ଦେବଦୂତ ସାଜିଲା ବିଜୁ ସ୍ୱାସ୍ଥ୍ୟ ବୀମା ହେଲେ ଦୁଃଖ ଯାଇନି-ସହାୟତା ଅପେକ୍ଷା ବିନୋଦ

କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାଧାରଣ ଲୋକ ଙ୍କ ପାଇଁ ଦେବଦୂତ ସାଜିଛି।ଗରିବ ଲୋକ ଏହି ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଉନ୍ନତ ଧରଣ ର ଚିକିତ୍ସା ସେବା ପାଉଥିବା ବେଳେ ସରକାର ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଗ୍ରାମର ବିନୋଦ ବାରିକ (୫୪) ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ଚିକିତ୍ସିତ ହୋଇ ଘର କୁ ଫେରିଛନ୍ତି […] The post ଦେବଦୂତ ସାଜିଲା ବିଜୁ ସ୍ୱାସ୍ଥ୍ୟ ବୀମା ହେଲେ ଦୁଃଖ ଯାଇନି-ସହାୟତା ଅପେକ୍ଷା ବିନୋଦ appeared first on Odisha.News.

ଦେବଦୂତ ସାଜିଲା ବିଜୁ ସ୍ୱାସ୍ଥ୍ୟ ବୀମା ହେଲେ ଦୁଃଖ ଯାଇନି-ସହାୟତା ଅପେକ୍ଷା ବିନୋଦ

କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାଧାରଣ ଲୋକ ଙ୍କ ପାଇଁ ଦେବଦୂତ ସାଜିଛି।ଗରିବ ଲୋକ ଏହି ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଉନ୍ନତ ଧରଣ ର ଚିକିତ୍ସା ସେବା ପାଉଥିବା ବେଳେ ସରକାର ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଗ୍ରାମର ବିନୋଦ ବାରିକ (୫୪) ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ଚିକିତ୍ସିତ ହୋଇ ଘର କୁ ଫେରିଛନ୍ତି ସତ ହେଲେ ଏବେ ବି ସରକାରୀ ସହାୟତା ର ଆବଶ୍ୟକ ହୋଇପଡିଛି ।ସାଧାରଣ ଭାବେ ଗରିବ ଶ୍ରେଣୀର ହୋଇଥିବା ବେଳେ ବାରିକ ବୃତ୍ତି କରି ପରିବାର ପ୍ରତିପୋଷଣ କରିଆସୁଥିଲେ।ଧର୍ମଗଡ ସହର ମଧ୍ୟରେ ଖଣ୍ଡେ ଛୋଟ ସେଳୁନ ଟେ ଖୋଲି ଥିଲେ। ସକାଳ ପାହିଲେ ଖଣ୍ଡେ ଫଟା ସାଇକେଲ ଧରି ୧୫କିମି ଦୂର ଧର୍ମଗଡ କୁ ଯାଇ ନିଜ ବୃତ୍ତି ରେ ଯାହା ଦ୍ଵି ପଇସା ପାଉଥିଲେ ସେଥିରେ ଚାରି କୁଟୁମ୍ବ ର ଭରଣ ପୂରଣ କଷ୍ଟେ ମଷ୍ଟେ ହୋଇଯାଉଥିଲା।ଆଜ କୁ ୧୫ବର୍ଷ ତଳର କଥା -ହଠାତ ଡାହାଣ ଗୋଡ଼ ପାଦ ଫୁଲିବାକୁ ଲାଗିଲା।ପାଖ ଆଖ ଡାକ୍ତରଖାନାରେ ଚିକିତ୍ସିତ ହେଲେ ।ହେଲେ ଉପଶମ ହେବା ନା ନେଲାନି।ଶେଷରେ ଘର ର ସୁନା ଗହଣା ଓ ଜମି କୁ ପର ଠାରେ ବନ୍ଧା ପକେଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ହୋଇଥିଲେ। କେତେଦିନ ବେଶ ଭଲ ହୋଇ ନିଜ ବୃତ୍ତି କୁ ଯିବା ଆସିବା କଲେ।ହେଲେ ଗତ ୨୨ମସିହାରୁ ପୁଣି ଗୋଡ଼ ପାଦ ଫୁଲିବା ଆରମ୍ଭ ହୋଇଥିଲା।ଧାର କରଜ କରି ପାଖ ଆଖ ଡାକ୍ତର ଙ୍କୁ ଦେଖାଇଲେ।ଶେଷରେ ଡାକ୍ତର ମଧ୍ୟ ଉନ୍ନତ ଧରଣ ଚିକିତ୍ସା ପାଇଁ ବିଶାଖାପାଟଣା ନେବା କୁ ପରାମର୍ଶ ଦେଇଥିଲେ।ଗରିବ ଲୋକ -ଏତେ ଅର୍ଥ କେମିତି ଯୋଗାଡ଼ କରିବ ,ଚିନ୍ତା ପଡିଯାଇଥିଲେ ପରିବାର।ଏହି ସମୟରେ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୀମା କାର୍ଡ ତାଙ୍କ ପାଇଁ ଦେବଦୂତ ସାଜିଥିଲା।ବିଶାଖାପାଟଣା ର କନକ ଦୁର୍ଗା ଡାକ୍ତରଖାନାରେ ଭର୍ତ୍ତି ହୋଇ ଡାକ୍ତର ଙ୍କ ପରାମର୍ଶ କ୍ରମେ ପରୀକ୍ଷା ନିରୀକ୍ଷା କରାଯାଇଥିଲା।ତେବେ ତାଙ୍କ ଗୋଡ କୁ କାଟିବା ବ୍ୟତୀତ କୌଣସି ଉପାୟ ନ ଥିବା ଡାକ୍ତର କହିଥିଲେ ଏବଂ କଟା ଗଲା।ଏବେ ସେ ବିକଳାଙ୍ଗ ପାଲଟି ଯାଇଛନ୍ତି।ଅନ୍ୟପଟେ ସେହି ଦିନ ଠାରୁ ପରିବାର ଉପରେ ଦୁଃଖର ଛାୟୀ ଖେଳି ଯାଇଛି।ଜଣେ ମାତ୍ର ପରିବାର ର ରୋଜଗାରୀ ବିନୋଦ।ଗୋଡ଼ ହରାଇଥିବା ଦିନ ଠୁ ଦିନ କୁ ଦିନ ପରିବାର ଉପରେ ଦୁର୍ଦ୍ଦଶା ବଢି ଚାଲିଛି।ସ୍ୱାମୀ ଙ୍କ ଗୋଡ଼ ଯାଇନି ବରଂ ପରିବାର ସୁଖ କୁ ଛଡେଇ ନେଇଛି ଦଇବ ବୋଲି ସ୍ତ୍ରୀ କନକ ବାରିକ କହନ୍ତି।ଅନ୍ୟପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମୋ ପାଇଁ ଦେବଦୂତ ସାଜିଛି ସତ ହେଲେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଥିବା କୁହନ୍ତି ବିନୋଦ ।ଖବର ପାଇଁ ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରିଜଲାଲ ନାଏକ ପରିବାର ପାଖକୁ ପହଞ୍ଚି ସହାୟତାର ହାତ ବଢ଼େଇଛନ୍ତି।ପଞ୍ଚାୟତ ସ୍ତରରେ ଯାହା ସବୁ ସୁବିଧା ଯୋଗାଇ ହେବ ତୁରନ୍ତ ବ୍ୟବସ୍ଥା କରାଯିବା କୁ ପରିବାର କୁ ଆଶ୍ୱାସନା ଦେଇଛନ୍ତି।ଅନ୍ୟପଟେ ଯୁଦ୍ଧ କାଳୀନଭିତ୍ତି ରେ ବିକଳାଙ୍ଗ ଭତ୍ତା ଓ ତିନି ଚକିଆ ଇଞ୍ଜିନ ଚାଳିତ ସାଇକେଲ ଯୋଗାଇବା କୁ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ସରପଞ୍ଚ ବ୍ରିଜଲାଲ ନାଏକ କହିଥିବା କହିଛନ୍ତି।ବ୍ଲକ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ପ୍ରକାର ସରକାରୀ ସହାୟତା ପରିବାର କୁ ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ଦାବୀ ହେଉଛି।

The post ଦେବଦୂତ ସାଜିଲା ବିଜୁ ସ୍ୱାସ୍ଥ୍ୟ ବୀମା ହେଲେ ଦୁଃଖ ଯାଇନି-ସହାୟତା ଅପେକ୍ଷା ବିନୋଦ appeared first on Odisha.News.