ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ବାନକୁ ସାମ୍ନାକୁ ଆଣିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଦୃଷ୍ଟିହୀନ ଲୋକେ ଦୈନନ୍ଦିନ ଜୀବନରେ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହା ସମସ୍ତେ ଜାଣିପାରିବେ। ହ୍ବାଇଟ କେନ ଦୃଷ୍ଟିହୀନ ଲୋକଙ୍କ ପାଇଁ ଏକ ଉପକରଣ, ଯାହା ସେମାନଙ୍କୁ ସ୍ବାଧୀନ ଜୀବନଯାପନ କରିବାର […] The post ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି appeared first on Dharitri Odia News.

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ବାନକୁ ସାମ୍ନାକୁ ଆଣିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଦୃଷ୍ଟିହୀନ ଲୋକେ ଦୈନନ୍ଦିନ ଜୀବନରେ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହା ସମସ୍ତେ ଜାଣିପାରିବେ। ହ୍ବାଇଟ କେନ ଦୃଷ୍ଟିହୀନ ଲୋକଙ୍କ ପାଇଁ ଏକ ଉପକରଣ, ଯାହା ସେମାନଙ୍କୁ ସ୍ବାଧୀନ ଜୀବନଯାପନ କରିବାର କ୍ଷମତା ଦେଇଥାଏ।
ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ୧୯୩୧ରେ ଫ୍ରାନ୍ସରେ ଗୁଇଲି ଡି’ହର୍ବୋନ୍ଥଙ୍କ ଦ୍ୱାରା ପ୍ରଥମେ ହ୍ବାଇଟ କେନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେତେବେଳେ ଆମେରିକା ରାଷ୍ଟ୍ରପତି ଲିଣ୍ଡନ ଜନସନ ପ୍ରଥମ ଥର ପାଇଁ ଏହାକୁ ସବୁଜ ସଂକେତ ଦେଇଥିଲେ। ଏହାପରେ ‘ନ୍ୟାଶନାଲ ଫେଡେରେସନ ଅଫ୍‌ ଦି ବ୍ଲାଇଣ୍ଡ’ର ଅନୁରୋଧକ୍ରମେ ୧୯୬୪ରେ ପ୍ରତିବର୍ଷ ଅକ୍ଟୋବର ୧୫ରେ ହ୍ବାଇଟ କେନ ଡେ ପାଳନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ପ୍ରସ୍ତାବ ଦେଇଥିଲା।

The post ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି appeared first on Dharitri Odia News.