ଦେବଗଡରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’, ଧର୍ମେନ୍ଦ୍ର ପ୍ରଧାନ ଓ ସୁବାସ ପାଣିଗ୍ରାହୀଙ୍କ ପାଇଁ ମାଗିଲେ ଭୋଟ୍

ଦେବଗଡ ୨୩।୫: ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେବଗଡ ଗସ୍ତରେ ଆସି ରୋଡ ଶୋ’ କରିଛନ୍ତି । ହିମନ୍ତ ବିଶ୍ବଶର୍ମା ହେଲିକପ୍ଟର ଯୋଗେ ଦେବଗଡ ସହରର ବଡବଗିଚା ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସେ ଦେବଗଡ ସହର ଗୋପାଳଜୀଉ ମନ୍ଦିର ଠାରେ ପହଞ୍ଚିଥିଲେ । ରୋଡ ଶୋ’ ଗୋପାଳଜୀଉ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିଥିଲା। ଏହି ରୋଡ ସୋ ରେ ହିମନ୍ତ ବିଶ୍ବଶର୍ମା ଙ୍କ ସହ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସମ୍ବଲପୁର ସାଂସଦ ପ୍ରାର୍ଥୀ  ଧର୍ମେନ୍ଦ୍ର ପ୍ରଧାନ, ଦେବଗଡ ବିଧାନସଭା ଆସନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସାମିଲ ହୋଇଥିଲେ ।  ଗୋପାଳଜୀଉ ମନ୍ଦିର ଠାରୁ, ଷ୍ଟେଟ ବ୍ୟାଙ୍କ ଛକ, ଗୋପବନ୍ଧୁ ଛକ, ପ୍ରାଇଭେଟ ବସଷ୍ଟେଣ୍ଡ, ରାଜବାଟୀ, ମ୍ୟୁନିସିପାଲଟି ଅଫିସ ସମ୍ମୁଖ, ନୃସିଂହ ମନ୍ଦିର ଛକ ହୋଇ ରୋଡ ସୋ କାରଗିଲ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରୋଡ୍ ଶୋ’ ଥାନା ଛକ ପର୍ଯ୍ୟନ୍ତ ଯିବାକୁ ଥିବାବେଳେ ସମୟର ସ୍ବଳ୍ପତା ଦୃଷ୍ଟିରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଧର୍ମେନ୍ଦ୍ର ପ୍ରଧାନ କାରଗିଲ ଛକରୁ ଗାଡିରୁ ଓହ୍ଲାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଭିମୁଖେ ଯାଇଥିଲେ । ବାକି ଅଞ୍ଚଳରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ରୋଡ ଶୋ’ କରିଥିଲେ । ଏହି ରୋଡ ଶୋ’

ଦେବଗଡରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’, ଧର୍ମେନ୍ଦ୍ର ପ୍ରଧାନ ଓ ସୁବାସ ପାଣିଗ୍ରାହୀଙ୍କ ପାଇଁ ମାଗିଲେ ଭୋଟ୍

ଦେବଗଡ ୨୩।୫: ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେବଗଡ ଗସ୍ତରେ ଆସି ରୋଡ ଶୋ’ କରିଛନ୍ତି । ହିମନ୍ତ ବିଶ୍ବଶର୍ମା ହେଲିକପ୍ଟର ଯୋଗେ ଦେବଗଡ ସହରର ବଡବଗିଚା ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସେ ଦେବଗଡ ସହର ଗୋପାଳଜୀଉ ମନ୍ଦିର ଠାରେ ପହଞ୍ଚିଥିଲେ । ରୋଡ ଶୋ’ ଗୋପାଳଜୀଉ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିଥିଲା। ଏହି ରୋଡ ସୋ ରେ ହିମନ୍ତ ବିଶ୍ବଶର୍ମା ଙ୍କ ସହ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସମ୍ବଲପୁର ସାଂସଦ ପ୍ରାର୍ଥୀ  ଧର୍ମେନ୍ଦ୍ର ପ୍ରଧାନ, ଦେବଗଡ ବିଧାନସଭା ଆସନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସାମିଲ ହୋଇଥିଲେ ।  

ଗୋପାଳଜୀଉ ମନ୍ଦିର ଠାରୁ, ଷ୍ଟେଟ ବ୍ୟାଙ୍କ ଛକ, ଗୋପବନ୍ଧୁ ଛକ, ପ୍ରାଇଭେଟ ବସଷ୍ଟେଣ୍ଡ, ରାଜବାଟୀ, ମ୍ୟୁନିସିପାଲଟି ଅଫିସ ସମ୍ମୁଖ, ନୃସିଂହ ମନ୍ଦିର ଛକ ହୋଇ ରୋଡ ସୋ କାରଗିଲ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରୋଡ୍ ଶୋ’ ଥାନା ଛକ ପର୍ଯ୍ୟନ୍ତ ଯିବାକୁ ଥିବାବେଳେ ସମୟର ସ୍ବଳ୍ପତା ଦୃଷ୍ଟିରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଧର୍ମେନ୍ଦ୍ର ପ୍ରଧାନ କାରଗିଲ ଛକରୁ ଗାଡିରୁ ଓହ୍ଲାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଭିମୁଖେ ଯାଇଥିଲେ । ବାକି ଅଞ୍ଚଳରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ରୋଡ ଶୋ’ କରିଥିଲେ । 

ଏହି ରୋଡ ଶୋ’ ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ଦେବଗଡ ବିଧାନସଭା  ବିଧାୟକ ପ୍ରାର୍ଥୀ   ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ବାସିନ୍ଦା ଓ   ଦଳୀୟ କର୍ମୀ ମାନେ ତାଙ୍କୁ ରାସ୍ତା କଡରେ ଛିଡା ହୋଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।    ଏହି ଅବସରରେ ହିମନ୍ତ ବିଶ୍ବଶର୍ମା  ଆଗାମୀ ନିର୍ବାଚନରେ ରାଜ୍ୟ ସରକାର ବଦଳୁଥିବା ସହ ସୁଶାସନ ପାଇଁ ଓଡିଶାର ଜନସାଧାରଣ ରାଜ୍ୟରେ ଓ କେନ୍ଦ୍ରରେ ମୋଦୀଙ୍କୁ ଭୋଟ୍ ଦେବେ ବୋଲି କହିଥିଲେ ।

You Can Read :

ବିଜେଡିର ମହାମିଶ୍ରଣ : ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ୫ ଶହରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ