ଦୂର ହେବ ଜଳ ସମସ୍ଯା, ନିମାପଡ଼ା ଧନୁଆ ନଦୀ ଉପରେ ନିର୍ମାଣ ହେବ ଚେକଡ୍ଯାମ୍
ନିମାପଡ଼ା: ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି। ଚାଷ କାର୍ଯ୍ୟପାଇଁ ବାଧକ ସାଜିବନି ଜଳ। ନିମାପଡାରେ ନିର୍ମାଣ ହେବାକୁ ଯାଉଛି... The post ଦୂର ହେବ ଜଳ ସମସ୍ଯା, ନିମାପଡ଼ା ଧନୁଆ ନଦୀ ଉପରେ ନିର୍ମାଣ ହେବ ଚେକଡ୍ଯାମ୍ appeared first on .
ନିମାପଡ଼ା: ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି। ଚାଷ କାର୍ଯ୍ୟପାଇଁ ବାଧକ ସାଜିବନି ଜଳ। ନିମାପଡାରେ ନିର୍ମାଣ ହେବାକୁ ଯାଉଛି ଚେକଡ୍ୟାମ। ୧୦ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳ ଯୋଗାଇବ ଡ୍ୟାମ। ଉପକୃତ ହେବେ ଆଖ ପାଖ ଅଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ଚାଷୀ। ପୂରଣ ହେବାକୁ ଯାଉଛି ଦୀର୍ଘ ଦିନର ଦାବି। ପୁରୀ ନିମାପଡା ଶୁନଗୋରଡି ଗାଁ ଦେଇ ପ୍ରଭାହିତ ଧନୁଆ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଚେକଡ୍ୟାମ। ୧୦ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳ ଯୋଗାଇବ ଡ୍ୟାମ। ଉପକୃତ ହେବେ ଆଖ ପାଖ ଅଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ଚାଷୀ। ଅଞ୍ଚଳରେ ପାଣି ଆଭାବ ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିଲା। ଚାଷୀକୁଳର ସମୂହ ସ୍ୱାର୍ଥକୁ ଦୁଷ୍ଟିରେ ରଖି ଚେକଡ୍ୟାମ ନିର୍ମାଣର ନିଷ୍ପତ୍ତି ନିଆଯାଇଛି। ଚେକଡ୍ୟାମ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଡ୍ରେନେଜ ବିଭାଗ ମାଧ୍ୟମରେ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆନୁଦାନ ଯୋଗାଇଦେଇଛନ୍ତି। ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଡ୍ଯାମ ନିର୍ମାଣ ହେଲେ ଚାଷ କାର୍ଯ୍ୟରେ ଉନ୍ନତି ଆସିପାରିବ ବୋଲି କହିଛନ୍ତି ଚାଷୀ। ଏନେଇ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ।
The post ଦୂର ହେବ ଜଳ ସମସ୍ଯା, ନିମାପଡ଼ା ଧନୁଆ ନଦୀ ଉପରେ ନିର୍ମାଣ ହେବ ଚେକଡ୍ଯାମ୍ appeared first on .