ଦେଶର ସଚେତନ ନାଗରିକ, ଷ୍ଟ୍ରେଚର୍‌ରେ ଆସି ଦେଲେ ଭୋଟ୍‌

ନୂଆଦିଲ୍ଲୀ ୨୭।୦୪: ସାରା ଦେଶରେ ନିର୍ବାଚନ ମାହୋଲ୍‌ । ଭୋଟ ଦେବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି ଲୋକେ । ବର୍ତ୍ତମାନ ଜଣେ ବ୍ଯକ୍ତି ଖୁବ୍‌ ଚର୍ଚ୍ଚାରେ । ସେ ଦେଶର ସଚେତନ ନାଗରିକ ଭାବେ ଷ୍ଟ୍ରେଚର୍‌ରେ ଆସି ଦେଇଛନ୍ତି ଭୋଟ୍‌ । ଏହି ଘଟଣାଟି ଉତ୍ତରପ୍ରଦେଶର ହାପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି । ଜାହିର ଖାନ୍‌ ନାମକ ଜଣକ ବ୍ୟକ୍ତି ଆମ୍ବୁଲାନ୍ସରେ ପହଞ୍ଚିଛନ୍ତି । ମେରୁଦଣ୍ଡ ହାଡ଼ ଅଚଳ ହେବାରୁ ଜାହିର ଗତ ୧୫ ବର୍ଷ ହେଲା ପକ୍ଷାଘାତର ଶିକାର ହୋଇଛନ୍ତି । ପରିବାର ସଦସ୍ୟ ତାଙ୍କୁ ପୋଲିଂ ବୁଥ୍‌କୁ ଆଣିଥିଲେ । ଆମ୍ବୁଲାନ୍ସରେ ପୋଲିଂ କେନ୍ଦ୍ରରେ ପହଞ୍ଚିବା ପରେ ଜାହିରଙ୍କୁ ଷ୍ଟ୍ରେଚର୍‌ରେ ବୁଥ୍‌ ଭିତରକୁ ନିଆଯାଇଥିଲା । ତେବେ ଚଳିତଥର ସରକାରକୁ ବଦଳାଇବାକୁ ଚାହୁଁଥିବା କହିଛନ୍ତି ଜାହିର୍‌ । ସମାନ ଘଟଣା ଆଉ ଏକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି । ବେଙ୍ଗାଲୁରୁର ଜୟନଗର ସ୍ଥିତ ମଣିପାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ୭୮ ବର୍ଷୀୟ ମହିଳା କଲାବତୀ ଷ୍ଟ୍ରେଚର୍‌ରେ ଆସି ଭୋଟ୍‌ ଦେଇଛନ୍ତି । ମତଦାନ ଆରମ୍ଭ ହେବାର ଦିନକ ପୂର୍ବରୁ କଫ ଓ ଶ୍ୱାସକ୍ରିୟା ସମସ୍ୟା ଯୋଗୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୁକ୍ରବାର ତାଙ୍କୁ ଯେତେବେଳେ ଷ୍ଟ୍ରେଚର୍‌ ସାହାଯ୍ୟରେ ପୋଲିଂ ବୁଥ୍‌କୁ ନିଆଗଲା, ଏହା ଦେଖି ସମସ୍ତେ ଚକିତ ହେଲେ ।ଡାକ୍ତରଙ୍କ ଅନୁସାରେ, କଲାବତୀଙ୍କ ଅମ୍ଳଜାନ ସ୍ତର ୮୦ ପ୍ରତିଶତ ଥିଲା

ଦେଶର ସଚେତନ ନାଗରିକ, ଷ୍ଟ୍ରେଚର୍‌ରେ ଆସି ଦେଲେ ଭୋଟ୍‌

ନୂଆଦିଲ୍ଲୀ ୨୭।୦୪: ସାରା ଦେଶରେ ନିର୍ବାଚନ ମାହୋଲ୍‌ । ଭୋଟ ଦେବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି ଲୋକେ । ବର୍ତ୍ତମାନ ଜଣେ ବ୍ଯକ୍ତି ଖୁବ୍‌ ଚର୍ଚ୍ଚାରେ । ସେ ଦେଶର ସଚେତନ ନାଗରିକ ଭାବେ ଷ୍ଟ୍ରେଚର୍‌ରେ ଆସି ଦେଇଛନ୍ତି ଭୋଟ୍‌ । ଏହି ଘଟଣାଟି ଉତ୍ତରପ୍ରଦେଶର ହାପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି । ଜାହିର ଖାନ୍‌ ନାମକ ଜଣକ ବ୍ୟକ୍ତି ଆମ୍ବୁଲାନ୍ସରେ ପହଞ୍ଚିଛନ୍ତି । ମେରୁଦଣ୍ଡ ହାଡ଼ ଅଚଳ ହେବାରୁ ଜାହିର ଗତ ୧୫ ବର୍ଷ ହେଲା ପକ୍ଷାଘାତର ଶିକାର ହୋଇଛନ୍ତି । 

ପରିବାର ସଦସ୍ୟ ତାଙ୍କୁ ପୋଲିଂ ବୁଥ୍‌କୁ ଆଣିଥିଲେ । ଆମ୍ବୁଲାନ୍ସରେ ପୋଲିଂ କେନ୍ଦ୍ରରେ ପହଞ୍ଚିବା ପରେ ଜାହିରଙ୍କୁ ଷ୍ଟ୍ରେଚର୍‌ରେ ବୁଥ୍‌ ଭିତରକୁ ନିଆଯାଇଥିଲା । ତେବେ ଚଳିତଥର ସରକାରକୁ ବଦଳାଇବାକୁ ଚାହୁଁଥିବା କହିଛନ୍ତି ଜାହିର୍‌ । ସମାନ ଘଟଣା ଆଉ ଏକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି । 

ବେଙ୍ଗାଲୁରୁର ଜୟନଗର ସ୍ଥିତ ମଣିପାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ୭୮ ବର୍ଷୀୟ ମହିଳା କଲାବତୀ ଷ୍ଟ୍ରେଚର୍‌ରେ ଆସି ଭୋଟ୍‌ ଦେଇଛନ୍ତି । ମତଦାନ ଆରମ୍ଭ ହେବାର ଦିନକ ପୂର୍ବରୁ କଫ ଓ ଶ୍ୱାସକ୍ରିୟା ସମସ୍ୟା ଯୋଗୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୁକ୍ରବାର ତାଙ୍କୁ ଯେତେବେଳେ ଷ୍ଟ୍ରେଚର୍‌ ସାହାଯ୍ୟରେ ପୋଲିଂ ବୁଥ୍‌କୁ ନିଆଗଲା, ଏହା ଦେଖି ସମସ୍ତେ ଚକିତ ହେଲେ ।

ଡାକ୍ତରଙ୍କ ଅନୁସାରେ, କଲାବତୀଙ୍କ ଅମ୍ଳଜାନ ସ୍ତର ୮୦ ପ୍ରତିଶତ ଥିଲା, ଯାହା ସାଧାରଣତଃ ୯୫ ପ୍ରତିଶତ ବା ତା’ଠୁ ଅଧିକ ରହେ । ସେ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଲା । ଚିକିତ୍ସା ପରେ ତାଙ୍କର ସ୍ଥିତି ସୁଧୁରିଛି ।  ଏହାପରେ କଲାବତୀ ଭୋଟ୍‌ ଦେବାର ଇଚ୍ଛା ଜାହିର କଲେ । ତାଙ୍କ ଇଚ୍ଛାକୁ ମେଡିକାଲ ଟିମ୍‌ ସମର୍ଥନ କଲେ । ନର୍ସିଂ ଟିମ୍‌ର ସହାୟତାରେ ତାଙ୍କୁ ଷ୍ଟ୍ରେଚର୍‌ରେ ଜୟନଗର ନିର୍ବାଚନମଣ୍ଡଳୀକୁ ନିଆଗଲା । ସେଠାରେ କଲାବତୀ ଭୋଟ୍‌ ଦେଇଛନ୍ତି ।