ଦୃଷ୍ଟିହୀନ ପିଲାମାନଙ୍କ ଲାଗି ସୁନ୍ଦର ପୁସ୍ତକ
ଦୃଷ୍ଟିହୀନ ପିଲାଙ୍କ ପାଇଁ ପୁସ୍ତକ ଲେଖି ବେଶ୍ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ଲେଖକ ଡକ୍ଟର ଧୀରେନ୍ଦ୍ର କୁମାର ଷଡ଼ଙ୍ଗୀ । ତାଙ୍କ ଲିଖିତ ପୁସ୍ତକ ଏହି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ପ୍ରାଥମିକ ପାଠ ପଢାରେ ଖୁବ ସହାୟକ ହେଉଛି । ଶ୍ରୀଯୁକ୍ତ ଷଡଙ୍ଗୀଙ୍କର ଜନ୍ମ ଓଡ଼ିଶାର ସର୍ବପୂରାତନ ସହର କଟକରେ ୧୯୫୪ ମସିହାରେ ହୋଇଥିଲାା ପିତା ବାମନ ଷଡ଼ଙ୍ଗୀ ଆଉ ମାତା ଜାହ୍ନବୀ ଷଡ଼ଙ୍ଗୀଙ୍କର ସେ ସୁପୁତ୍ରା ସେ ୧୯୭୬ ମସିହାର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାଣୀବିଜ୍ଞାନ ବିଷୟରେ […]

ଦୃଷ୍ଟିହୀନ ପିଲାଙ୍କ ପାଇଁ ପୁସ୍ତକ ଲେଖି ବେଶ୍ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ଲେଖକ ଡକ୍ଟର ଧୀରେନ୍ଦ୍ର କୁମାର ଷଡ଼ଙ୍ଗୀ । ତାଙ୍କ ଲିଖିତ ପୁସ୍ତକ ଏହି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ପ୍ରାଥମିକ ପାଠ ପଢାରେ ଖୁବ ସହାୟକ ହେଉଛି । ଶ୍ରୀଯୁକ୍ତ ଷଡଙ୍ଗୀଙ୍କର ଜନ୍ମ ଓଡ଼ିଶାର ସର୍ବପୂରାତନ ସହର କଟକରେ ୧୯୫୪ ମସିହାରେ ହୋଇଥିଲାା ପିତା ବାମନ ଷଡ଼ଙ୍ଗୀ ଆଉ ମାତା ଜାହ୍ନବୀ ଷଡ଼ଙ୍ଗୀଙ୍କର ସେ ସୁପୁତ୍ରା ସେ ୧୯୭୬ ମସିହାର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାଣୀବିଜ୍ଞାନ ବିଷୟରେ ଏମ୍.ଏସ୍ସି ପାସ୍ କରିଥିଲେ । ଏହାପରେ ୧୯୭୭ ମସିହାରେ ବାରିପଦାର ଏମ୍.ପି.ସି କଲେଜରେ ଅଧ୍ୟାପକ ଭାବରେ ଯୋଗଦେଇଥିଲେ । ୨୦୧୨ ମସିହାରେ କଟକସ୍ଥିତ ଜେ.କେ.ବି.କେ ସରକାରୀ କଲେଜର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତିା ସେ ଜଣେ ପାଠ୍ୟପୁସ୍ତକ ଲେଖକ ଭାବରେ ମଧ୍ୟ ଓଡ଼ିଶାରେ ପରିଚିତା ମାଧ୍ୟମିକ, ଉଚ୍ଚମାଧ୍ୟମିକ ଓ ସ୍ନାତକ ଶ୍ରେଣୀ ପାଇଁ ସେ ପ୍ରାୟ ୩୦ ରୁ ଅଧିକ ଜୀବବିଜ୍ଞାନ ଓ ପରିବେଶ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତିା ଏହାସହିତ କିଛି ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କ ପ୍ରେରଣାରେ ଡକଫର ଷଡ଼ଙ୍ଗୀ ଦୃଷ୍ଟିହୀନ ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ତ୍ରିଭାଷୀ ବ୍ରେଲ୍ ବର୍ଣ୍ଣବୋଧ, ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ ଓ ଦୃଷ୍ଟିହୀନ ଶିଶୁଙ୍କ ଲାଳନପାଳନ ଓ ବୌଦ୍ଧିକ ବିକାଶ ପରି ପୁସ୍ତକ ରଚନା କରିଛନ୍ତିା ଏ ସଂକ୍ରାନ୍ତୀୟ ପୁସ୍ତକ ଅନ୍ୟାନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ନଥିବାରୁ ସେ ଏହି ପୁସ୍ତକଗୁଡ଼ିକୁ ହିନ୍ଦି ଓ ଇଂରେଜୀ ଭାଷାକୁ ଅନୁବାଦ ମଧ୍ୟ କରୁଛନ୍ତିା ସେଥିମଧ୍ୟରୁ ଗୋଟିଏ ପୁସ୍ତକ ହେଲା…
ତ୍ରିଭାଷୀ ବ୍ରେଲ୍ ବର୍ଣ୍ଣବୋଧ
ଡକଫର ଷଡ଼ଙ୍ଗୀଙ୍କ ଦ୍ୱାରା ଲିଖିତ ତ୍ରିଭାଷୀ ବ୍ରେଲ୍ ବର୍ଣ୍ଣବୋଧ ଏକ ଅଭିନବ ସୃଷ୍ଟିା ୧୯୫୧ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଏକକ ଭାରତୀ ବ୍ରେଲ୍ ନିୟମ ଅନୁସାରେ ଏବଂ ଓଡ଼ିଶାର ପ୍ରଥମ ବ୍ରେଲ୍ ଶିକ୍ଷକ ତଥା ଓଡ଼ିଶା ଦୃଷ୍ଟିହୀନ ସମାଜର ଆଦିଗୁରୁ ଭାବଗ୍ରାହୀ ପୁରୋହିତଙ୍କର ଭାରତୀ ବ୍ରେଲ୍ର ଓଡ଼ିଆ ଭାଷାକରଣ ନିୟମ ଅନୁସାରେ ଏହି ପୁସ୍ତକର ପ୍ରଥମ ସଂସ୍କରଣ ୧୯୯୮ ମସିହାରେ, ଦ୍ୱିତୀୟ ସଂସ୍କରଣ ୨୦୧୨ ମସିହାରେ ଏବଂ ପରିମାର୍ଜିତ ତୃତୀୟ ସଂସ୍କରଣ ୨୦୨୫ ମସିହାରେ ପ୍ରକାଶ ପାଇଛିା ଓଡ଼ିଆ ଭାଷାରେ ବ୍ରେଲ୍ ଶିକ୍ଷା ପାଇଁ ଏହା ପ୍ରଥମ ଏବଂ ଏକମାତ୍ର ପୁସ୍ତକ ବୋଲି ଜଣାଯାଇଛିା