ଦେଶର କୋଟିପତି ଚୋର , କୋଟିଏର ଫ୍ଲାଟ୍, ଅଡି କାରରେ ବୁଲୁଥିଲା

ମୁମ୍ଵାଇ ୦୮।୦୭: ଗୁଜରାଟର ବାପିରେ ୧ ଲକ୍ଷ ଟଙ୍କା ଚୋରି ମାମଲାରେ  ପୁଲିସ ନିକଟରେ ଜଣେ ଅଭିଯୁକ୍ତକୁ ଗିରଫ  କରିଛି । ଖୋଳତାଡ଼ ପରେ ଚୋରର ବିଳାସପୂର୍ଣ୍ଣ  ଜୀବନଶୈଳୀ ବିଷୟରେ ଜାଣି ପୁଲିସ ହତଚକିତ  ହୋଇଛି । ରୋହିତ ସୋଲଙ୍କି ନାମକ ଏହି ଅଭିଯୁକ୍ତ  ବିଳାସବହୁଳ ହୋଟେଲରେ ରହୁଥିଲା। ବିମାନରେ  ଯାତ୍ରା କରୁଥିଲା। ଗୁଜରାଟ ପୁଲିସ ଅନୁସାରେ, ଅଭିଯୁକ୍ତ ରୋହିତ   ଅନେକ ରାଜ୍ୟରେ ଚୋରି କରିଛି। ଗତ ମାସ ସେ   ବାପିରେ ୧ ଲକ୍ଷ ଟଙ୍କାର ଚୋରି କରିଥିଲା। ଏ  ମାମଲାରେ ଅଭିଯୋଗ ମିଳିବା ପରେ ପୁଲିସ ଚୋରକୁ  ଖୋଜାଖୋଜି ଆରମ୍ଭ କରିଥିଲା । ରୋହିତକୁ ଗିରଫ   କରି ପଚରାଉଚରା କରିବାରୁ ଜଣାପଡ଼ିଲା, ଚୋରି  ଟଙ୍କାରେ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା।୧୯ ଚୋରି କରିଥିବା କଥା ସେ ସ୍ୱୀକାର କଲା । ବଲସାଡ, ସୁରଟ, ପୋରବନ୍ଦର, ସେଲବାଲ, ତେଲଙ୍ଗାନା,  ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସେ  ଚୋରି କରିଛି। ଯାଞ୍ଚ୍‌ରୁ ପୁଲିସ ଜାଣିବାକୁ ପାଇଛି, ଜଣେ  ମୁସ୍‌ଲିମ ମହିଳାଙ୍କୁ ବିବାହ କରିବା ଲାଗି ସେ ନିଜ  ନାଁ ବଦଳାଇ ଅରହାନ କରିଥିଲା।ସେ ମୁମ୍ବାଇର ମୁମ୍ବ୍ରା ଅଞ୍ଚଳରେ ୧ କୋଟିରୁ ଅଧିକ ମୂଲ୍ୟର ଏକ   ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଥିଲା । ସେଠାରେ ସେ  ରହୁଥିଲା । ଅଡି କାର୍‌ରେ ମଧ୍ୟ ଯାତ୍ରା କରୁଥିଲା । ଚୋରି  କରିବା ପାଇଁ ସେ ବିଳାସପୂର୍ଣ୍ଣ ହୋଟେଲରେ ରହୁଥିଲା  ଏବଂ ହୋଟେଲ କ୍ୟାବ୍‌ ବୁକ୍‌ କରି ଯାଉଥିଲା । ଚୋର

ଦେଶର କୋଟିପତି ଚୋର , କୋଟିଏର ଫ୍ଲାଟ୍, ଅଡି କାରରେ ବୁଲୁଥିଲା

ମୁମ୍ଵାଇ ୦୮।୦୭: ଗୁଜରାଟର ବାପିରେ ୧ ଲକ୍ଷ ଟଙ୍କା ଚୋରି ମାମଲାରେ  ପୁଲିସ ନିକଟରେ ଜଣେ ଅଭିଯୁକ୍ତକୁ ଗିରଫ  କରିଛି । ଖୋଳତାଡ଼ ପରେ ଚୋରର ବିଳାସପୂର୍ଣ୍ଣ  ଜୀବନଶୈଳୀ ବିଷୟରେ ଜାଣି ପୁଲିସ ହତଚକିତ  ହୋଇଛି । ରୋହିତ ସୋଲଙ୍କି ନାମକ ଏହି ଅଭିଯୁକ୍ତ  ବିଳାସବହୁଳ ହୋଟେଲରେ ରହୁଥିଲା। ବିମାନରେ  ଯାତ୍ରା କରୁଥିଲା। ଗୁଜରାଟ ପୁଲିସ ଅନୁସାରେ, ଅଭିଯୁକ୍ତ ରୋହିତ   ଅନେକ ରାଜ୍ୟରେ ଚୋରି କରିଛି। ଗତ ମାସ ସେ   ବାପିରେ ୧ ଲକ୍ଷ ଟଙ୍କାର ଚୋରି କରିଥିଲା। 

ଏ  ମାମଲାରେ ଅଭିଯୋଗ ମିଳିବା ପରେ ପୁଲିସ ଚୋରକୁ  ଖୋଜାଖୋଜି ଆରମ୍ଭ କରିଥିଲା । ରୋହିତକୁ ଗିରଫ   କରି ପଚରାଉଚରା କରିବାରୁ ଜଣାପଡ଼ିଲା, ଚୋରି  ଟଙ୍କାରେ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା।୧୯ ଚୋରି କରିଥିବା କଥା ସେ ସ୍ୱୀକାର କଲା । ବଲସାଡ, ସୁରଟ, ପୋରବନ୍ଦର, ସେଲବାଲ, ତେଲଙ୍ଗାନା,  ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସେ  ଚୋରି କରିଛି। ଯାଞ୍ଚ୍‌ରୁ ପୁଲିସ ଜାଣିବାକୁ ପାଇଛି, ଜଣେ  ମୁସ୍‌ଲିମ ମହିଳାଙ୍କୁ ବିବାହ କରିବା ଲାଗି ସେ ନିଜ  ନାଁ ବଦଳାଇ ଅରହାନ କରିଥିଲା।

ସେ ମୁମ୍ବାଇର ମୁମ୍ବ୍ରା ଅଞ୍ଚଳରେ ୧ କୋଟିରୁ ଅଧିକ ମୂଲ୍ୟର ଏକ   ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଥିଲା । ସେଠାରେ ସେ  ରହୁଥିଲା । ଅଡି କାର୍‌ରେ ମଧ୍ୟ ଯାତ୍ରା କରୁଥିଲା । ଚୋରି  କରିବା ପାଇଁ ସେ ବିଳାସପୂର୍ଣ୍ଣ ହୋଟେଲରେ ରହୁଥିଲା  ଏବଂ ହୋଟେଲ କ୍ୟାବ୍‌ ବୁକ୍‌ କରି ଯାଉଥିଲା । ଚୋରି  କରିବା ପୂର୍ବରୁ ଦିନରେ ସୋସାଇଟିଗୁଡ଼ିକରେ ରେକି  (ହିଲିଂ ଥେରାପି) କରୁଥିଲା । ମୁମ୍ବାଇର ଡ୍ୟାନ୍ସ ବାର୍‌  ଓ ନାଇଟ୍‌ କ୍ଲବ୍‌ରେ ସେ ନିୟମିତ ପାର୍ଟି କରୁଥିଲା ।  ନିଶା ଅଭ୍ୟାସ ମଧ୍ୟ ତା’ର ଥିଲା । ମାସକୁ ସେ ଦେଢ଼  ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା