ଦେଓମାଳୀ ପର୍ଯ୍ୟଟନ ସ୍ଥଳୀକୁ ସର୍ବଭାରତୀୟ ସ୍ତରରେ ଆଦୃତ ପାଇଁ ପଦକ୍ଷେପ ନିଆଯିବ

ପଟାଙ୍ଗି : କୋରାପୁଟ ଜିଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଥିବା ରାଜ୍ୟ ର ଉଚ୍ଚତମ ଶୃଙ୍ଗ ଦେଓମାଳୀ ପର୍ଯ୍ୟଟନସ୍ଥଳୀକୁ ଆଜି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନ କରି ଫେରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ ଦେଓମାଳୀ ପର୍ଯ୍ୟଟନ ସ୍ଥଳୀକୁ ସର୍ବଭାରତୀୟ ସ୍ତରରେ ଆଦୃତ ପାଇଁ ପଦକ୍ଷେପ ନିଆଯିବ। ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ଏବଂ ସେମିଳିଗୁଡା ଅଞ୍ଚଳରେ ଦିନ ତମାମ ପାଣିପାଗ ପ୍ରତିକୁଳ ଥିବା ସତ୍ବେ ଏହାକୁ ଖାତିର […]

ଦେଓମାଳୀ ପର୍ଯ୍ୟଟନ ସ୍ଥଳୀକୁ ସର୍ବଭାରତୀୟ ସ୍ତରରେ ଆଦୃତ ପାଇଁ ପଦକ୍ଷେପ ନିଆଯିବ

ପଟାଙ୍ଗି : କୋରାପୁଟ ଜିଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଥିବା ରାଜ୍ୟ ର ଉଚ୍ଚତମ ଶୃଙ୍ଗ ଦେଓମାଳୀ ପର୍ଯ୍ୟଟନସ୍ଥଳୀକୁ ଆଜି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନ କରି ଫେରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ ଦେଓମାଳୀ ପର୍ଯ୍ୟଟନ ସ୍ଥଳୀକୁ ସର୍ବଭାରତୀୟ ସ୍ତରରେ ଆଦୃତ ପାଇଁ ପଦକ୍ଷେପ ନିଆଯିବ। ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ଏବଂ ସେମିଳିଗୁଡା ଅଞ୍ଚଳରେ ଦିନ ତମାମ ପାଣିପାଗ ପ୍ରତିକୁଳ ଥିବା ସତ୍ବେ ଏହାକୁ ଖାତିର ନକରି ପୁଟସିଲ ଇକୋରିଟ୍ରିଟ ପରିଦର୍ଶନ ପରେ ପ୍ରାୟ ୫ ଘଣ୍ଟିକା ସମୟରେ ଦେଓ ମାଳୀ ପର୍ଯ୍ୟଟନସ୍ଥଳ ବୁଲି ଦେଖିଥିଲେ।

ଏହି ପର୍ଯ୍ୟଟନ ସ୍ଥଳୀକୁ ପଡୋଶୀ ଆନ୍ଧ୍ରପ୍ରଦେଶର ଆରକୁ ଭେଲି ବୋରାକେଭ ପର୍ଯ୍ୟଟନ ସ୍ଥଳୀ ଠାରୁ ଯଥେଷ୍ଟ ପରିମାଣରେ ଅଧିକ ଆକର୍ଷଣୀୟ କରିବା ପାଇଁ ଯୋଜନା ରହିଛି ବୋଲି ପ୍ରକାଶ କରିଛନ୍ତି। ସେ କହିଥିଲେ ଓଡ଼ିଶାରେ ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ବିକାଶ କରିବା ପାଇଁ ଯୋଜନା ଚାଲିଛି।ପରବ ୨୪ ଅବସରରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଦେଓମାଳୀ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଘୋଷଣା କରିଥିବା ବେଳେ ତାକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ସେ ଆସିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏହାର ନକ୍ସା ଗଠନ କଲେ କାର୍ଯ୍ୟ ତ୍ବରାନ୍ବିତ କରାଯିବ।

ଏହି ଅବସରରେ ସେ ମାଳି ମାରିଲା, ବାରାବନ୍ଧ, ମାଥାଲାମ୍ବ ଓ ଦେଓମାଳୀ ହିଲଟପ ବୁଲି ଚାରୋଟି ସ୍ଥାନକୁ ଚିହ୍ନଟ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ପାଣିଯୋଗାଣ, ରାସ୍ତାଘାଟ ଓ ସୈନ୍ଦର୍ଯ୍ୟକରଣ ଆଦି ବିକାଶ କରାଯିବା ପରେ ବ୍ୟାପକ ପର୍ଯ୍ୟଟକଙ୍କ ଆଗମନ ଏବଂ ରହିବାର ସୁ ବନ୍ଦୋବସ୍ତ ବ୍ୟବସ୍ଥା କରାଯିବ। ଯେଉଁଥିରେ କି ପର୍ଯ୍ୟଟକ ଅଧିକରୁ ଅଧିକ ଆକର୍ଷିତ ହୋଇ ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ଏବଂ ରାଜ୍ୟ ବାହାରରୁ ଦୈନିକ ଭିଡ଼ ଜମିବ। ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୩୦ ରୁ ୨୦୦ କୋଟି ପର୍ଯ୍ୟନ୍ତ ବ୍ୟୟ ଅଟକଳ କରାଯିବ ଯେଉଁ ଥିରେ କି ଏହା ସର୍ବଭାରତୀୟ ସ୍ତରରେ ପହଞ୍ଚିବାରେ କୈାଣସି ପ୍ରତିବନ୍ଧକ ରହିବ ନାହିଁ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କୋଡପାଡ ବିଧାୟକ ରୁପୁ ଭତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ଜିଲାପାଳ ଭି କିର୍ତ୍ତୀଭାସନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ଜଙ୍ଗଲ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।