ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ
ଦେବଗଡ଼: ଜାତୀୟ ଦଳଙ୍କ ପାଇଁ ଓଡ଼ିଶା ଗୋଟିଏ ବିନ୍ଦୁ, କିନ୍ତୁ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ।... The post ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ appeared first on .
ଦେବଗଡ଼: ଜାତୀୟ ଦଳଙ୍କ ପାଇଁ ଓଡ଼ିଶା ଗୋଟିଏ ବିନ୍ଦୁ, କିନ୍ତୁ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ। ଦେବଗଡ଼ରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଏପରି କହିବା ସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
ଦେବଗଡ଼ ଗସ୍ତ ବେଳେ ପ୍ରଣବଙ୍କୁ ଏକ ବିଶାଳ ରାଲିରେ ସ୍ବାଗତ କରାଯାଇଥିଲା। କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଣବ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼଼ିଶାବାସୀ ୫ ଜଣ ବିଜେପି ସାଂସଦଙ୍କୁ ନିର୍ବାଚିତ କରିଥିଲେ। କିନ୍ତୁ ବିଜେପି ସାଂସଦ ନିର୍ବାଚିତ ହେବାପରେ ଲୋକଙ୍କ କଥା ଭୁଲିଗଲେ। କେନ୍ଦ୍ରର ଆବାସ ଅବହେଳା ଓ ଚାଷୀମାରଣ ନୀତି ସମ୍ପର୍କରେ ସଂସଦରେ ପଦୁଟିଏ ବି କହିଲେନି। ଓଡ଼ିଶାର ସ୍ବାର୍ଥ ପାଇଁ ପଦୁଟିଏ ବି କହିଲେନି ବିଜେପି ସାଂସଦ। ଏବେ ଲୋକଙ୍କ ସମୟ ଆସିଛି। ମିଛ ପ୍ରତିଶୃତି ଓ ପ୍ରତାରଣା କରିଥିବା ନେତାଙ୍କୁ ଜବାବ ଦେବା ପାଇଁ ସମୟ ଆସିଛି ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି। ଧର୍ମଯୁଦ୍ଧରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିବା ସହ ବିକାଶ ଧାରାରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।
ପ୍ରଣବ ଆହୁରି କହିଛନ୍ତି, ବିଜେଡି ଯେତେଦିନ ଯାଏ ଅଛି, ଓଡ଼ିଶାର ବିକାଶ ଚାଲିଥିବ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତା’ର ନେତୃତ୍ବ ନେବେ। ମୁଖ୍ଯମନ୍ତ୍ରୀ ଓଡ଼ିଶାର ପ୍ରହରୀ ଭାବେ ଅହରହ କାମ କରୁଛନ୍ତି। ଦେବଗଡ଼ରେ ଏମିତି ମନ୍ଦିର, ମସଜିଦ କି ଚର୍ଚ୍ଚ ନାହିଁ, ଯାହାର ନବକଳେବର ହୋଇନାହିଁ । ଏହା ହିଁ ବିକାଶ ପ୍ରତି ନବୀନଙ୍କ ପ୍ରତିବଦ୍ଧତା। ଖାଲି ବିଧାନସଭା ନୁହେଁ, ଲୋକସଭାରେ ବି ଲୋକଙ୍କ ସ୍ବର ଉତ୍ତୋଳନ କରିବାକୁ ନବୀନଙ୍କ ହାତମୁଠା ଟାଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଣବ। ଏହି ଅବସରରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଉମାଶଙ୍କର । ଆଗାମୀ ଦିନରେ ବିଜେଡିକୁ ଅଧିକ ସୁଦୃଢ଼ କରିବା ସହ ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ ସମସ୍ତେ ଶପଥ ନେଇଛନ୍ତି ।
The post ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ appeared first on .