ଦେଶର ସୁନା ପୁଅ; ଅଗଷ୍ଟ ୮ରେ ଖେଳିବେ ଫାଇନାଲ୍ ମ୍ୟାଚ୍, ଜାଣନ୍ତୁ ନୀରଜଙ୍କ ଜାଭେଲିନ୍ ଷ୍ଟିକ୍ର ଦାମ୍ କେତେ ?
ନୂଆଦିଲ୍ଲୀ ୦୭।୦୮: ଦେଶର ସୁନା ପୁଅ । ଟୋକିଓ ଅଲମ୍ପିକ୍ସରେ ଜିତିଥିଲେ ଗୋଲ୍ଡ ମେଡାଲ୍ । ଏହାପରେ ଅନେକ ଇଭେଣ୍ଟରେ ଦେଶ ପାଇଁ ଆଣିଛନ୍ତି ଗୌରବ । ଏବେ ପ୍ୟାରିସ୍ ଅଲମ୍ପିକରେ ଗୋଲ୍ଡ ଜିତିବାକୁ କରୁଛନ୍ତି ପ୍ରୟାସ । ଭାରତର ଚାମ୍ପିଅନ୍ ପ୍ଲେୟର ପ୍ୟାରିସ ଅଲମ୍ପିକ୍ସରେ ଦେଖାଇଛନ୍ତି ଜଲଓ୍ବା । ଫାଇନାଲ୍ରେ ହୋଇଛନ୍ତି ଏଣ୍ଟ୍ରି । ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ନିଜର ପ୍ରଥମ ଥ୍ରୋକୁ ୮୯.୩୪ ମିଟର ଦୂରକୁ ଫୋପାଡିଥିଲେ । ଏହାସହିତ ନୀରଜ ଫାଇନାଲରେ କରିଛନ୍ତି ପ୍ରବେଶ । ଅଗଷ୍ଟ ୮ରେ ହେବ ନୀରଜ ଚୋପ୍ରାଙ୍କ ଫାଇନାଲ୍ ମ୍ୟାଚ୍ । ଜର୍ମାନୀର ୱେବର, ଗ୍ରେନାଡାର ଆଣ୍ଡରସନ ପିଟର୍ସ, ପାକିସ୍ତାନର ଅରଶଦ ନଦିମ୍ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେବେ। ଏବେ ପ୍ରଶ୍ନ ଆସୁଛି ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଯେଉଁ ଜାଭେଲିନ୍ ଷ୍ଟିକ୍ ର ବ୍ୟବହାର କରୁଛନ୍ତି ତାର ଦାମ୍ କେତେ ? ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଷ୍ଟିକ୍ର ଦାମ୍ ୧.୧୦ ଲକ୍ଷ ଟଙ୍କା । ନୀରଜ ଚୋପ୍ରା ନିଜ ସହିତ ଏପରି ୪ରୁ ୫ଟି ଜାଭେଲିନ୍ ନେଇଥାନ୍ତି । ଖବର ଅନୁଯାୟୀ, ଭାରତ ସରକାର ନୀରଜ ଚୋପ୍ରାଙ୍କୁ ୧୦୦ରୁ ଅଧିକ ଜାଭେଲିନ୍ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଅଲିମ୍ପିକ୍ସ ପାଇଁ ନୀରଜ ଚୋପ୍ରାଙ୍କ ପାଇଁ ଭାରତ ସରକାର ୫ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ନୂଆଦିଲ୍ଲୀ ୦୭।୦୮: ଦେଶର ସୁନା ପୁଅ । ଟୋକିଓ ଅଲମ୍ପିକ୍ସରେ ଜିତିଥିଲେ ଗୋଲ୍ଡ ମେଡାଲ୍ । ଏହାପରେ ଅନେକ ଇଭେଣ୍ଟରେ ଦେଶ ପାଇଁ ଆଣିଛନ୍ତି ଗୌରବ । ଏବେ ପ୍ୟାରିସ୍ ଅଲମ୍ପିକରେ ଗୋଲ୍ଡ ଜିତିବାକୁ କରୁଛନ୍ତି ପ୍ରୟାସ । ଭାରତର ଚାମ୍ପିଅନ୍ ପ୍ଲେୟର ପ୍ୟାରିସ ଅଲମ୍ପିକ୍ସରେ ଦେଖାଇଛନ୍ତି ଜଲଓ୍ବା । ଫାଇନାଲ୍ରେ ହୋଇଛନ୍ତି ଏଣ୍ଟ୍ରି ।

ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ନିଜର ପ୍ରଥମ ଥ୍ରୋକୁ ୮୯.୩୪ ମିଟର ଦୂରକୁ ଫୋପାଡିଥିଲେ । ଏହାସହିତ ନୀରଜ ଫାଇନାଲରେ କରିଛନ୍ତି ପ୍ରବେଶ । ଅଗଷ୍ଟ ୮ରେ ହେବ ନୀରଜ ଚୋପ୍ରାଙ୍କ ଫାଇନାଲ୍ ମ୍ୟାଚ୍ । ଜର୍ମାନୀର ୱେବର, ଗ୍ରେନାଡାର ଆଣ୍ଡରସନ ପିଟର୍ସ, ପାକିସ୍ତାନର ଅରଶଦ ନଦିମ୍ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେବେ।

ଏବେ ପ୍ରଶ୍ନ ଆସୁଛି ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଯେଉଁ ଜାଭେଲିନ୍ ଷ୍ଟିକ୍ ର ବ୍ୟବହାର କରୁଛନ୍ତି ତାର ଦାମ୍ କେତେ ? ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଷ୍ଟିକ୍ର ଦାମ୍ ୧.୧୦ ଲକ୍ଷ ଟଙ୍କା । ନୀରଜ ଚୋପ୍ରା ନିଜ ସହିତ ଏପରି ୪ରୁ ୫ଟି ଜାଭେଲିନ୍ ନେଇଥାନ୍ତି ।

ଖବର ଅନୁଯାୟୀ, ଭାରତ ସରକାର ନୀରଜ ଚୋପ୍ରାଙ୍କୁ ୧୦୦ରୁ ଅଧିକ ଜାଭେଲିନ୍ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଅଲିମ୍ପିକ୍ସ ପାଇଁ ନୀରଜ ଚୋପ୍ରାଙ୍କ ପାଇଁ ଭାରତ ସରକାର ୫ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।