ଦେଶରୁ ଫେରିଯିବ ମୌସୁମୀ, ଆରମ୍ଭ ହେଲା ପ୍ରକ୍ରିୟା, ଏବେବି ୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୯/୦୯: ଦେଶରୁ ଏବେ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ଥାନରୁ ଅନେକ ସ୍ଥାନରୁ ମୌସୁମୀ ପ୍ରତ୍ୟାହାର ହେଉଛି । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାହାରର ସ୍ୱାଭାବିକ ତାରିଖ ଅକ୍ଟୋବର ଦ୍ୱିତୀୟ ସପ୍ତାହ  ରହିଛି । ଏଥିପାଇଁ ଅବଗଣନା ଆରମ୍ଭ ହୋଇଥିବା  ବେଳେ ତଥାପି ରାଜ୍ୟର ୪ ଜିଲ୍ଲାରେ ବର୍ଷା  ନିଅଣ୍ଟିଆ ରହିଛି । କେନ୍ଦୁଝର, ଦେବଗଡ଼, ଭଦ୍ରକ  ଓ ଝାରସୁଗୁଡ଼ାରେ ମୌସୁମୀ ବର୍ଷା ସ୍ଥିତି ନିଅଣ୍ଟିଆ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଜୁନ୍‌ ୧ ତାରିଖରୁ ଏବେ ସୁଦ୍ଧା ରାଜ୍ୟରେ   ୧୧୩୮.୯ମିମି ବର୍ଷା ହେବା କଥା । କିନ୍ତୁ ୧୦୯୦   ମିମି ବର୍ଷା ହୋଇଛି । ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ ବର୍ଷା ହୋଇଛି । ଦେବଗଡ଼ରେ  ୨୩%, ଝାରସୁଗୁଡ଼ାରେ ୨୨% ଓ କେନ୍ଦୁଝରରେ  ୨୦% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ା ଓ  ମାଲକାନଗିରିରେ ସ୍ୱାଭାବିକଠାରୁ ଅଧିକ ବର୍ଷା  ହୋଇଥିବାବେଳେ ବାକି ୨୪ଟି ଜିଲ୍ଲାରେ ସ୍ୱାଭାବିକ  ବର୍ଷା ହୋଇଛି ।   ଚାନ୍ଦବାଲିରେ ୨୬.୯ ଓ  ନୂଆପଡ଼ାରେ ୧୪.୪ମିମି ବର୍ଷା ହୋଇଛି।

ଦେଶରୁ ଫେରିଯିବ ମୌସୁମୀ, ଆରମ୍ଭ ହେଲା ପ୍ରକ୍ରିୟା, ଏବେବି ୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୯/୦୯: ଦେଶରୁ ଏବେ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ଥାନରୁ ଅନେକ ସ୍ଥାନରୁ ମୌସୁମୀ ପ୍ରତ୍ୟାହାର ହେଉଛି । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାହାରର ସ୍ୱାଭାବିକ ତାରିଖ ଅକ୍ଟୋବର ଦ୍ୱିତୀୟ ସପ୍ତାହ  ରହିଛି । ଏଥିପାଇଁ ଅବଗଣନା ଆରମ୍ଭ ହୋଇଥିବା  ବେଳେ ତଥାପି ରାଜ୍ୟର ୪ ଜିଲ୍ଲାରେ ବର୍ଷା  ନିଅଣ୍ଟିଆ ରହିଛି । କେନ୍ଦୁଝର, ଦେବଗଡ଼, ଭଦ୍ରକ  ଓ ଝାରସୁଗୁଡ଼ାରେ ମୌସୁମୀ ବର୍ଷା ସ୍ଥିତି ନିଅଣ୍ଟିଆ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଜୁନ୍‌ ୧ ତାରିଖରୁ ଏବେ ସୁଦ୍ଧା ରାଜ୍ୟରେ   ୧୧୩୮.୯ମିମି ବର୍ଷା ହେବା କଥା । କିନ୍ତୁ ୧୦୯୦   ମିମି ବର୍ଷା ହୋଇଛି । ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ ବର୍ଷା ହୋଇଛି । ଦେବଗଡ଼ରେ  ୨୩%, ଝାରସୁଗୁଡ଼ାରେ ୨୨% ଓ କେନ୍ଦୁଝରରେ  ୨୦% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ା ଓ  ମାଲକାନଗିରିରେ ସ୍ୱାଭାବିକଠାରୁ ଅଧିକ ବର୍ଷା  ହୋଇଥିବାବେଳେ ବାକି ୨୪ଟି ଜିଲ୍ଲାରେ ସ୍ୱାଭାବିକ  ବର୍ଷା ହୋଇଛି ।   ଚାନ୍ଦବାଲିରେ ୨୬.୯ ଓ  ନୂଆପଡ଼ାରେ ୧୪.୪ମିମି ବର୍ଷା ହୋଇଛି।