ଦେବେନ୍ଦ୍ର ଫଡନାବିସ୍ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ଲାଗିରହିଥିବା ସସ୍ପେନ୍ସରେ ପୂର୍ଣ୍ଣଛେଦ ପଡିଛି। ଦେବେନ୍ଦ୍ର ଫଡନାବିସ୍ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି କୋର୍ କମିଟି ବୈଠକରେ ଫଡନାବାସ୍ଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ହେବା ସହ ଶିବସେନା ନେତା ଏକନାଥ ସିନ୍ଧେ ଓ ଏନ୍ସିପି ନେତା ଅଜିତ୍ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଆସନ୍ତାକାଲି ଅପରାହ୍ନରେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏହି ଦୁଇ ନେତା ପଦ ଓ ଗୋପନୀୟତାର ଶପଥ […]

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ଲାଗିରହିଥିବା ସସ୍ପେନ୍ସରେ ପୂର୍ଣ୍ଣଛେଦ ପଡିଛି। ଦେବେନ୍ଦ୍ର ଫଡନାବିସ୍ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି କୋର୍ କମିଟି ବୈଠକରେ ଫଡନାବାସ୍ଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି।
ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ହେବା ସହ ଶିବସେନା ନେତା ଏକନାଥ ସିନ୍ଧେ ଓ ଏନ୍ସିପି ନେତା ଅଜିତ୍ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଆସନ୍ତାକାଲି ଅପରାହ୍ନରେ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏହି ଦୁଇ ନେତା ପଦ ଓ ଗୋପନୀୟତାର ଶପଥ ପାଠ କରିପାରନ୍ତି। ଗୁରୁବାର ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିପାଇଁ ଆଜାଦ୍ ମୈଦାନକୁ ପ୍ରସ୍ତୁତ କରାଯାଉଛି । ତେବେ ବର୍ତ୍ତମାନ ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଥାବାର୍ତ୍ତା ଶେଷ ହେଇଥିବା କୁହାଯାଉଛି ।
ଅନ୍ୟପଟେ ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ବିଧାୟକ ଦଳର ବୈଠକ ଜାରି ରହିଛି । ମହାରାଷ୍ଟ୍ରରେ ସରକାର ଗଠନ ଦାବିରେ ବୁଧବାର ଅପରାହ୍ନ ୩.୩୦ରେ ବିଜେପି-ଶିବସେନା-ଏନ୍ସିପିକୁ ନେଇ ଗଠିତ ମହାୟୁତି ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇବେ।