ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଶାର ଏଲୋରା ଷଡ଼ଙ୍ଗୀ
ନନ୍ଦିଘୋଷ ବ୍ୟୁରୋ: ଦେଶର ଜଣାଶୁଣା ବିଜନେସ୍ ମ୍ୟଗାଜିନ ଟ୍ରେଡ଼ଫ୍ଲକ ତରଫରୁ ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର... The post ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଶାର ଏଲୋରା ଷଡ଼ଙ୍ଗୀ appeared first on .
ନନ୍ଦିଘୋଷ ବ୍ୟୁରୋ: ଦେଶର ଜଣାଶୁଣା ବିଜନେସ୍ ମ୍ୟଗାଜିନ ଟ୍ରେଡ଼ଫ୍ଲକ ତରଫରୁ ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜଣେ ଓଡ଼ିଆ ମହିଳା। ସାମ୍ବାଦିକତାରୁ ସମାଜସେବା, ତାପରେ କର୍ପୋରେଟ ସେକ୍ଟରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏଲୋରା ଷଡ଼ଙ୍ଗୀ। ଭୁବନେଶ୍ବରର ଏକ ଲଜିଷ୍ଟିକ କମ୍ପାନୀରେ ଚିଫ୍ ଅପରେଟିଂ ଅଫିସର ଭାବେ କାମ କରୁଥିବା ଏଲୋରା ଟ୍ରେଡ଼ଫ୍ଲକ ମ୍ୟାଗାଜିନ୍ ତରଫରୁ ଦେଶର ସର୍ବଶ୍ରେଷ୍ଠ ୧୦ଜଣ ସିଓଓଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଯଦିଓ ଅନେକ ଆଗକୁ ଗଲେଣି, ହେଲେ ଲଜିଷ୍ଟିକ କ୍ଷେତ୍ରରେ ଏପରି ସଫଳତା ପାଇବା ଖୁସିର ବିଷୟ। ଶ୍ରେଷ୍ଠ ୧୦ ଜଣ ସିଓଓ ତାଲିକାରେ ଇନଫୋସିସ୍, ଏୟାରଟେଲ, ରିଲାଏନ୍ସ ଭଳି କମ୍ପାନୀର ଅଧିକାରୀମାନେ ସ୍ଥାନ ପାଇଛନ୍ତି। ଜଣେ ମହିଳା କିପରି କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କୁ ସାଙ୍ଗରେ ନେଇ ସ୍ନେହ ମମତା ଡ଼ୋରିରେ ବାନ୍ଧି ଟାର୍ଗେଟରେ ପହଞ୍ଚିପାରନ୍ତି, ତାର ଉଦାହରଣ ପାଲିଟିଛନ୍ତି ଏଲୋରା ଷଡ଼ଙ୍ଗୀ। ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଯଯାତି କେଶରୀ ମହାନ୍ତି।
The post ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଶାର ଏଲୋରା ଷଡ଼ଙ୍ଗୀ appeared first on .