ଦେଶ ଦେଖିବ କରୋନାର କରାଳ ରୂପ, ୨୪ ଘଣ୍ଟାରେ ୫୦୦ ରୁ ଅଧିକ ସଂକ୍ରମିତ, ୭ ମୃତ

ନୂଆଦିଲ୍ଲୀ ୩୧/୦୫: ସାରା ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନାର ନୂଆ ପ୍ରଜାତି ସଂକ୍ରମଣରେ ୭ ଜଣଙ୍କ ଜୀବନ ଯାଇଛି । କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି କେରଳ । ଏଠାରେ ଏପର୍ଯ୍ୟନ୍ତ ୧୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ତୁଳନାରେ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୮ ଜଣ ।  ଏହାସହ ଦେଶରେ ଏପର୍ଯ୍ୟନ୍ତ ମୋଟ ୨୭୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ବୟସ୍କ ଲୋକ ବୋଲି ଜଣାପଡିଛି ।  ସାରା ଦେଶରେ ୨୬ ତାରିଖ ସୁଦ୍ଧା ୧୦୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୭୧୦ ରେ ପହଂଚିଛି । ସିକ୍କିମରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ବିହାରରୁ ସଂକ୍ରମିତଙ୍କ ଡାଟା ଆସିନାହିଁ ।  ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୨ ଜଣ ପଞ୍ଜାବରେ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ବିଶ୍ୱାସ କରାଯାଉଛି କି, ଓମିକ୍ରନର ଦୁଇଟି ନୂଆ ସବ-ଭାରିଆଣ୍ଟ- LF.୭ ଏବଂ NB.୧.୮.୧ ବେଶି ମାତ୍ରାରେ ବ୍ୟାପିଛି । କରୋନା ମାମଲାରେ ସଂ

ଦେଶ ଦେଖିବ କରୋନାର କରାଳ ରୂପ, ୨୪ ଘଣ୍ଟାରେ ୫୦୦ ରୁ ଅଧିକ ସଂକ୍ରମିତ, ୭ ମୃତ

ନୂଆଦିଲ୍ଲୀ ୩୧/୦୫: ସାରା ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନାର ନୂଆ ପ୍ରଜାତି ସଂକ୍ରମଣରେ ୭ ଜଣଙ୍କ ଜୀବନ ଯାଇଛି । କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି କେରଳ । ଏଠାରେ ଏପର୍ଯ୍ୟନ୍ତ ୧୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ତୁଳନାରେ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୮ ଜଣ । 

 ଏହାସହ ଦେଶରେ ଏପର୍ଯ୍ୟନ୍ତ ମୋଟ ୨୭୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ବୟସ୍କ ଲୋକ ବୋଲି ଜଣାପଡିଛି ।  ସାରା ଦେଶରେ ୨୬ ତାରିଖ ସୁଦ୍ଧା ୧୦୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୭୧୦ ରେ ପହଂଚିଛି । ସିକ୍କିମରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ବିହାରରୁ ସଂକ୍ରମିତଙ୍କ ଡାଟା ଆସିନାହିଁ ।  

ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୨ ଜଣ ପଞ୍ଜାବରେ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । 

ବିଶ୍ୱାସ କରାଯାଉଛି କି, ଓମିକ୍ରନର ଦୁଇଟି ନୂଆ ସବ-ଭାରିଆଣ୍ଟ- LF.୭ ଏବଂ NB.୧.୮.୧ ବେଶି ମାତ୍ରାରେ ବ୍ୟାପିଛି । କରୋନା ମାମଲାରେ ସଂକ୍ରମଣ ହଠାତ୍ ବୃଦ୍ଧିରେ ଦୁଇଟି ଭାରିଆଣ୍ଟକୁ ଦାୟୀ କରାଯାଉଛି । ତଥାପି, JN.୧ ଏବେ ବି ପ୍ରଭାବଶାଳୀ ଭାରିଆଣ୍ଟ ରହିଛି । ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) LF.୭ ଏବଂ NB.୧.୮.୧ ଭାରିଆଣ୍ଟକୁ ନେଇ ବେଶି ଘୋତକ ବୋଲି ସ୍ପଷ୍ଟ କରିନି ।