ଦେଶର ଚାଷୀ ସଙ୍ଗଠନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଲେ କୃଷକ ନେତା ରାକେଶ ଟିକାୟତ, ଜାଣନ୍ତୁ କହିଲେ କ’ଣ?

ଖନୌରୀ ୧୬।୧୨: ପଞ୍ଜାବର କୃଷକ ନେତା ଜଗମିତ ସିଂହ ଡଲ୍ଲେବାଲଙ୍କ ଆମରଣ ଅନଶନ ୧୬ ଡିସେମ୍ବର ସୋମବାର ଏକବିଂଶ (୨୧) ତମ ଦିନରେ ପ୍ରବେଶ କରିଛି।   ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ଡଲ୍ଲେବାଲଙ୍କ ସ୍ୱସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିବା ସହ  ଚାଷୀ ସଙ୍ଗଠନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ସେ ‘ବଣ୍ଟୋଗେ ତୋ ଲୁଟୋଗେ’ର ସ୍ଲୋଗାନ ଦେଇଛନ୍ତି। ୭୦ ବର୍ଷ ବୟଷ୍କ ଜଗମିତ ସିଂହ ଡଲ୍ଲେବାଲ କର୍କଟ ରୋଗୀ। ତେବେ ଫସଲର ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଚାଷୀଙ୍କ ଅନ୍ୟ ଦାବିକୁ ନେଇ ନଭେମ୍ବର ୨୬ ତାରିଖରୁ ପଞ୍ଜାବ ଓ ହରିୟାଣା ସୀମାବର୍ତ୍ତି ଖନୌରୀ ବର୍ଡରରେ ଆମରଣ ଅନଶନରେ ବଶିଛନ୍ତି। ଅମ୍ବାଲା, ସୋନିପତ ଓ ହିସାର ସମେତ ହରିୟାଣାର କିଛି ସ୍ଥାନରେ ସୋମବାର ଚାଷୀମାନେ ଖନୌରୀ ଓ ଶମ୍ଭୁ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ସମର୍ଥନରେ ଟ୍ରାକ୍ଟର ରାଲି ବାହାର କରିଥିଲେ ଓ ଡଲ୍ଲେବାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଶମ୍ଭୁ ଓ ଖନୌରୀରେ ଚାଲିଥିବା ଆନ୍ଦୋଳ ଅନୁସାରେ କୃଷକ ନେତା ସରବଣ ସିଂବ ପନ୍ଧେର ଡିସେମ୍ବର ୧୮ ତାରିଖ ଦିନ ପଞ୍ଜାବରେ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରେଳରୋକୋ ବିରୋଧ ପ୍ରଦର୍ଶନ କରାଯିବା ବୋଲି ଶନିବାର ଘୋଷଣା କରିଥିଲେ। ଏଥି ମଧ୍ୟରେ ଖନୌରୀ ବର୍ଡରରେ ଗତ ସପ୍ତାହରେ ଡଲ୍ଲେବାଲଙ୍କୁ ଭେଟିଥିବା କୃଷକ ନେତା ରାକେଶ ଟିକାୟତ ସୋ

ଦେଶର ଚାଷୀ ସଙ୍ଗଠନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଲେ କୃଷକ ନେତା ରାକେଶ ଟିକାୟତ, ଜାଣନ୍ତୁ କହିଲେ କ’ଣ?

ଖନୌରୀ ୧୬।୧୨: ପଞ୍ଜାବର କୃଷକ ନେତା ଜଗମିତ ସିଂହ ଡଲ୍ଲେବାଲଙ୍କ ଆମରଣ ଅନଶନ ୧୬ ଡିସେମ୍ବର ସୋମବାର ଏକବିଂଶ (୨୧) ତମ ଦିନରେ ପ୍ରବେଶ କରିଛି।   ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ଡଲ୍ଲେବାଲଙ୍କ ସ୍ୱସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିବା ସହ  ଚାଷୀ ସଙ୍ଗଠନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ସେ ‘ବଣ୍ଟୋଗେ ତୋ ଲୁଟୋଗେ’ର ସ୍ଲୋଗାନ ଦେଇଛନ୍ତି। 

୭୦ ବର୍ଷ ବୟଷ୍କ ଜଗମିତ ସିଂହ ଡଲ୍ଲେବାଲ କର୍କଟ ରୋଗୀ। ତେବେ ଫସଲର ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଚାଷୀଙ୍କ ଅନ୍ୟ ଦାବିକୁ ନେଇ ନଭେମ୍ବର ୨୬ ତାରିଖରୁ ପଞ୍ଜାବ ଓ ହରିୟାଣା ସୀମାବର୍ତ୍ତି ଖନୌରୀ ବର୍ଡରରେ ଆମରଣ ଅନଶନରେ ବଶିଛନ୍ତି। ଅମ୍ବାଲା, ସୋନିପତ ଓ ହିସାର ସମେତ ହରିୟାଣାର କିଛି ସ୍ଥାନରେ ସୋମବାର ଚାଷୀମାନେ ଖନୌରୀ ଓ ଶମ୍ଭୁ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ସମର୍ଥନରେ ଟ୍ରାକ୍ଟର ରାଲି ବାହାର କରିଥିଲେ ଓ ଡଲ୍ଲେବାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। 

ଶମ୍ଭୁ ଓ ଖନୌରୀରେ ଚାଲିଥିବା ଆନ୍ଦୋଳ ଅନୁସାରେ କୃଷକ ନେତା ସରବଣ ସିଂବ ପନ୍ଧେର ଡିସେମ୍ବର ୧୮ ତାରିଖ ଦିନ ପଞ୍ଜାବରେ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରେଳରୋକୋ ବିରୋଧ ପ୍ରଦର୍ଶନ କରାଯିବା ବୋଲି ଶନିବାର ଘୋଷଣା କରିଥିଲେ। ଏଥି ମଧ୍ୟରେ ଖନୌରୀ ବର୍ଡରରେ ଗତ ସପ୍ତାହରେ ଡଲ୍ଲେବାଲଙ୍କୁ ଭେଟିଥିବା କୃଷକ ନେତା ରାକେଶ ଟିକାୟତ ସୋମବାର ସାମ୍ବାଦିକଙ୍କ ସହ ଆଲୋଚନାରେ କହିଛନ୍ତି ଯେ  ଦେଶର ଚାଷୀ ସଙ୍ଗଠନଙ୍କୁ ସେମାନଙ୍କ ଦାବି ପାଇଁ ଏକଜୁଟ ହେବାକୁ ପଡିବ। ଏଥିରେ ସେମାନେ ଯଦି ଅଲଗା ଅଲଗା ରହିବେ ତେବେ ସେମାନେ ସରକାରଙ୍କ ଲୁଟର ଶିକାର ହେବେ। ଏଥି ପାଇଁ ସେ ଯୋଗୀ ଆଦିତ୍ୟନାଥଙ୍କ ଶୈଳୀରେ ସେ ‘ବଣ୍ଟୋଗେ ତୋ ଲୁଟୋଗେ’ ସ୍ଲୋଗାନ ଦେଇଛନ୍ତି। 

ଏଥି ମଧ୍ୟରେ ଭାରତୀୟ କିଷାନ ନୌଜବାନ ୟୁନିୟନ ପ୍ରତି ନିଷ୍ଠା ରଖୁଥିବା କାର୍ଯ୍ୟକର୍ତ୍ତାମାନେ ସୋନିପତ ଓ ପାନିପତ ଜିଲ୍ଲାରେ ଟ୍ରାକ୍ଟର ରାଲି କରିଛନ୍ତି। ସେମାନେ କହିଛନ୍ତି ଯେ ଡଲ୍ଲେବାଲ ଖନୌରୀରେ ଆମରଣ ଅନଶନରେ ବସିଛନ୍ତି ହେଲେ କେନ୍ଦ୍ର ସରକାର ଚାଷୀଙ୍କ ଦାବି ପ୍ରତି ଧ୍ୟାନ ଦେଉ ନାହାନ୍ତି। ଅମ୍ବାଲା ସହରରେ ମଧ୍ୟ ଚାଷୀମାନେ ସୋମବାର ଟ୍ରାକ୍ଟର ମାର୍ଚ୍ଚ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି।