ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..
ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହାତୀକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇଯିବ। ଏହି ବିରାଟକାୟ ଜୀବ ଗୋଡାଇଲେ କିମ୍ବା ଲାତ ମାରିଲେ ମଣିଷ ତ ମଣିଷ ବନ୍ୟଜନ୍ତୁ ମଧ୍ୟ ଭୟରେ ପଳାନ୍ତି। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ସୋସିଆଲ ମିଡିଆ ଏକ୍ସରେତ୍ତବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଛି ଛୁଆ ହାତୀକୁ ତା’ ମାଆ ପୋଖରୀରେ ଗାଧୋଇବା ପାଇଁ […]

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହାତୀକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇଯିବ। ଏହି ବିରାଟକାୟ ଜୀବ ଗୋଡାଇଲେ କିମ୍ବା ଲାତ ମାରିଲେ ମଣିଷ ତ ମଣିଷ ବନ୍ୟଜନ୍ତୁ ମଧ୍ୟ ଭୟରେ ପଳାନ୍ତି। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ସୋସିଆଲ ମିଡିଆ ଏକ୍ସରେତ୍ତବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଛି ଛୁଆ ହାତୀକୁ ତା’ ମାଆ ପୋଖରୀରେ ଗାଧୋଇବା ପାଇଁ ସେଠାରେ ଥିବା କୁମ୍ଭୀରକୁ ଲାତ ମାରି ବିଦା କରୁଛି। ଭିଡିଓ ଦେଖି ଆପଣଙ୍କ ହସ ମଧ୍ୟ ଅଟକିବ ନାହିଁ। ଭିଡିଓରେ ଦେଖାଯାଉଛି, ଜଙ୍ଗଲ ମଧ୍ୟରେ ଏକ ପୋଖରୀରେ ହାତୀ ଓ ଛୁଆ ହାତୀ ଗାଧୋଇବା ସମୟରେ ହଠାତ୍ ଏକ କୁମ୍ଭୀର ଛୁଆହାତୀକୁ ଆକ୍ରମଣ କରିବାକୁ ଆସୁଛି। ମାତ୍ର ସେହି ସମୟରେ ହାତୀ କୁମ୍ଭୀରକୁ ଲଗାତାର ଲାତ ମାରି ମାରି ସେଠାରେ ବାହାର କରି ଦେଇଛି। କୁମ୍ଭୀର ମଧ୍ୟ ପୋଖରୀରୁ ବାହାରି ପଳାଉଥିବା ଦେଖାଯାଉଛି।
Elephant mom kicks a crocodile out of her poolpic.twitter.com/aEZ6meolZU
— Massimo (@Rainmaker1973) April 14, 2024
ଜଙ୍ଗଲୀ ଜୀବଜନ୍ତୁଙ୍କ ଏଭଳି କୌତୁକିଆ ଭିଡିଓ ଦେଖି ଯେ କେହି ମଧ୍ୟ ଖୁସି ହେବା ସହ ନିଜ ହସକୁ ରୋକି ପାରିବ ନାହିଁ। ଏହାସହ ମାଆ ସବୁବେଳେ ନିଜ ଛୁଆକୁ ବିପଦରୁ ରକ୍ଷା କରିବା ପାଇଁ ସମସ୍ତ ବିପଦରୁ ରକ୍ଷା କରିଥାଏ। ନିଜେ ଲଢେଇ କରିବାକୁ ପ୍ରସ୍ତୁତ ରହିଥାଏ। ନିଜ ଛୁଆକୁ ସର୍ବଦା ସୁରକ୍ଷା ଦିଏ , ତାହା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।
ଏପ୍ରିଲ ମାସରେ କେଉଁ ରାଶି ହେବେ ମାଲାମାଲ୍ , ଏମାନଙ୍କର ରହିଛି ବିବାହ ଯୋଗ..