ଦେବଗୌଡାଙ୍କ ପୁଅଙ୍କ ଉପରେ ଆସିଲା ଆଉ ଏକ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ,୩।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡାଙ୍କ ନାତି ଉଜ୍ଜ୍ୱଳ ରେଭାନ୍ନାଙ୍କ ବରୋଧରେ ବଳାତ୍କାର ଅଭିଯୋଗ ପରେ ଏବେ ଦେବଗୌଡାଙ୍କ ପୁଅ ତଥା ପୂର୍ବତନ କର୍ନାଟକ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ବିରୋଧରେ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ରେଭାନ୍ନା ତାଙ୍କ ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ ପରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ରାଜୁ ଏଚଡି ଏନେଇ କେଆର ନଗର ଥାନାରେ ଅଭିଯୋଗ […] The post ଦେବଗୌଡାଙ୍କ ପୁଅଙ୍କ ଉପରେ ଆସିଲା ଆଉ ଏକ ସଙ୍ଗୀନ ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୩।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡାଙ୍କ ନାତି ଉଜ୍ଜ୍ୱଳ ରେଭାନ୍ନାଙ୍କ ବରୋଧରେ ବଳାତ୍କାର ଅଭିଯୋଗ ପରେ ଏବେ ଦେବଗୌଡାଙ୍କ ପୁଅ ତଥା ପୂର୍ବତନ କର୍ନାଟକ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ବିରୋଧରେ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ରେଭାନ୍ନା ତାଙ୍କ ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ ପରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ରାଜୁ ଏଚଡି ଏନେଇ କେଆର ନଗର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ରାଜୁ ଓ ତାଙ୍କ ମାଆ ରାଭାନ୍ନାଙ୍କ ହୋଲେନାରାସିପୁରା ବାସଭବନ ଏବଂ ଫାର୍ମହାଉସରେ ଗୃହ ସହାୟକ ଭାବେ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ। କିନ୍ତୁ ୩ ବର୍ଷ ପୂର୍ବରୁ ଚାକିରି ଛାଡି ସାରିଲେଣି। ଗତ ମାସ ୨୯ରେ ରାଜୁଙ୍କ ମାଆ ନିଖୋଜ ହୋଇ ଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓରେ ତାଙ୍କ ମାଆ ପୀଡିତା ଥିବା ସେ ଦର୍ଶାଇଛନ୍ତି। ଏଚଡି ରେଭନ୍ନା ତାଙ୍କ ମାଆଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।
The post ଦେବଗୌଡାଙ୍କ ପୁଅଙ୍କ ଉପରେ ଆସିଲା ଆଉ ଏକ ସଙ୍ଗୀନ ଅଭିଯୋଗ appeared first on Dharitri Odia News.