ବନ୍ଦ ରଖିଛନ୍ତି ତହସିଲ କର୍ମଚାରୀ। ଘଟଣାସ୍ଥଳରେ ଉପଜିଲାପାଳ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଦୁଇ ଓକିଲ ପ୍ରଭାସ ମିଶ୍ର ଓ ଡୋଲାମଣି ପ୍ରଧାନ ସ୍ଥାନୀୟ ତହସିଲ ଅଫିସକୁ ସାର୍ଟିଫାଏଡ କପି ମାଗିବାକୁ […] The post ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ appeared first on Dharitri Odia News.
ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍ କପି ମଗା ଘଟଣାକୁ ନେଇ ଗୁରୁବାର ଓକିଲ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ତହସିଲ କର୍ମଚାରୀ। ଶୁକ୍ରବାର ପୁଣି କାମ ବନ୍ଦ ରଖିଛନ୍ତି ତହସିଲ କର୍ମଚାରୀ। ଘଟଣାସ୍ଥଳରେ ଉପଜିଲାପାଳ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଦୁଇ ଓକିଲ ପ୍ରଭାସ ମିଶ୍ର ଓ ଡୋଲାମଣି ପ୍ରଧାନ ସ୍ଥାନୀୟ ତହସିଲ ଅଫିସକୁ ସାର୍ଟିଫାଏଡ କପି ମାଗିବାକୁ ଯାଇଥିଲେ। ସେଠାରେ ତହସିଲଦାର, ଅତିରିକ୍ତ ତହସିଲଦାର କି ଅନ୍ୟ କୌଣସି ଅଧିକାରୀ ନ ଥିବାରୁ ମୁଖ୍ୟ କିରାଣି ରୀନା ପାଣିଗ୍ରାହୀଙ୍କ ପାଖକୁ ଯାଇ ଆରଓଆର୍ ସାର୍ଟିଫାଏଡ୍ କପି କଥା ପଚାରିଥିଲେ। ତାଙ୍କୁ ପଚାରିବାରୁ ସେ ଏ ନେଇ କୁଆଡେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ଏହି କଥାକୁ ନେଇ ଦୁଇ ଓକିଲ ଓ ମୁଖ୍ୟ କିରାଣି ପାଣିଗ୍ରାହୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।
ଏହାପର ଦୁଇ ଓକିଲ ଓ ତହସିଲ ଅଫିସ ମୁଖ୍ୟ କିରାଣି ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ତହସିଲ ଅଫିସରେ କୌଣସି ଅଧିକାରୀ କି କର୍ମଚାରୀ ରହୁନାହାନ୍ତି କି ଲୋକଙ୍କ ସାଧାରଣ କାମ କରୁନାହାନ୍ତି। ଅଯଥା ଲାଞ୍ଚ ମାଗୁଛନ୍ତି ବୋଲି ଓକିଲମାନେ ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ତହସିଲ କର୍ମଚାରୀ ଅବଗତ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେବାକୁ ଲିଖିତ ଜଣାଇଥିଲେ। ଓକିଲଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଳାଇବ ବୋଲି ସଂଘ ସମ୍ପାଦକ ପ୍ରମୋଦ ବହିଦାର କହିଥିବା ବେଳେ ତହସିଲ ଅଫିସ କର୍ମଚାରୀମାନେ ଅଫିସରୁ ବାହାରି ବାରଣ୍ଡାରେ କାର୍ଯ୍ୟ ବନ୍ଦ କରିଥିଲେ। ଏହି ଘଟଣାରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା। ଚପଲ ଫିଙ୍ଗା ଘଟଣାକୁ ମୁଖ୍ୟ କିରାଣି ପାଣିଗ୍ରାହୀ ଖଣ୍ଡନ କରିଛନ୍ତି। ଏ ନେଇ ଟାଉନ୍ ଥାନାରେ ଉଭୟ ପକ୍ଷ ଅଭିଯୋଗ ଆଧାରରେ ଦୁଇଟି ମାମଲା (୮୫୯ ଓ ୮୬୦/୨୪) ରୁଜୁ ହୋଇଛି।
The post ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ appeared first on Dharitri Odia News.