ଦେଶର ସୁରକ୍ଷାକୁ ବିଦରେ ପକାଉଥିବା ବାଳ ଅପରାଧୀଙ୍କୁ ଫୋକସ କର, ଯାଞ୍ଚ ଏଜେନ୍ସିକୁ ସିଜେଆଇଙ୍କ ଉପଦେଶ
ନୂଆଦିଲ୍ଲୀ,୨।୪: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାକୁ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ ସୁରକ୍ଷା ଏବଂ ଦେଶ ବିରୁଦ୍ଧରେ ଅପରାଧ ରହିଛି। ସିବିଆଇ ଫାଉଣ୍ଡେସନ ଡେ’ ଅବସରରେ ବିଂଶତମ ଡିପି କୋହଲି ମେମୋରିଆଲ ଲେକ୍ଚର ପ୍ରଦାନ କରିବାକୁ ଆସିଥିବା ମୁଖ୍ୟ ବିଚାରପତି ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ପାଇଁ ଜଟିଳ […] The post ଦେଶର ସୁରକ୍ଷାକୁ ବିଦରେ ପକାଉଥିବା ବାଳ ଅପରାଧୀଙ୍କୁ ଫୋକସ କର, ଯାଞ୍ଚ ଏଜେନ୍ସିକୁ ସିଜେଆଇଙ୍କ ଉପଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୨।୪: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାକୁ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ ସୁରକ୍ଷା ଏବଂ ଦେଶ ବିରୁଦ୍ଧରେ ଅପରାଧ ରହିଛି।
ସିବିଆଇ ଫାଉଣ୍ଡେସନ ଡେ’ ଅବସରରେ ବିଂଶତମ ଡିପି କୋହଲି ମେମୋରିଆଲ ଲେକ୍ଚର ପ୍ରଦାନ କରିବାକୁ ଆସିଥିବା ମୁଖ୍ୟ ବିଚାରପତି ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ପାଇଁ ଜଟିଳ ଆହ୍ବାନ ସୃଷ୍ଟି କରୁଥିବା ଟେକ୍ନୋଲୋଜି ହେତୁ ବଢୁଥିବା ଅପରାଧ ବିଷୟରେ କହିଥିଲେ।
ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି, ଦୁର୍ନୀତି ନିବାରଣ ଏଜେନ୍ସି ଭାବରେ ଏହାର ଭୂମିକା ବାହାରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲାର ତଦନ୍ତ କରିବାକୁ ସିବିଆଇକୁ କୁହାଯାଉଛି। ଏହା ସିବିଆଇର ଆଭିମୁଖ୍ୟ ଅନୁଯାୟୀ କାର୍ଯ୍ୟ କରିବା ଏକ ବଡ ଆହ୍ବାନ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁଛି ଆମେ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାକୁ ଖୁବ କମ ବିସ୍ତାର କରିଛୁ। ସେମାନେ କେବଳ ଜାତୀୟ ସୁରକ୍ଷା ଏବଂ ଦେଶ ବିରୋଧରେ ଅର୍ଥନୈତିକ ଅପରାଧ ସହ ଜଡିତ ଥିବା ଲୋକଙ୍କ ଉପରେ ଧ୍ୟାନ ଦେବା ଉଚିତ।
The post ଦେଶର ସୁରକ୍ଷାକୁ ବିଦରେ ପକାଉଥିବା ବାଳ ଅପରାଧୀଙ୍କୁ ଫୋକସ କର, ଯାଞ୍ଚ ଏଜେନ୍ସିକୁ ସିଜେଆଇଙ୍କ ଉପଦେଶ appeared first on Dharitri Odia News.