ଦେଶରେ ଆଜିଠୁ ଲାଗୁ ହୋଇପାରେ CAA, ସୋମବାର ବିଜ୍ଞପ୍ତି ଜାରି କରିବେ କେନ୍ଦ୍ର ସରକାର !
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାର ନାଗରିକ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି କରି ସାରିଛନ୍ତି। ସୋମବାର ବିଳମ୍ବିତ ରାତି ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇପାରେ। ଏହା ପରେ ଆଜି ରାତି ୧୨ଟାରୁ ଦେଶରେ ସିଏଏ ଲାଗୁ ହୋଇଯିବ। ସିଏଏକୁ ସଂସଦରେ ଗୃହୀତ ହେବାରେ ୫ ବର୍ଷ ବିତିଗଲାଣି। ଏବେ କେନ୍ଦ୍ର ସରକାର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ସିଏଏ ଲାଗୁ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ କିଛି ସମୟ ଭିତରେ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରି ପାରନ୍ତି। ସିଏଏ ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ିତ ହୋଇ ଭାରତରେ ଆସି ରହୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏହି ବିଧେୟକ ୨୦୧୯ରେ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ ହୋଇଥିଲା।କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଥିଲେ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସିଏଏରେ କୌଣସି ବ୍ୟକ୍ତି ନିଜର ନାଗରିକତା ହରାଇବେ ନାହିଁ। ଗୃ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାର ନାଗରିକ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି କରି ସାରିଛନ୍ତି। ସୋମବାର ବିଳମ୍ବିତ ରାତି ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇପାରେ। ଏହା ପରେ ଆଜି ରାତି ୧୨ଟାରୁ ଦେଶରେ ସିଏଏ ଲାଗୁ ହୋଇଯିବ। ସିଏଏକୁ ସଂସଦରେ ଗୃହୀତ ହେବାରେ ୫ ବର୍ଷ ବିତିଗଲାଣି। ଏବେ କେନ୍ଦ୍ର ସରକାର ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ସିଏଏ ଲାଗୁ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ କିଛି ସମୟ ଭିତରେ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରି ପାରନ୍ତି।
ସିଏଏ ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ିତ ହୋଇ ଭାରତରେ ଆସି ରହୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏହି ବିଧେୟକ ୨୦୧୯ରେ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଆଇନରେ ପରିଣତ ହୋଇଥିଲା।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଥିଲେ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସିଏଏରେ କୌଣସି ବ୍ୟକ୍ତି ନିଜର ନାଗରିକତା ହରାଇବେ ନାହିଁ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏଏର ଅନଲାଇନ ପୋର୍ଟାଲକୁ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତି କରିବା ପରେ ଏହାର ଡ୍ରାଇ ରନ ମଧ୍ୟ କରାଯାଇଛି। ସିଏଏର ସବୁଠୁ ଅଧିକ ଫାଇଦା ପଡ଼ୋଶୀ ଦେଶରୁ ଆସିଥିବା ସେହି ଶରଣାର୍ଥୀଙ୍କୁ ମିଳିବ ଯାହାଙ୍କ ପାଖରେ କୌଣସି ପ୍ରକାରର କାଗଜପତ୍ର ନାହିଁ। ଆଉ ସେହିମାନଙ୍କୁ ଭାରତୀୟ ନାଗରିକ ମିଳିବାରେ ସିଏଏ ବେଶ ସହାୟକ ହେବ।