ଦେବକୀ ବସୁଦେବ ବିବାହରୁ ପଡିଆ ବାହାଲ ଧନୁଯାତ୍ରା ଆରମ୍ଭ

ସମ୍ବଲପୁର:ଦେବକୀ ବସୁଦେବ ବିବାହରୁ ଆଜି ପଡିଆବାହଲ ଠାରେ ଧନୁଯାତ୍ରା ଆରମ୍ଭ ହୋଇଛି। ସକାଳେ କଳସ ଯାତ୍ରା ହେବା ସହ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହେବା ପରେ ମଥୁରାନଗରୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଦୁର୍ଗାପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ବେହେରା, କମିଟି ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର ଓ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ଧନୁଯାତ୍ରା ଓ ଦୁର୍ଗାପୂଜା କମିଟି ର ସମସ୍ତ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଫିତା […] The post ଦେବକୀ ବସୁଦେବ ବିବାହରୁ ପଡିଆ ବାହାଲ ଧନୁଯାତ୍ରା ଆରମ୍ଭ appeared first on Odisha.News.

ଦେବକୀ ବସୁଦେବ ବିବାହରୁ ପଡିଆ ବାହାଲ ଧନୁଯାତ୍ରା ଆରମ୍ଭ

ସମ୍ବଲପୁର:ଦେବକୀ ବସୁଦେବ ବିବାହରୁ ଆଜି ପଡିଆବାହଲ ଠାରେ ଧନୁଯାତ୍ରା ଆରମ୍ଭ ହୋଇଛି।
ସକାଳେ କଳସ ଯାତ୍ରା ହେବା ସହ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହେବା ପରେ ମଥୁରାନଗରୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଦୁର୍ଗାପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ବେହେରା, କମିଟି ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର ଓ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ଧନୁଯାତ୍ରା ଓ ଦୁର୍ଗାପୂଜା କମିଟି ର ସମସ୍ତ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଫିତା କାଟି ଉଦଘାଟନ କରିଥିଲେ।ସମସ୍ତ ଅତିଥି ମାନଙ୍କୁ ଦୁର୍ଗାପୂଜା ମଣ୍ଡପ ଠାରୁ ଏକ ବର୍ଣ୍ଣାଡ୍ୟ ପରିବେଶରେ ଧନୁଯାତ୍ରା ପଡିଆ କୁ ପାଛୋଟି ଅଣାଯାଇଥିଲା।ମଥୁରା ନଗରୀରୀରେ ଦିଲ୍ଲୀପ ସାହୁଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ସଂଯୋଜକ ଡା. ରାଜାରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ କମିଟି ସଭାପତି ପ୍ରମୋଦ ମଗର, ଦୁର୍ଗେସ ସାହୁ ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ମୁନ୍ନା ମହାନନ୍ଦ ଉପସ୍ଥିତ ଥିଲେ।ଧନୁଯାତ୍ରା ରେ ମିନବଜାର ବିଶେଷ ଆକର୍ଷଣ ଥିବାବେଳେ ବିଭିନ୍ନ ନୃତ୍ୟ ସଂଗୀତ ଭିନ୍ନ ଆକର୍ଷଣ ଥିଲା।

The post ଦେବକୀ ବସୁଦେବ ବିବାହରୁ ପଡିଆ ବାହାଲ ଧନୁଯାତ୍ରା ଆରମ୍ଭ appeared first on Odisha.News.