ଦେଇଥିଲେ ପାଇ
ଦି ଜଣେ ଚାଷୀ ଗହମ ଅମଳ କରିବାକୁ ଚାହେଁ, ତେବେ ସେ ତା’ କ୍ଷେତରେ ଗହମ ବୁଣେ। ଯଦି ଧାନ ଅମଳ କରିବାକୁ ଚାହେଁ, ତେବେ ସେ ଧାନ ବୁଣେ। ଯଦି ସେ ଗହମ ବୁଣି ଧାନ ଅମଳ କରିବାକୁ ଆଶା କରେ, ତେବେ ତାଙ୍କର ଆଶା ସଫଳ ହୋଇପାରେ ନାହିଁ। ପ୍ରକୃତିର ନିୟମ ଆମକୁ କହେ ଯେ, ଆମେ ଯାହା ଅମଳ କରିବାକୁ ଚାହୁଁ ତାହା ଆମକୁ ବୁଣିବାକୁ ପଡ଼ିବ। ଠିକ୍ ସେହିପରି ଜୀବନ ଯାତ୍ରାରେ […] The post ଦେଇଥିଲେ ପାଇ appeared first on Dharitri Odia News.
ଦି ଜଣେ ଚାଷୀ ଗହମ ଅମଳ କରିବାକୁ ଚାହେଁ, ତେବେ ସେ ତା’ କ୍ଷେତରେ ଗହମ ବୁଣେ। ଯଦି ଧାନ ଅମଳ କରିବାକୁ ଚାହେଁ, ତେବେ ସେ ଧାନ ବୁଣେ। ଯଦି ସେ ଗହମ ବୁଣି ଧାନ ଅମଳ କରିବାକୁ ଆଶା କରେ, ତେବେ ତାଙ୍କର ଆଶା ସଫଳ ହୋଇପାରେ ନାହିଁ। ପ୍ରକୃତିର ନିୟମ ଆମକୁ କହେ ଯେ, ଆମେ ଯାହା ଅମଳ କରିବାକୁ ଚାହୁଁ ତାହା ଆମକୁ ବୁଣିବାକୁ ପଡ଼ିବ। ଠିକ୍ ସେହିପରି ଜୀବନ ଯାତ୍ରାରେ ମଧ୍ୟ ସମାନ ଘଟଣା ଘଟିଥାଏ। ଆମକୁ ସର୍ବଦା ଆମର କର୍ମର ପରିଣାମ ଭୋଗ କରିବାକୁ ପଡ଼ିଥାଏ। ଯଦି ଆମେ ଭଲ କାର୍ଯ୍ୟ କରୁ, ତେବେ ଆମେ ଭଲ ଫଳ ପାଇବୁ। ଯଦି ଆମେ ଖରାପ କାର୍ଯ୍ୟ କରୁ, ତେବେ ଆମେ ଖରାପ ଜୀବନ ବଞ୍ଚତ୍ବୁ। ଖରାପ ଉପାୟ ବ୍ୟବହାର କରି ତୁମେ ନ୍ୟାୟପୂର୍ଣ୍ଣ ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ। ଯଦିବା ହାସଲ କର, ତେବେ ତାହା କ୍ଷଣସ୍ଥାୟୀ ହୋଇଥାଏ। ମଣିଷ ତା’ର ବର୍ତ୍ତମାନର କାର୍ଯ୍ୟ ଦ୍ୱାରା ନିଜର ଭବିଷ୍ୟତ ସ୍ଥିର କରିପାରିବ। ଯଦି ସେ ଦୁରାଚାର, ଦୁର୍ନୀତି ଏବଂ ପାପର ବୀଜ ବୁଣେ, ତେବେ ସେ ଦୁଃଖ ଏବଂ ବିନାଶକୁ ଅମଳ କରେ। ଯଦି ସେ ସଦ୍ଗୁଣ ଓ ସଦାଚାର ବୀଜ ବୁଣେ, ତେବେ ସେ ସଫଳତା ଏବଂ ସୁଖର ସୁବର୍ଣ୍ଣ ଫଳ ପାଏ। କାର୍ଯ୍ୟ ସକାରାତ୍ମକ ବା ନକାରାତ୍ମକ ହେଉ, ଉଭୟର ପରିଣାମ ପ୍ରତ୍ୟେକ ମଣିଷ ତାଙ୍କ ଜୀବନକାଳରେ ଅନୁଭବ କରିଥା’ନ୍ତି। ପ୍ରତ୍ୟେକ ଧର୍ମରେ ଏହି ଦୃଢ଼ ବିଶ୍ବାସକୁ ସମର୍ଥନ କରାଯାଇଛି। ଭଲ କାମ କେବେ ବ୍ୟର୍ଥ ହୁଏ ନାହିଁ। ସେଗୁଡ଼ିକ ସବୁବେଳେ ଅପ୍ରତ୍ୟାଶିତ ଉପାୟରେ ଫେରି ଆସେ। ଯଦି ଆପଣ ଗୋଟିଏ ଅସହାୟ ମଣିଷକୁ ସହାୟତାର ହାତ ବଢ଼ାଇଥିବେ, ତେବେ ଭବିଷ୍ୟତରେ ଆପଣଙ୍କ ଆଡ଼କୁ ସହାୟତାର ଅନେକ ହାତ ଲମ୍ବି ଆସିବ। ଯଦି ଆପଣ ଅନ୍ୟ ଉପରକୁ ଛୋଟ ପଥରଟିଏ ପକାଇଥା’ନ୍ତି, ତେବେ ଆପଣଙ୍କ ଉପରେ ପଡ଼ିବା ପାଇଁ ବଡ଼ ପଥରଟିଏ ନିଶ୍ଚିତ ଥିବ। ନକାରାତ୍ମକ କାର୍ଯ୍ୟର ପରିଣାମ ସମ୍ପର୍କରେ ପୁରାଣ ଓ ଇତିହାସରେ ଅନେକ ଦୃଷ୍ଟାନ୍ତ ରହିଛି। ଆଜିର ସମାଜରେ ଏହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଥାଏ। କିନ୍ତୁ ଭଲ କର୍ମର ଭଲ ଫଳ ଅଧିକ ପ୍ରଚାରିତ ହୁଏ ନହିଁ। ତେବେ ଆଜିର ଏହି ଆଲେଖ୍ୟରେ ଆସନ୍ତୁ ଜାଣିବା ସକାରାତ୍ମକ କର୍ମର କିପରି ସକାରାତ୍ମକ ଫଳ ମିଳେ।
ଘଟଣାଟି ୧୮୯୨ ମସିହାର। ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ ଜଣେ ଗରିବ ପିଲା। କଲେଜ ଟ୍ୟୁଶନ ଫି’ ଦେବା ତାଙ୍କ ପକ୍ଷରେ ସମ୍ଭବପର ହୋଇ ପାରୁନଥାଏ। ସେତେବେଳେ ଆଜିକାଲି ପରି ପ୍ରତିଭାବାନ୍ ପିଲାଙ୍କୁ ବା ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତିର ବ୍ୟବସ୍ଥା ନଥିଲା। ସେହି ପିଲାଟି ଥିଲେ ଅନାଥ, ଯିଏ କି ପିଲାଟି ଦିନୁ ମା’ବାପାଙ୍କୁ ହରାଇଥିଲେ। କାହାକୁ ବା କହିବେ? କିଏ ବା ତାଙ୍କୁ ସାହାଯ୍ୟ କରିବ? ଗୋଟିଏପଟେ ପାଠ ପଢ଼ିବା ପାଇଁ ଦୁର୍ବାର ଆଗ୍ରହ ତ ଅନ୍ୟପଟେ ଦାରୁଣ ଅର୍ଥ ସଙ୍କଟ। ଶେଷରେ ଜଣେ ସାଙ୍ଗକୁ ତାଙ୍କ ଅସୁବିଧା କଥା କହିଲେ। ସେ ସାଙ୍ଗ ଗୋଟିଏ ବୁଦ୍ଧି ଦେଲା। ସେ ସମୟରେ ଇଗ୍ନାସି ଜେ ପ୍ୟାଡେରଓସ୍କି ନାମକ ଜଣେ ବିଦେଶୀ ପିଆନୋ ବାଦକ ଆମେରିକାର ବିଭିନ୍ନ ସହରରେ ମ୍ୟୁଜିକ କନ୍ସର୍ଟ ମାଧ୍ୟମରେ ବେଶ୍ ଲୋକପ୍ରିୟ ହୋଇ ଉଠିଥିଲେ। ଗରିବ ପିଲାଟି ସାଙ୍ଗ ସହିତ ମିଶି ପ୍ୟାଡେରଓସ୍କିଙ୍କୁ ଆଣି ବିଶ୍ୱବିଦ୍ୟାଳୟରେ ଗୋଟିଏ କନ୍ସର୍ଟର ଆୟୋଜନ କରିବା ପାଇଁ ଚିନ୍ତାକଲେ। ଦୁଇ ସାଙ୍ଗ ପ୍ୟାଡେରଓସ୍କିଙ୍କ ମ୍ୟାନେଜରଙ୍କ ସହିତ କଥାବାର୍ତ୍ତା କଲେ। ଶୋ’ ପାଇଁ ଦୁଇ ହଜାର ଡଲାରର ପାରିଶ୍ରମିକ ସ୍ଥିର ହେଲା। ସହପାଠୀମାନଙ୍କୁ ଅନୁରୋଧ କରି ଟିକେଟ ବିକିବାକୁ ଯୋଜନା ହେଲା। ଶେଷରେ କନ୍ସର୍ଟର ଦିନ ଆସି ପହଞ୍ଚିଲା। ପ୍ୟାଡେରଓସ୍କି ଓ ତାଙ୍କ କନ୍ସର୍ଟ ଦଳ କଲେଜରେ ଆସି ପହଞ୍ଚତ୍ଗଲେ। କିନ୍ତୁ ପିଲା ଦୁଇଜଣଙ୍କ ମାନସିକ ଚାପ କମୁନଥିଲା। କାରଣ ଅନେକ ଚେଷ୍ଟା କରି ମଧ୍ୟ ସେମାନେ ମାତ୍ର ଷୋଳଶହ ଡଲାରର ଟିକେଟ ବିକ୍ରି କରିପାରିଥିଲେ। ଏ କଥା ଶୁଣି ପ୍ୟାଡେରଓସ୍କିଙ୍କ ମ୍ୟାନେଜରଙ୍କ ରାଗ କହିଲେ ନସରେ। ଦୁଇ ହଜାର ଡଲାର ନାହିଁ ତ ଶୋ’ ହେବାର ନାହିଁ।
ଦୁଇ ବନ୍ଧୁ ବହୁତ ସାହସ ଜୁଟେଇ ପ୍ୟାଡେରଓସ୍କିଙ୍କ ପାଖରେ ପହଞ୍ଚତ୍ଲେ। ସାଙ୍ଗରେ ଆଣିଥିବା ଷୋଳଶହ ଡଲାର ଏବଂ ବାକି ଚାରିଶହ ଡଲାର ପାଇଁ ଚେକ୍ଟିଏ ଧରେଇ ଦେଲେ ଆଉ ମୁଣ୍ଡ ତଳକୁ କରି କହିଲେ-ସାର୍! ବହୁତ କଷ୍ଟରେ ଏତକ ଯୋଗାଡ଼ ହୋଇପାରିଲା। ଆମେ ଦୁହେଁ କଥା ଦେଉଛୁ, ଯଥାଶୀଘ୍ର ଚେକ୍ଟି ପାସ୍ କରାଇବା ପାଇଁ ବ୍ୟବସ୍ଥା କରିବୁ। ଆମ ଦୁହିଁଙ୍କର ବିଶ୍ୱବିଦ୍ୟାଳୟର ଟ୍ୟୁଶନ ଫି’ ଯୋଗାଡ଼ ପାଇଁ ଏହି ଶୋ’ର ଆୟୋଜନ କରୁଥିଲୁ। ଈଶ୍ୱରଙ୍କୁ ହୁଏତ ଏକଥା ମଞ୍ଜୁର ନଥିଲା! ତେଣୁ ଆପଣ ଚାହିଁଲେ ସବୁ କିଛି ହୋଇପାରିବ। ଯୁବକ ଦ୍ୱୟଙ୍କ କଥା ଶୁଣି ପ୍ୟାଡେରଓସ୍କି କହି ଉଠିଲେ- ଏକଥା କିନ୍ତୁ ମୁଁ ଗ୍ରହଣ କରିପାରିବି ନହିଁ। ଚୁକ୍ତି ମୁତାବକ ଟଙ୍କା ନ ଦେଲେ କନ୍ସର୍ଟ ହେବନାହିଁ। ପ୍ୟାଡେରଓସ୍କିଙ୍କ କଥା ଶୁଣି ପିଲାମାନେ ଚୈତନ୍ୟ ହରାଇବା ଉପରେ। ପ୍ୟାଡେରଓସ୍କି ଚେକ୍ଟିକୁ ଟିକି ଟିକି କରି ଚିରିଦେଇ ଉପରକୁ ଉଡ଼େଇଦେଲେ ଓ ସମସ୍ତ ଷୋଳଶହ ଡଲାର ସେମାନଙ୍କୁ ଫେରାଇଦେଲେ। ତା’ପରେ ଗୁରୁଗମ୍ଭୀର କଣ୍ଠରେ କହି ଉଠିଲେ, ”ଏହି ଷୋଳଶହ ଡଲାରରୁ ତମର କନ୍ସର୍ଟ ବାବଦ ଖର୍ଚ୍ଚ କାଟି ରଖି ବାକିତକ ଟ୍ୟୁଶନ ଫି ବାବଦରେ ବ୍ୟବହାର କର। ପିଲାମାନଙ୍କ ଆଖିରେ ଲୁହର ବନ୍ୟା। ହୃଦୟରେ କୃତଜ୍ଞତାର କୋହ। ଠିକ୍ ସମୟରେ କନ୍ସର୍ଟ ଆରମ୍ଭ ହେଲା। ତାଳିମାଡ଼ରେ କମ୍ପି ଉଠିଲା ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ବିରାଟ ପ୍ରେକ୍ଷାଳୟ।
ସମୟ କାହାକୁ ଅପେକ୍ଷା କରେ ନାହିଁ। ପିଆନୋ ବାଦକ ପ୍ୟାଡେରଓସ୍କି ହେଲେ ପୋଲାଣ୍ଡ ଦେଶର ପ୍ରଧାନମନ୍ତ୍ରୀ। ଏ ରାଜମୁକୁଟ କିନ୍ତୁ ଭରି ଯାଇଥାଏ କଣ୍ଟକରେ। ବିଶ୍ୱଯୁଦ୍ଧ ଆରମ୍ଭ ହୋଇ ଯାଇଥାଏ। ଛୋଟ ଦେଶ ପୋଲାଣ୍ଡକୁ ଚାରିଆଡୁ ବିପଦ। ଭୟଙ୍କର ଖାଦ୍ୟାଭାବରେ ଦେଶର ଦେଢ଼ ନିୟୁତରୁ ଅଧିକ ଲୋକ କଙ୍କାଳସାର ହୋଇ ପଡ଼ିଲେଣି। ଚାରିଆଡ଼େ ମାଳ ମାଳ ମୃତଦେହ। ଦୁର୍ଭିକ୍ଷ ତା’ର ବାହୁ ବିସ୍ତାର କରି ଚାଲିଛି। ପ୍ୟାଡେରଓସ୍କିଙ୍କ ମୁଣ୍ଡ କାମ କରୁନଥାଏ। ଆଶା ନିରାଶା ଭିତରେ ଆମେରିକାର ଗୋଟିଏ ଦାତବ୍ୟ ସଂସ୍ଥା ‘ଆମେରିକୀୟ ରିଲିଫ୍ ଆସୋସିଏଶନ’କୁ ଚିଠିଟିଏ ଲେଖି ଅପେକ୍ଷାରେ ରହିଲେ ପ୍ୟାଡେରଓସ୍କି।
ସେତେବେଳେ ଉପରୋକ୍ତ ସଂସ୍ଥାର ମୁଖ୍ୟ ଥିଲେ ହର୍ବର୍ଟ ହୁଭର୍, ଯିଏ ପରବର୍ତ୍ତୀ କାଳରେ ଆମେରିକାର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ଚିଠିଟି ହୁଭର୍ଙ୍କ ପାଖକୁ ଆସିଲା। ସେ ସଙ୍ଗେ ସଙ୍ଗେ ପୋଲାଣ୍ଡର ନିରନ୍ନ ଲୋକଙ୍କ ପାଇଁ ହଜାର ହଜାର ଟନର ଜରୁରୀ ଖାଦ୍ୟପେୟ ପଠାଇବାର ବ୍ୟବସ୍ଥା କରିଦେଲେ। ପୋଲାଣ୍ଡର ବୁଭୁକ୍ଷୁମାନଙ୍କ ପେଟକୁ ଦାନା ଗଣ୍ଡିଏ ମିଳିଗଲା। ବହୁତ ବଡ଼ ବିପତ୍ତି ଟଳିଗଲା ମୁଣ୍ଡ ଉପରୁ। ପ୍ୟାଡେରଓସ୍କି ହୁଭର୍ଙ୍କ ଏମିତି ମାନବୀୟ ସହାୟତା ପାଇଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଦେବା ପାଇଁ ଆମେରିକାରେ ପହଞ୍ଚତ୍ଲେ। ପ୍ୟାଡେରଓସ୍କିଙ୍କୁ ସମ୍ମାନର ସହିତ ପାଛୋଟି ନେଲେ ହୁଭର୍, ଯେତେହେଲେ ସେ ଜଣେ ପ୍ରଧାନମନ୍ତ୍ରୀ! ହୁଭର୍ଙ୍କ କାର୍ଯ୍ୟାଳୟରେ ଯେତେବେଳେ ପ୍ୟାଡେରଓସ୍କି ହୁଭର୍ଙ୍କୁ ତାଙ୍କର ସମୟୋଚିତ ମାନବୀୟ ସାହାଯ୍ୟ ପାଇଁ ଧନ୍ୟବାଦ ଦେବାକୁ ନିଜର ବକ୍ତବ୍ୟ ଆରମ୍ଭ କଲେ, ହୁଭର୍ ତାଙ୍କୁ ଅଧାରେ ଅଟକାଇ ଦେଲେ। କହିଲେ- ”ମହାମହିମ ପ୍ରଧାନମନ୍ତ୍ରୀ! ସେ ଅନେକ ବର୍ଷ ତଳର କଥା। ଆପଣଙ୍କର ହୁଏତ ମନେ ନ ଥିବ। ମୁଁ କିନ୍ତୁ ଆଦୌ ଭୁଲି ନାହିଁ। ଆପଣ ଆମେରିକାର ଯେଉଁ ଦୁଇଜଣ ଗରିବ ପିଲାଙ୍କୁ ସେମାନଙ୍କ କଲେଜର ଟ୍ୟୁଶନ ଫି’ ଦାଖଲ ପାଇଁ ସାହାଯ୍ୟ କରି ସେମାନଙ୍କର ମୁହଁରେ ହସ ଫୁଟାଇଥିଲେ, ମୁଁ ତା’ ଭିତରୁ ଜଣେ। ସେ ଦିନର ଆପଣଙ୍କ ଭଲ କର୍ମର ଫଳ ଆପଣଙ୍କୁ ଈଶ୍ବର ସୁଧମୂଳ ସହ ଫେରାଇଛନ୍ତି।“ ପ୍ୟାଡେରଓସ୍କି ନିଜ ଆଖିକୁ ବିଶ୍ବାସ କରିପାରୁନଥିଲେ। ଭାବରେ ଗଦଗଦ ହୋଇ ହୁଭର୍ଙ୍କୁ କୁଣ୍ଢାଇ ପକାଇଲେ। ପ୍ୟାଡେରଓସ୍କିଙ୍କ ହୃଦୟରୁ ହୁଭର୍ଙ୍କ ପ୍ରତି ଝରି ଆସୁଥିବା କୃତଜ୍ଞତାର ସ୍ବର ତାଙ୍କର କନ୍ସର୍ଟର ମଧୁର ତାନଠାରୁ କୌଣସିମତେ ନୂ୍ୟନ ନ ଥିଲା।
ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩
The post ଦେଇଥିଲେ ପାଇ appeared first on Dharitri Odia News.