ଦେବାଶିଷ ଓ ଶୁଭାଶିଷ ବିଜେଡିର ରାଜ୍ୟସଭା ପ୍ରାର୍ଥୀ, ଘୋଷଣା କଲା ଦଳ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟର ଶାସକ ବିଜୁ ଜନତା ଦଳ(ବିଜେଡି)ପକ୍ଷରୁ ସୋମବାର ପ୍ରାର୍ଥୀ ଘୋଷଣା କରିଛି। କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ଶୁଭାଶିଷ ଖୁଣ୍ଟିଆକୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କ ନାଁକୁ ଅନୁମୋଦନ ଦେଇଛନ୍ତି। ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖନୀୟ ଓଡ଼ିଶାରୁ ରାଜ୍ୟସଭାର ୩ଟି ଆସନ ଖାଲି ପଡିଛି। ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା କରାଯାଇଛି। Also read- ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧି-ସଚ୍ଚିନ ପାଇଲଟ, ରାଜ୍ୟରେ କରିବେ ନିର୍ବାଚନ ପ୍ରଚାର ଏପ୍ରିଲ ୩ ତାରିଖରେ  ରାଜ୍ୟର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟ ବିଧାନସଭା ସଂଖ୍ୟା ଗଣିତ କହୁଛି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ସ୍ପଷ୍ଟ । ତେବେ ବିଜେଡିର ଆଜି ଦୁଇ ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।  ଦୁଇ ଥର କଟକ ବାରବାଟୀ ବିଧାନସଭା ନିର୍ବାଚନ ଜିତିଥିବା ଦେବାଶିଷ ସାମନ୍ତରାୟଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ଆଉ ରାଜ୍ୟ ଯୁବ ବିଜେଡି ଉପସଭାପତି ଥିବା ଶୁଭାଷିଶ ଖୁଣ୍ଟିଆକୁ ଦଳ ସଂସଦର ଉ

ଦେବାଶିଷ ଓ ଶୁଭାଶିଷ ବିଜେଡିର ରାଜ୍ୟସଭା ପ୍ରାର୍ଥୀ, ଘୋଷଣା କଲା ଦଳ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟର ଶାସକ ବିଜୁ ଜନତା ଦଳ(ବିଜେଡି)ପକ୍ଷରୁ ସୋମବାର ପ୍ରାର୍ଥୀ ଘୋଷଣା କରିଛି। କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ଶୁଭାଶିଷ ଖୁଣ୍ଟିଆକୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କ ନାଁକୁ ଅନୁମୋଦନ ଦେଇଛନ୍ତି। ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖନୀୟ ଓଡ଼ିଶାରୁ ରାଜ୍ୟସଭାର ୩ଟି ଆସନ ଖାଲି ପଡିଛି। ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା କରାଯାଇଛି।

Also read- ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧି-ସଚ୍ଚିନ ପାଇଲଟ, ରାଜ୍ୟରେ କରିବେ ନିର୍ବାଚନ ପ୍ରଚାର

ଏପ୍ରିଲ ୩ ତାରିଖରେ  ରାଜ୍ୟର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟ ବିଧାନସଭା ସଂଖ୍ୟା ଗଣିତ କହୁଛି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ସ୍ପଷ୍ଟ । ତେବେ ବିଜେଡିର ଆଜି ଦୁଇ ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।  ଦୁଇ ଥର କଟକ ବାରବାଟୀ ବିଧାନସଭା ନିର୍ବାଚନ ଜିତିଥିବା ଦେବାଶିଷ ସାମନ୍ତରାୟଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ଆଉ ରାଜ୍ୟ ଯୁବ ବିଜେଡି ଉପସଭାପତି ଥିବା ଶୁଭାଷିଶ ଖୁଣ୍ଟିଆକୁ ଦଳ ସଂସଦର ଉଚ୍ଚସଦନକୁ ପଠାଇବ । ଦୁଇ ନାଁ ରାଜ୍ୟସଭା ପ୍ରାର୍ଥୀ ରେସ୍‌ରେ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି। ତେବେ ଆଉ ଗୋଟିଏ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନି।

ଉଲ୍ଲେଖନୀୟ, ରାଜ୍ୟସଭା ସାଂସଦ ଭାବେ ଅମର ପଟ୍ଟନାୟକଙ୍କୁ ରିପିଟ କରିପାରେ ବୋଲି କୁହାଯାଉଥିଲା। ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପଶ୍ଚିମ ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ବି  ରାଜ୍ୟସଭା ରେସରେ ଥିବା ଶୁଣିବାକୁ ମିଳୁଥିଲା।  

ଫେବୃଆରୀ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଶେଷ ତାରିଖ ରହିଛି ଫେବ୍ରୁଆରୀ ୧୫ ତାରିଖ । ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଯଦି ପ୍ରତିଦ୍ବନ୍ଦ୍ବିତା ହୁଏ ତାହେଲେ  ଫେବ୍ରୁଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଭିତରେ ମତଦାନ ହେବ । ସେହିଦିନ ସଂଧ୍ୟା ୫ଟା ରେ ରେଜଲ୍ଟ ପ୍ରକାଶ ପାଇବ । 

The post ଦେବାଶିଷ ଓ ଶୁଭାଶିଷ ବିଜେଡିର ରାଜ୍ୟସଭା ପ୍ରାର୍ଥୀ, ଘୋଷଣା କଲା ଦଳ appeared first on Prameya News7.