ଦେଶର ସମ୍ପତ୍ତି ମାତ୍ର କିଛି ଲୋକଙ୍କ ହାତରେ, ଅନେକଙ୍କୁ ଦୁଇ ଓଳି ଖାଇବାକୁ ମିଳୁନି: ଜଷ୍ଟିସ୍ ଗବଇ
କୋଚି : ସୁପ୍ରିମ କୋର୍ଟ ଜଷ୍ଟିସ୍ ବି.ଆର.ଗବଇ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଯେ ଦେଶର ପୁରା ସମ୍ପତ୍ତି ମାତ୍ର କିଛି ଲୋକଙ୍କ ହାତରେ। ଏପରି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ ଓଳା ଖାଇବାକୁ ବି ମିଳୁନି। ଆମକୁ ଆର୍ଥିକ ରୂପେ ଏହି ଭେଦଭାବକୁ ଦୂର କରିବାକୁ ହେବ। ଜଷ୍ଟିସ୍ ଗବଇ ଡ. ଭୀମରାଓ ଆମ୍ବେଦକର ୧୯୪୯ ମସିହାରେ ଦେଇଥିବା ଭାଷଣକୁ ଉଦ୍ଧୃତ କରି କହିଛନ୍ତି ଯେ ରାଜନୈତିକ କ୍ଷେତ୍ରରେ ଭୋଟିଂର ସମାନ ଅଧିକାର ଆମକୁ ଅନ୍ୟକ୍ଷେତ୍ରର ଅସମାନତା ପାଇଁ ଅନ୍ଧ କରିଦେଇ ନପାରେ। ଜଷ୍ଟିସ ଗବଇ କେରଳ ହାଇକୋର୍ଟର ଡିଜିଟାଲ କୋର୍ଟ ରୁମ ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅସମାନତାକୁ କିପରି ଦୂର କରାଯାଇ ପାରିବ ଏହା ଉପରେ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି ଯେ ଡ.ଆମ୍ବେଦକର ଚାହୁଁଥିଲେ ରାଜନୀତିରେ ଜଣେ ବ୍ୟକ୍ତି ଗୋଟିଏ ଭୋଟର ବ୍ୟବସ୍ଥା ରହୁ। ଏହା କରି ସେ ସମାନତାର ଅଧିକାର ତ ଦେଲେ ହେଲେ ଆର୍ଥିକ ଓ ସାମାଜିକ ନ୍ୟାୟ ପାଇଁ କଣ? ଆମର ଏକ ଏପରି ସମାଜ ବ୍ୟବସ୍ଥା ଯାହା ଅନେକ ଭାଗରେ ବିଭକ୍ତ ହୋଇ ରହିଛି। ଲୋକେ ଗୋଟିଏରୁ ବାହାରି ଅନ୍ୟ ଭାଗକୁ ଯାଇ ପାରିବେ ନାହିଁ। ଏଣୁ ଡ. ଆମ୍ବେଦକର ଚେତାବନୀ ଦେଇଥିଲେ ଯେ ଅସମାନତାକୁ ଦୂର କରିବା ପାଇଁ ସବୁମନ୍ତେ ପ୍ରୟାସ କରିବାକୁ ହେବ। ଯଦି ଏପରି ନ ହୁଏ ଗଣତନ୍ତ୍ରର ବିଶାଳ ମହଲ ଭୁଶୁଡି ପଡିବ, ଯାହାକୁ ଆମେ ଏତେ କଷ୍ଟରେ ତିଆରି କରି
କୋଚି : ସୁପ୍ରିମ କୋର୍ଟ ଜଷ୍ଟିସ୍ ବି.ଆର.ଗବଇ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଯେ ଦେଶର ପୁରା ସମ୍ପତ୍ତି ମାତ୍ର କିଛି ଲୋକଙ୍କ ହାତରେ। ଏପରି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ ଓଳା ଖାଇବାକୁ ବି ମିଳୁନି। ଆମକୁ ଆର୍ଥିକ ରୂପେ ଏହି ଭେଦଭାବକୁ ଦୂର କରିବାକୁ ହେବ। ଜଷ୍ଟିସ୍ ଗବଇ ଡ. ଭୀମରାଓ ଆମ୍ବେଦକର ୧୯୪୯ ମସିହାରେ ଦେଇଥିବା ଭାଷଣକୁ ଉଦ୍ଧୃତ କରି କହିଛନ୍ତି ଯେ ରାଜନୈତିକ କ୍ଷେତ୍ରରେ ଭୋଟିଂର ସମାନ ଅଧିକାର ଆମକୁ ଅନ୍ୟକ୍ଷେତ୍ରର ଅସମାନତା ପାଇଁ ଅନ୍ଧ କରିଦେଇ ନପାରେ।
ଜଷ୍ଟିସ ଗବଇ କେରଳ ହାଇକୋର୍ଟର ଡିଜିଟାଲ କୋର୍ଟ ରୁମ ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅସମାନତାକୁ କିପରି ଦୂର କରାଯାଇ ପାରିବ ଏହା ଉପରେ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି ଯେ ଡ.ଆମ୍ବେଦକର ଚାହୁଁଥିଲେ ରାଜନୀତିରେ ଜଣେ ବ୍ୟକ୍ତି ଗୋଟିଏ ଭୋଟର ବ୍ୟବସ୍ଥା ରହୁ। ଏହା କରି ସେ ସମାନତାର ଅଧିକାର ତ ଦେଲେ ହେଲେ ଆର୍ଥିକ ଓ ସାମାଜିକ ନ୍ୟାୟ ପାଇଁ କଣ? ଆମର ଏକ ଏପରି ସମାଜ ବ୍ୟବସ୍ଥା ଯାହା ଅନେକ ଭାଗରେ ବିଭକ୍ତ ହୋଇ ରହିଛି। ଲୋକେ ଗୋଟିଏରୁ ବାହାରି ଅନ୍ୟ ଭାଗକୁ ଯାଇ ପାରିବେ ନାହିଁ।
ଏଣୁ ଡ. ଆମ୍ବେଦକର ଚେତାବନୀ ଦେଇଥିଲେ ଯେ ଅସମାନତାକୁ ଦୂର କରିବା ପାଇଁ ସବୁମନ୍ତେ ପ୍ରୟାସ କରିବାକୁ ହେବ। ଯଦି ଏପରି ନ ହୁଏ ଗଣତନ୍ତ୍ରର ବିଶାଳ ମହଲ ଭୁଶୁଡି ପଡିବ, ଯାହାକୁ ଆମେ ଏତେ କଷ୍ଟରେ ତିଆରି କରିଛେ। ଜଷ୍ଟିସ୍ ଗବଇ କୋର୍ଟରେ ବଢୁଥିବା ଟେକ୍ନୋଲଜିର ଉପଯୋଗ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ସେ କହିଛନ୍ତି ଯେ ଟେକ୍ନୋଲଜି ଲକ୍ଷଲକ୍ଷ ଭାରତୀୟଙ୍କୁ ଆଶ୍ୱସ୍ତ କରିଛି। ୨୦୨୦ ପରେ ଆମେ ଦେଖିଲୁ ଟେକ୍ନୋଲଜିରେ ବେଶ୍ ପ୍ରଗତି ହୋଇଛି।
ଗବଇ କହିଛନ୍ତି ଯେ ଆଜି ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ)ର ମଧ୍ୟ ଉପଯୋଗ କରୁଛେ। କୋର୍ଟର ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନୀୟ ଭାଷାମାନଙ୍କରେ ଅନୁବାଦ କରୁଛେ। ଏହି ସିଷ୍ଟମ କେବଳ ଜଜ୍ ଅଥବା ଓକିଲଙ୍କ ପାଇଁ ନୁହେଁ, ଏହା ସାଧାରଣ ଲୋକଙ୍କ ଲାଗି। ଆମେସବୁ ଧାଡିର ଶେଷରେ ରହିଯାଇଥିବା ଲୋକଙ୍କ ଲାଗି ଅର୍ଥାତ ଭାରତର ସାଧାରଣ ନାଗରିକଙ୍କ ଲାଗି କାମ କରୁଛେ।