ଦେଶରେ ଇଂରାଜୀ କହୁଥିବା ଲୋକେ ଖୁବ୍‌ଶୀଘ୍ର ଦିନେ ଲଜ୍ଜାବୋଧ କରିବେ: ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଭାଷା ବିବାଦ ଲାଗି ରହିଥିବା ବେଳେ ଇଂରାଜୀ ଉପରେ ଟିପ୍ପଣୀ କରି ପୁଣି ଏକ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦେଶରେ ଯେଉଁମାନେ ଇଂରାଜୀ କହୁଛନ୍ତି ସେମାନେ ଖୁବ୍‌ଶୀଘ୍ର ଲଜ୍ଜିତ ହେବେ ବୋଲି ଶାହ କହିଛନ୍ତି। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୃହମନ୍ତ୍ରୀ ମାତ୍ରୁ ଭାଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାତୃଭାଷା ଭାରତର ପରିଚୟର କେନ୍ଦ୍ରବିନ୍ଦୁ ଏବଂ ବିଦେଶୀ ଭାଷା ଅପେକ୍ଷା ଏହାକୁ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ଶାହ କହିଛନ୍ତି। ଗୃହମନ୍ତ୍ରୀ ଆହୁରି କହିଛନ୍ତି “ଏହି ଦେଶରେ, ଯେଉଁମାନେ ଇଂରାଜୀ କୁହନ୍ତି ସେମାନେ ଶୀଘ୍ର ଲଜ୍ଜିତ ହେବେ। ଏହିପରି ସମାଜର ନିର୍ମାଣ ହେବା ଆଉ ବେଶି ଦୂର ନୁହେଁ। ମୋ ମୋତରେ ଆମ ଦେଶର ଭାଷାଗୁଡ଼ିକ ଆମ ସଂସ୍କୃତିର ରତ୍ନ। ଆମ ଭାଷା ବିନା, ଆମେ ପ୍ରକୃତ ଭାରତୀୟ ହୋଇପାରିବା ନାହିଁ।”ଏଥିସହିତ ଗୃହମନ୍ତ୍ରୀ ଭାରତର ଭାଷାଗତ ଐତିହ୍ୟକୁ ପୁନରୁଦ୍ଧାର କରିବା ପାଇଁ ସାରା ଦେଶରେ ଏକ ନୂଆ ପ୍ରୟାସ ଆରମ୍ଭ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଏବଂ ଇଂରାଜୀ ଭାଷକୁ କଟାକ୍ଷ କରି ଶାହ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଦିନେ ସାରା ବିଶ୍ୱରେ ଇଂରାଜୀ ଭାଷାକୁ ଉପନିବେଶବାଦୀ ଦାସତ୍ୱର ପ୍ରତୀକ ଭାବରେ ଦେଖାଯିବ।ଗୃହମନ୍ତ୍ରୀ କହିଛନ୍ତି “ଆମ ଦେଶ, ଆମର ସଂସ୍କୃତି, ଆମର ଇତିହାସ ଏବଂ ଆମର ଧର୍ମକୁ ବୁ

ଦେଶରେ ଇଂରାଜୀ କହୁଥିବା ଲୋକେ ଖୁବ୍‌ଶୀଘ୍ର ଦିନେ ଲଜ୍ଜାବୋଧ କରିବେ: ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଭାଷା ବିବାଦ ଲାଗି ରହିଥିବା ବେଳେ ଇଂରାଜୀ ଉପରେ ଟିପ୍ପଣୀ କରି ପୁଣି ଏକ ନୂଆ ବିବାଦକୁ ଜନ୍ମ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦେଶରେ ଯେଉଁମାନେ ଇଂରାଜୀ କହୁଛନ୍ତି ସେମାନେ ଖୁବ୍‌ଶୀଘ୍ର ଲଜ୍ଜିତ ହେବେ ବୋଲି ଶାହ କହିଛନ୍ତି। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୃହମନ୍ତ୍ରୀ ମାତ୍ରୁ ଭାଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାତୃଭାଷା ଭାରତର ପରିଚୟର କେନ୍ଦ୍ରବିନ୍ଦୁ ଏବଂ ବିଦେଶୀ ଭାଷା ଅପେକ୍ଷା ଏହାକୁ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ଶାହ କହିଛନ୍ତି। 

ଗୃହମନ୍ତ୍ରୀ ଆହୁରି କହିଛନ୍ତି “ଏହି ଦେଶରେ, ଯେଉଁମାନେ ଇଂରାଜୀ କୁହନ୍ତି ସେମାନେ ଶୀଘ୍ର ଲଜ୍ଜିତ ହେବେ। ଏହିପରି ସମାଜର ନିର୍ମାଣ ହେବା ଆଉ ବେଶି ଦୂର ନୁହେଁ। ମୋ ମୋତରେ ଆମ ଦେଶର ଭାଷାଗୁଡ଼ିକ ଆମ ସଂସ୍କୃତିର ରତ୍ନ। ଆମ ଭାଷା ବିନା, ଆମେ ପ୍ରକୃତ ଭାରତୀୟ ହୋଇପାରିବା ନାହିଁ।”

ଏଥିସହିତ ଗୃହମନ୍ତ୍ରୀ ଭାରତର ଭାଷାଗତ ଐତିହ୍ୟକୁ ପୁନରୁଦ୍ଧାର କରିବା ପାଇଁ ସାରା ଦେଶରେ ଏକ ନୂଆ ପ୍ରୟାସ ଆରମ୍ଭ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଏବଂ ଇଂରାଜୀ ଭାଷକୁ କଟାକ୍ଷ କରି ଶାହ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଦିନେ ସାରା ବିଶ୍ୱରେ ଇଂରାଜୀ ଭାଷାକୁ ଉପନିବେଶବାଦୀ ଦାସତ୍ୱର ପ୍ରତୀକ ଭାବରେ ଦେଖାଯିବ।

ଗୃହମନ୍ତ୍ରୀ କହିଛନ୍ତି “ଆମ ଦେଶ, ଆମର ସଂସ୍କୃତି, ଆମର ଇତିହାସ ଏବଂ ଆମର ଧର୍ମକୁ ବୁଝିବା ପାଇଁ, କୌଣସି ବିଦେଶୀ ଭାଷା ଯଥେଷ୍ଟ ନୁହେଁ। ଅଧା ବିଦେଶୀ ଭାଷା ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଭାରତର କଳ୍ପନା କରାଯାଇପାରିବ ନାହିଁ।" ଏହି ଯୁଦ୍ଧ କେତେ କଷ୍ଟକର ମୁଁ ଜାଣେ। କିନ୍ତୁ ମୋର ପୂରା ବିଶ୍ୱାସ ଯେ ଭାରତୀୟ ସମାଜ ଏଥିରେ ବିଜୟ ଲାଭ କରିବ। ପୁଣି ଥରେ, ସ୍ୱାଭିମାନର ସହିତ, ଆମେ ଆମ ଦେଶକୁ ଆମ ନିଜ ଭାଷାରେ ଚଲାଇବୁ ଏବଂ ବିଶ୍ୱର ମଧ୍ୟ ନେତୃତ୍ୱ ନେବୁ।" 

ବର୍ତ୍ତମାନ ଦେଶରେ ବାଷା ବିବାଦ ଚରମ ସୀମାରେ ରହିଛି। ମହାରାଷ୍ଟ୍ର ଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ରାଜ୍ୟ ସବୁ ହିନ୍ଦୀକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ନୂଆ ଶିକ୍ଷା ନୀତି (NEP)ରେ 'ତ୍ରି-ଭାଷା ସୂତ୍ର' କାର୍ଯ୍ୟକାରୀ କରି ହିନ୍ଦୀକୁ ଲଦିବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଶାସିତ ରାଜ୍ୟରେ ଅଭିଯୋଗ ହେଉଛି। 

ବିଶେଷ କରି ତାମିଲନାଡୁରେ ଏହାକୁ ଘୋର ବିରୋଧ କରାଯାଉଛି। ସେହିପରି କର୍ଣ୍ଣାଟକ, ପଶ୍ଚିମବଙ୍ଗରେ ମଧ୍ୟ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି।