ଦେଢ଼ ବର୍ଷ ବୟସର ଶିଶୁ ସାଇ ଶ୍ରେୟସ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ

ଗୋପାଳପୁର ୧୭/୨ ଶିତଳାପଲ୍ଲୀ ସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟର କମ୍ପୁଟର ସାଇନ୍ସ ବିଭାଗର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଡ଼. ସୌରଭ କୁମାର ଭୋଇଙ୍କ ଦେଢ଼ ବର୍ଷ ବୟସର ଶିଶୁ ପୁତ୍ର ସାଇ ଶ୍ରେୟସ୍ ଭୋଇ ଚାରିଟି ପାଣି ବୋତଲକୁ(୧ ଲିଟର ) ଦୁଇ ହାତରେ ଉଠାଇଥିବା ଭିଡିଓଟିକୁ ଚଳିତ ମାସ ଜାନୁଆରୀ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡକୁ ପଠାଇଥିଲେ l ଆଜି ତାର ଫଳାଫଳ ଆକାରରେ ଚାରି ଲିଟର ଭର୍ତ୍ତୀ ଥିବା ପାଣି ବୋତଲ […] The post ଦେଢ଼ ବର୍ଷ ବୟସର ଶିଶୁ ସାଇ ଶ୍ରେୟସ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ appeared first on Odisha.News.

ଦେଢ଼ ବର୍ଷ ବୟସର ଶିଶୁ ସାଇ ଶ୍ରେୟସ  ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ

ଗୋପାଳପୁର ୧୭/୨
ଶିତଳାପଲ୍ଲୀ ସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟର କମ୍ପୁଟର ସାଇନ୍ସ ବିଭାଗର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଡ଼. ସୌରଭ କୁମାର ଭୋଇଙ୍କ ଦେଢ଼ ବର୍ଷ ବୟସର ଶିଶୁ ପୁତ୍ର ସାଇ ଶ୍ରେୟସ୍ ଭୋଇ ଚାରିଟି ପାଣି ବୋତଲକୁ(୧ ଲିଟର ) ଦୁଇ ହାତରେ ଉଠାଇଥିବା ଭିଡିଓଟିକୁ ଚଳିତ ମାସ ଜାନୁଆରୀ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡକୁ ପଠାଇଥିଲେ l ଆଜି ତାର ଫଳାଫଳ ଆକାରରେ ଚାରି ଲିଟର ଭର୍ତ୍ତୀ ଥିବା ପାଣି ବୋତଲ ଉଠାଇ ଥିବା ପାଇଁ ସାଇ ଶ୍ରେୟସ ଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ପ୍ରକାଶ ପାଇଥିଲା lମାତ୍ର ଦେଢ ବର୍ଷ ବୟସରେ ସାଇ ଶ୍ରେୟସ ଙ୍କ ଏହି ଅସାଧାରଣ ସଫଳତା ଯୋଗୁଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପକ୍ଷରୁ ଏକ ସାର୍ଟିଫିକେଟ ପ୍ରଦାନ ସହ ରେକର୍ଡ ର ଅଧିକାରୀ ହୋଇ ପାରିଥିବା ପ୍ରକାଶ କରା ଯାଇଛି।ଏହି ସଫଳତା
ପାଇଁ, ତାଙ୍କ ପିତାମାତା, ପରିବାର ସଦସ୍ୟ, ଗୁରୁଜନ, ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଛି l

The post ଦେଢ଼ ବର୍ଷ ବୟସର ଶିଶୁ ସାଇ ଶ୍ରେୟସ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ appeared first on Odisha.News.