ଦେଶରେ ଏବେ ବୟକଟ ତୁର୍କିଏ ନାରା: ସାମଗ୍ରୀ ବର୍ଜନ ସହ ଟ୍ରାଭେଲ୍,ବାଣିଜ୍ୟ ବନ୍ଦ ହେଲେ କାହାର ହେବ ଅଧିକ କ୍ଷତି?
ଭୁବନେଶ୍ୱର: ଆତଙ୍କବାଦୀ ସଫେଇ ଅଭିଯାନ ଅପରେସନ ସିନ୍ଦୂରରେ ବିଚଳିତ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିଲା ଯୁଦ୍ଧ ପରିସ୍ଥିତି। ପାକିସ୍ତାନର ସବୁ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ପଣ୍ଡ କରିଥିଲା ଭାରତ। ଦୁଇ ଦେଶର ମୁହାଁମୁହିଁ ସ୍ଥିତିରେ ତୃତୀୟ ପକ୍ଷ ତୁର୍କୀଏ ଥିଲା ଏଥିରେ ଅସଲ ଖଳନାୟକ। ତୁର୍କିଏ ପାକିସ୍ତାନକୁ କେବଳ ଅସ୍ତ୍ରଶସ୍ତ୍ର ଦେଇ ନଥିଲା ବରଂ ଡ୍ରୋନ୍ ଅପରେଟର ବି ପଠାଇଥିଲା। ତୁର୍କୀଏର ଏଭଳି କୃତଘ୍ନ କାର୍ଯ୍ୟ ପାଇଁ ଭାରତ କ୍ଷୁବ୍ଧ ହୋଇଛି। ଦେଶର ଏବେ ସବୁଆଡ଼େ ବୟକଟ ତୁର୍କୀଏ ନାରା ଟ୍ରେଣ୍ଡ କରୁଛି। ଏଥିରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଛିନ୍ନ ହେବାକୁ ବସିଛି। ପଢନ୍ତୁ ରିପୋର୍ଟ...ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରି ଫସିଲା ତୁର୍କୀଏ। ଏବେ ଭାରତରେ ଜୋର ଧରିଛି ବୟକଟ ତୁର୍କୀଏ ନାରା। କେବଳ ତୁର୍କୀଏ ନୁହେଁ ଅଜରବାଇଜାନ ବି ପାକିସ୍ତାନକୁ ସମର୍ଥନ କରି ଭାରତର କ୍ରୋଧର କାରଣ ହୋଇଛି। ବର୍ତ୍ତମାନ ଭାରତ ଏହି ଦୁଇ ଦେଶକୁ ଚାରିଆଡ଼ୁ ଘେରିବାକୁ ଉଦ୍ୟମ କରୁଛି। କୂଟନୈତିକ ଓ ବ୍ୟବସାୟୀକ ସ୍ତରରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀକ ସଂଗଠନ ତୁର୍କୀଏ ଓ ଅଜରବାଇଜାନକୁ ସମ୍ପୂର୍ଣ୍ଣ ବୟକଟ୍ କରିଛନ୍ତି। ଏନେଇ ଶୁକ୍ରବାର ଦିଲ୍ଲୀରେ ସର୍ବଭାରତୀ
ଭୁବନେଶ୍ୱର: ଆତଙ୍କବାଦୀ ସଫେଇ ଅଭିଯାନ ଅପରେସନ ସିନ୍ଦୂରରେ ବିଚଳିତ ହୋଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିଲା ଯୁଦ୍ଧ ପରିସ୍ଥିତି। ପାକିସ୍ତାନର ସବୁ ଆକ୍ରମଣକୁ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ପଣ୍ଡ କରିଥିଲା ଭାରତ। ଦୁଇ ଦେଶର ମୁହାଁମୁହିଁ ସ୍ଥିତିରେ ତୃତୀୟ ପକ୍ଷ ତୁର୍କୀଏ ଥିଲା ଏଥିରେ ଅସଲ ଖଳନାୟକ। ତୁର୍କିଏ ପାକିସ୍ତାନକୁ କେବଳ ଅସ୍ତ୍ରଶସ୍ତ୍ର ଦେଇ ନଥିଲା ବରଂ ଡ୍ରୋନ୍ ଅପରେଟର ବି ପଠାଇଥିଲା। ତୁର୍କୀଏର ଏଭଳି କୃତଘ୍ନ କାର୍ଯ୍ୟ ପାଇଁ ଭାରତ କ୍ଷୁବ୍ଧ ହୋଇଛି। ଦେଶର ଏବେ ସବୁଆଡ଼େ ବୟକଟ ତୁର୍କୀଏ ନାରା ଟ୍ରେଣ୍ଡ କରୁଛି। ଏଥିରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଛିନ୍ନ ହେବାକୁ ବସିଛି। ପଢନ୍ତୁ ରିପୋର୍ଟ...

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରି ଫସିଲା ତୁର୍କୀଏ। ଏବେ ଭାରତରେ ଜୋର ଧରିଛି ବୟକଟ ତୁର୍କୀଏ ନାରା। କେବଳ ତୁର୍କୀଏ ନୁହେଁ ଅଜରବାଇଜାନ ବି ପାକିସ୍ତାନକୁ ସମର୍ଥନ କରି ଭାରତର କ୍ରୋଧର କାରଣ ହୋଇଛି। ବର୍ତ୍ତମାନ ଭାରତ ଏହି ଦୁଇ ଦେଶକୁ ଚାରିଆଡ଼ୁ ଘେରିବାକୁ ଉଦ୍ୟମ କରୁଛି। କୂଟନୈତିକ ଓ ବ୍ୟବସାୟୀକ ସ୍ତରରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀକ ସଂଗଠନ ତୁର୍କୀଏ ଓ ଅଜରବାଇଜାନକୁ ସମ୍ପୂର୍ଣ୍ଣ ବୟକଟ୍ କରିଛନ୍ତି।

ଏନେଇ ଶୁକ୍ରବାର ଦିଲ୍ଲୀରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଏକ ବୈଠକ ବସିଥିଲା। ଯେଉଁଥିରେ ୨୪ଟି ରାଜ୍ୟର ପ୍ରତିନିଧି ଭାଗ ନେଇଥିଲେ। ବୈଠକରେ ଦୁଇ ଦେଶକୁ ବୟକଟ କରିବାକୁ ରାଜ୍ୟଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଏନେଇ ଦିଲ୍ଲୀ ଚାନ୍ଦିନି ଚୌକ ସାଂସଦ ତଥା ସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ତୁର୍କୀଏ ଓ ଅଜରବାଇଜାନ୍ ସହ ସବୁ ବ୍ୟବସାୟ ବନ୍ଦ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। କାରଣ ସେମାନେ ଭାରତ ବିରୋଧରେ ଲଢ଼ୁଥିବା ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ତେଣୁ ଏହି ଦୁଇ ଦେଶ ସହ କୌଣସି ଆମଦାନୀ ଓ ରପ୍ତାନୀ କାରବାର ହେବ ନାହିଁ। ଏହି ଦୁଇ ଦେଶରେ କୌଣସି ସିନେମା କିମ୍ବା ବିଜ୍ଞାପନ ଶୁଟିଂ ନ କରିବାକୁ ମଧ୍ୟ ଭାରତୀୟ କମ୍ପାନିଗୁଡ଼ିକୁ ବ୍ୟବସାୟୀମାନେ ଆହ୍ୱାନ ଦେଇଛନ୍ତି। ତୁର୍କୀଏ ଏବଂ ଅଜରବାଇଜାନ ଭାରତ ଠାରୁ ସହଯୋଗ ପାଇ ଭାରତ ପ୍ରତି କୃତଘ୍ନ ହୋଇଛନ୍ତି ବୋଲି ବ୍ୟବସାୟୀ ମହାସଂଘ କହିଛି।
ଏପଟେ ଭାରତୀୟ ବିମାନ କମ୍ପାନି ଇଣ୍ଡିଗୋ ଓ ଟର୍କୀସ୍ ଏୟାରଲାଇନ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ଏୟାର ଇଣ୍ଡିଆ ପକ୍ଷରୁ ବିରୋଧ କରାଯାଇଛି। ଦୁଇ କମ୍ପାନି ମଧ୍ୟରେ ହୋଇଥିବା ଲିଜ୍ ବୁଝାମଣାକୁ ଆଉ ନ ବଢ଼ାଇବାକୁ ଏୟାର ଇଣ୍ଡିଆ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଛି। ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ମଧ୍ୟ ତୁର୍କୀ କମ୍ପାନୀ ସେଲେବି ସହ ସମ୍ପର୍କ ଛିନ୍ନ କରିଛି। ସେଲିବି ବିଭିନ୍ନ ବିମାନବନ୍ଦରରେ ଗ୍ରାଉଣ୍ଡ୍ ସର୍ଭିସ୍ କାର୍ଯ୍ୟରେ ନିୟୋଜିତ ଥିଲା।
ପଢ଼ନ୍ତୁ- ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି, ଆପଲ୍ ସିଇଓଙ୍କୁ ଦେଲେ ଚେତାବନୀ
ଓଡ଼ିଶାରେ ବି ତୁର୍କିଏ ବୟକଟ ନାରା ଜୋର୍ ଧରିଛି। ତୁର୍କୀଏ ବିଭିନ୍ନ ସାମଗ୍ରୀକୁ ରାଜ୍ୟବ୍ୟାପୀ ବର୍ଜନ କରାଯାଉଛି। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହର ଓ ଅଞ୍ଚଳଗୁଡ଼ିକରେ ‘ବୟକଟ୍ ତୁର୍କୀ’କୁ ଲୋକମାନେ ସମର୍ଥନ କରିଛନ୍ତି। ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ତୁର୍କୀଏର କୌଣସି ଜିନିଷ କାରବାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ତୁର୍କୀଏ ସହିତ ବ୍ୟବସାୟ ଏତେ ଅଧିକ ନାହିଁ। ରାଜ୍ୟରେ ବିକ୍ରି ହେଉଥିବା ସେଓ ମଧ୍ୟରୁ ତୁର୍କୀରୁ ଆସୁଥିବା ସେଓର ଭାଗ ୧ ପ୍ରତିଶତରୁ ବି କମ୍ ରହିଛି। କେବଳ କିଛି ବଡ଼ ବଡ଼ ହୋଟେଲ୍ ଓ ରେସ୍ତୋରାଁକୁ ବାଦ୍ ଦେଲେ ସାଧାରଣରେ ତୁର୍କୀଏରୁ ଆସୁଥିବା ସେଓ ଅତି ଅଳ୍ପ ମାତ୍ରାରେ ବିକ୍ରି ହୋଇଥାଏ। ସେହି ବିକ୍ରି ଏବେ ବନ୍ଦ ହୋଇଯାଇଛି। ତୁର୍କୀଏ ସେଓର ବିକଳ୍ପ ଭାବେ ସିମ୍ଲା ଓ କାଶ୍ମୀର ସେଓ ରହିଛି। ତୁର୍କୀଏରୁ ଏଭଳି କୌଣସି ଜିନିଷ ରାଜ୍ୟକୁ ଆସୁନାହିଁ ଯାହାକୁ ଅତ୍ୟାବଶ୍ୟକ ସାମଗ୍ରୀ କୁହାଯାଇପାରିବ। ତେଣୁ ସେଠାରୁ ଆସୁଥିବା ସବୁ ଜିନିଷର ବିକ୍ରି ବନ୍ଦ କରିଦେଲେ କିଛି ଅସୁବିଧା ହେବ ନାହିଁ ବୋଲି ସୁଧାରକର ପଣ୍ଡା କହିଛନ୍ତି। ତୁର୍କୀଏ ସେଓ ବିକ୍ରି ନ କରିବା ଲାଗି ବ୍ୟବସାୟୀମାନଙ୍କୁ ମହାସଂଘ ପକ୍ଷରୁ ଅବଗତ କରାଯାଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏକ ରିପୋର୍ଟ ଅନୁସାରେ ତୁର୍କୀଏ ସେଓର ମାନ ଉନ୍ନତ ଓ ଦାମ ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ସେଠାରୁ ସେଓ ଆମଦାନୀ କରାଯାଇଥାଏ। ତୁର୍କୀଏର ସେଓ ସାଧାରଣତଃ ମିଠା ଏବଂ ରସଯୁକ୍ତ ହୋଇଥାଏ। ଯେଉଁ କାରଣରୁ ଏହାର ଚାହିଦା ଭାରତରେ ଅଧିକ। ବିଗତ ବର୍ଷମାନଙ୍କରେ ତୁର୍କୀଏରୁ ଭାରତକୁ ସେଓ ଆମଦାନୀ ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୫୬୩ କୋଟି ଟଙ୍କା, ୨୦୨୨-୨୩ରେ ୭୩୯ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୮୨୧ କୋଟି ଟଙ୍କାର ସେଓ ତୁର୍କୀଏରୁ ଆମଦାନୀ କରାଯାଇଥିଲା।

ଏହି ତଥ୍ୟରୁ ଜଣାପଡ଼ୁଛି ତୁର୍କୀରୁ ସେଓ ଆମଦାନୀ ଲଗାତାର ବଢ଼ୁଛି। ତୁର୍କୀଏ ସେଓର ଚାହିଦା ଭାରତୀୟ ବଜାରରେ ଅଫ୍ ସିଜିନ୍ ଅଧିକ ରହିଥାଏ। କାରଣ ଭାରତୀୟ ସେଓ ସିଜିନରେ ପ୍ରଚୁର ମାତ୍ରାରେ ମିଳୁଥିବା ବେଳେ ଅଫ୍ ସିଜିନ୍ରେ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼େ। ଏଭଳି ଭାବରେ ତୁର୍କୀଏ ସେଓର ସିଧା ପ୍ରଭାବ ଘରୋଇ ସେଓ ଉତ୍ପାଦନ ଉପରେ ପଡ଼ିଥାଏ। ହେଲେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ପରଠୁ ଏହାର ବହିଷ୍କାର କରାଯାଉଛି। ଫଳରେ ଏହାର ଚାହିଦାରେ ୫୦% ହ୍ରାସ ଦେଖିବାକୁ ମିଳିଛି। ବହିଷ୍କାର କାରଣରୁ ବ୍ୟବସାୟୀ ଏବେ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ୱାଶିଂଟନ, ଇରାନ ଏବଂ ନ୍ୟୁଜିଲାଣ୍ଡରୁ ସେଓ ମଗାଉଛନ୍ତି। ଏହି କାରଣରୁ ତୁର୍କୀଏକୁ ବଡ଼ କ୍ଷତି ହୋଇପାରେ। ଏସିଆର ସର୍ବବୃହତ ଫଳ ଓ ପନିପରିବା ପାଇକାରୀ ବଜାର ଦିଲ୍ଲୀର ଆଜାଦପୁର ମଣ୍ଡି ପକ୍ଷରୁ ତୁର୍କୀଏରୁ ସେଓ ଆମଦାନି ବନ୍ଦ କରାଯାଇଥିବା ଘୋଷଣା କରାଯାଇଛି।
ପଢନ୍ତୁ- ବିଶ୍ୱ ଅର୍ଥନୀତି ଟଳମଳ, ହେଲେ ଏବେ ବି ଚମକୁଛି ଭାରତ: ଜାତିସଂଘର ଅନୁମାନ ୬.୩% ଅଭିବୃଦ୍ଧି କରିବ ଦେଶ
ସେପଟେ ଭାରତୀୟ ଟ୍ରାଭେଲ ଅପରେଟରମାନେ ମଧ୍ୟ ତୁର୍କୀଏ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ୩-୪ ଦିନରେ ତୁର୍କୀଏକୁ ୭୦ ପ୍ରତିଶତରୁ ବୁକିଂ ବାତିଲ ହୋଇଛି। ମେକ୍ମାଇଁଟ୍ରିପ୍ରେ ତୁର୍କୀଏ ଓ ଅଜରବୈଜାନ ବୁକିଂ ବାତିଲରେ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହିତ ନୂଆ ବୁକିଂରେ ମଧ୍ୟ ୬୦ ପ୍ରତିଶତ ହ୍ରାସ ଘଟିଛି।

ଭାରତୀୟ ଟ୍ରାଭେଲ ଅପରେଟର ସଂଘ (ପୂର୍ବାଞ୍ଚଳ)ର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି ଯେ ତୁର୍କୀଏ ପର୍ଯ୍ୟଟନର ପ୍ରଚାର-ପ୍ରସାର ନ କରିବା ଲାଗି ଟ୍ରାଭେଲ୍ ଅପରେଟରମାନେ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ତୁର୍କୀଏ ଭ୍ରମଣ ଉଦ୍ଦେଶ୍ୟରେ ହୋଇଥିବା ବୁକିଂର ୭୦ ପ୍ରତିଶତରୁ ଅଧିକ ବାତିଲ ହୋଇଗଲାଣି। କୌଣସି ନୂଆ ବୁକିଂ ଗ୍ରହଣ କରାଯାଉ ନାହିଁ ବୋଲି ମହାନ୍ତି କହିଛନ୍ତି। ଏନେଇ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା ଟ୍ୱିଟ୍ କରି କହିଛନ୍ତି ଯେ ତୁର୍କିଏ ଓ ଅଜରବାଇଜାନ ବୁଲିବାକୁ ଯାଇ ଭାରତୀୟମାନେ ଗତବର୍ଷ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏହି ଦୁଇ ଦେଶ ଆମ ଶତ୍ରୁ ରାଷ୍ଟ୍ରକୁ ସମର୍ଥନ କରୁଛି। ସେହିପରି ଇଜମାଇଁଟ୍ରିପ୍ର ସହ ପ୍ରତିଷ୍ଠାତା ନିଶାନ୍ତ ପିଟି କହିଛନ୍ତି ଯେ ଗତବର୍ଷ ୨,୮୭,୦୦୦ ଭାରତୀୟ ତୁର୍କୀଏ ଓ ୨,୪୩,୦୦୦ ଭାରତୀୟ ଅଜରବୈଜାନ ଭ୍ରମଣ କରିଥିଲେ। ଏହି ଦୁଇ ଦେଶର ଅର୍ଥନୀତି ଓ ନିଯୁକ୍ତି ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ତେଣୁ ଏହାକୁ ବନ୍ଦ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଟ୍ରାଭେଲ୍ କ୍ୟାନସଲ ହେଲେ ତୁର୍କୀଏ ଏବଂ ଅଜରବାଇଜାନର ଅର୍ଥବ୍ୟବସ୍ଥା, ଖାସ କରି ତାଙ୍କର ପର୍ଯ୍ୟଟନ କ୍ଷେତ୍ରକୁ ବେଶ୍ କ୍ଷତି ହୋଇପାରେ।
୨୦୨୪ର ତଥ୍ୟ ଅନୁସାରେ ପ୍ରାୟ ୬୨.୨ ମିଲିୟନ ବିଦେଶୀ ପର୍ଯ୍ୟଟକ ତୁର୍କିଏ ଭ୍ରମଣରେ ଆସିଥିଲେ। ଯେଉଁଥିରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ଥିଲା। ୨୦୨୪ରେ ପର୍ଯ୍ୟଟନରୁ ତୁର୍କିଏ ମୋଟ ୬୧.୧ ବିଲିୟନ ଡଲାରର ରାଜସ୍ୱ ଆୟ କରିଥିଲେ। ଯେଉଁଥିରେ କେବଳ ଭାରତୀୟମାନେ ୨୯୧.୬ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ। ତେଣୁ ଯଦି ଭାରତୀୟ ପର୍ଯ୍ୟଟକ ବୟକଟ କରନ୍ତି ତେବେ ଏହା ତୁର୍କିଏକୁ ସିଧାସଳଖ ଆର୍ଥିକ କ୍ଷତି ପହଞ୍ଚାଇବ।

ପର୍ଯ୍ୟଟନ ଉପରେ ତୁର୍କୀଏର ନିର୍ଭରଶଳତା ରହିଥିଲେ ବି ଅନ୍ୟାନ୍ୟ ସାମଗ୍ରୀ ପାଇଁ ଏହି ଦେଶ ଭାରତ ଉପରେ ନିର୍ଭର କରିଥାଏ। ତୁର୍କିଏ ସହିତ ଭାରତର ଟ୍ରେଡ୍ ସରପ୍ଲସ୍ ରହିଛି। ଅର୍ଥାତ୍ ଭାରତ ଅଧିକ ରପ୍ତାନୀ କରୁଛି ଓ କମ୍ ଆମଦାନୀ କରୁଛି। ଏବେ ଆସନ୍ତୁ ଜାଣିବା ଭାରତ ଏବଂ ତୁର୍କୀଏ ମଧ୍ୟରେ କ’ଣ ସବୁ ଆମଦାନୀ ରପ୍ତାନୀ କରାଯାଉଛି। ଯଦି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ହୁଏ ତେବେ ଏଥିରେ କିଏ ଅଧିକ ପ୍ରଭାବିତ ହେବ?
ଭାରତ ମୁଖ୍ୟତଃ କୋଇଲା, ତେଲ, ଓ ନ୍ୟାଚୁରାଲ ଗ୍ୟାସ୍ ଭଳି ଜୀବାସ୍ମ ଇନ୍ଧନ, ଅଟୋ ପାର୍ଟସ, ମେସିନାରୀ, ଔଷଧ, କଟନ ଆଦି ରପ୍ତାନୀ କରିଥାଏ। ସେହିପରି ତୁର୍କୀଏରୁ ଭାରତ ମିନେରାଲ ଅଏଲ୍, ସୁନା, ମାର୍ବଲ, ସେଓ, ପରିବା, ସିମେଣ୍ଟ ଏବଂ କେମିକାଲ୍ସ ଆଦି ଆମଦାନୀ କରିଥାଏ। ତେବେ ତୁର୍କୀଏ ଭାରତକୁ ସବୁଠାରୁ ଅଧିକ ସେଓ ରପ୍ତାନୀ କରିଥାଏ। ୨୦୨୨ରେ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ତୁର୍କୀଏରେ ଭାରତୀୟ କମ୍ପାନୀମାନଙ୍କର ଉପସ୍ଥିତି ମୁଖ୍ୟତଃ ଅଟେମୋବାଇଲ, ଔଷଧ ଏବଂ ଆଇଟି ସେକ୍ଟରରେ ରହିଛି। ଯେତେବେଳେକି ତୁର୍କୀଏର ବ୍ୟବସାୟ ଭାରତର ଇନଫ୍ରାଷ୍ଟ୍ରକଚର ଏବଂ ଇଞ୍ଜିନିୟରିଂ ସେକ୍ଟରରେ ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ତୁର୍କୀଏ ବର୍ତ୍ତମାନ ଭାରତକୁ ୭୦ ପ୍ରତିଶତ ମାର୍ବଲ ରପ୍ତାନୀ କରୁଛି। ଯାହାକି ପ୍ରାୟ ବାର୍ଷିକ ୧୪ରୁ ୧୮ ଲକ୍ଷ ଟନ୍। ପ୍ରାୟ ୨୫୦୦ରୁ ୩ ହଜାର କୋଟି। ୧୨୫ଟି ମାର୍ବଲ ଫାର୍ମର ପ୍ରତିନଧିତ୍ୱ କରୁଥିବା ଉଦୟପୁର ମାର୍ବଲ ପ୍ରୋସେସର୍ସ ଆସୋସିଏନ ସରକାରଙ୍କୁ ତୁର୍କୀଏରୁ ମାର୍ବଲ ଆମଦାନୀ ଉପରେ ତତ୍କାଳ ରୋକ ଲଗାଇବାକୁ ଅନୁରୋଧ କରିଛନ୍ତି। ଆର୍ଥିକ ଲାଭ ବଦଳରେ ରାଷ୍ଟ୍ରୀୟ ସୁରକ୍ଷାକୁ ସେମାନେ ଅଧିକ ଗୁରୁତ୍ୱ ଦେଇଛନ୍ତି।
ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ, ଭାରତର ତୁର୍କୀଏ ସହ ଟ୍ରେଡ୍ ସରପ୍ଲସ ବା ବାଣିଜ୍ୟିକ ବଳକା ରହିଛି। କାରଣ ଭାରତ, ତୁର୍କୀଏକୁ ଆମଦାନୀ ତୁଳନାରେ ଅଧିକ ରପ୍ତାନୀ କରୁଛି। ତେବେ ଗତ ଆର୍ଥିକ ବର୍ଷରେ ରପ୍ତାନୀ ସାମାନ୍ୟ ହ୍ରାସ ପାଇଛି। ଏକ ରିପୋର୍ଟ ଅନୁସାରେ, ୨୦୨୪-୨୫ ଏପ୍ରିଲରୁ ଫେବ୍ରୁଆରୀ ମଧ୍ୟରେ ଭାରତ ତୁର୍କୀଏକୁ ୫.୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନୀ କରିଥିଲା। ଯାହା ୨୦୨୩-୨୪ରେ ୬.୬୫ ବିଲିୟନ ଡଲାର ତୁଳନାରେ କମ। ସେହିଭଳି ଏହି ସମାନ ଅବଧିରେ ଭାରତ ତୁର୍କୀଏ ଠାରୁ ୨.୮୪ ବିଲିୟନ ଡଲାରର ଆମଦାନୀ କରିଥିଲା। ଯାହା ଭାରତର ମୋଟ ବାର୍ଷିକ ୭୨୦ ବିଲିୟନ ଡଲାରର ଆମଦାନୀର ମାତ୍ର ୦.୫% ହେବ। ବ୍ୟବସାୟ ବନ୍ଦ ହେବାମାନେ ଉଭୟ ପକ୍ଷ ପ୍ରଭାବିତ ହେବେ। ହେଲେ ବେଶି ପ୍ରଭାଭିତ ହେବ ତୁର୍କିଏ। ତେବେ ଭାରତ ଏହି ଦେଶ ସହିତ ବ୍ୟବସାୟ କରି ଯେଉଁ ଲାଭ ପାଉଥିଲା ତାହା କମିଯାଇପାରେ।

୨୦୨୩ରେ ଭୂମିକମ୍ପରେ ତୁର୍କିଏ ସେତେବେଳେ ଛାରଖାରନ ହୋଇଯାଇଥିଲା, ସେତେବେଳେ ଭାରତ ଉତ୍ତମ ବନ୍ଧୁ ଭାବେ ଆଗ ସହଯୋଗର ହାତ ବଢାଇଥିଲା। ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ସମସ୍ତ ରିଲିଫ ସାମଗ୍ରୀ ପଠାଇଥିଲା। ହେଲେ କୃତଘ୍ନ ତୁର୍କିଏ ତା ଅସଲ ରୂପ ଦେଖାଇ ଦେଲା। ଭାରତ ଏବଂ ପାକିସ୍ତାନର ସଂଘର୍ଷ ମଧ୍ୟରେ ତୁର୍କୀଏ ପାକିସ୍ତାନକୁ ହତିଆର ଯୋଗାଇବା ସହ ତାକୁ ଖୋଲା ସମର୍ଥନ କରିଥିଲା। ତେବେ ଚୀନ ଏବଂ ରୁଷ ବଳରେ ତୁର୍କୀଏ ଏଭଳି ଦୁଃସାହସ କରୁଛି। ହେଲେ ଏହା ପଛର ଅସଲି କାରଣ କଣ ପଢନ୍ତୁ।
୨୦୨୩ରେ ପୂରା ତୁର୍କୀଏ ଭୂମିକମ୍ପରେ ଦୋହଲି ଉଠିଥିଲା। ଏଭଳି ବିପଦ ସମୟରେ ବୁନ୍ଧୁ ଭାବି ଭାରତ ଆଗ ତୁର୍କିଏକୁ ସହଯୋଗ କରିବାକୁ ବାହାରି ପଡ଼ିଥିଲା। ଆରମ୍ଭ ହୋଇଥିଲା ଅପରେସନ ଦୋସ୍ତୀ। ଆଉ ଏହି ଅପରେସନ ମାଧ୍ୟମରେ ଭାରତ ତୁର୍କିଏକୁ ସମସ୍ତ ମାନବୀୟ ସହାୟତା ଓ ରିଲିଫ ଯୋଗାଇଥିଲା। ହେଲେ ମାତ୍ର ୨ ବର୍ଷରେ ଭାରତର ସବୁ ସହଯୋଗକୁ ଭୁଲିଗଲା ତୁର୍କିଏ। ଭାରତର ବନ୍ଧୁତାରେ ବିଷ ଦେଇ ତୁର୍କିଏ ପାକିସ୍ତାନକୁ ଲଗାତାର ହତିଆର ଯୋଗାଇଲା, ଯାହା ବଳରେ ପାକିସ୍ତାନ ଭାରତର ନିରିହ ଜନତାଙ୍କ ରକ୍ତ ବୁହାଇଲା।
ତେବେ ଭାରତ ବିରୋଧରେ ତୁର୍କିଏର ଏ ଦୁଃସାହସ ଚୀନ-ରୁଷ ଠାରୁ ବଳ ପାଇ ହେଉଛି। କାରଣ ତୁର୍କିଏର ବାଣିଜ୍ୟିକ ସମ୍ପର୍କ ଏହି ଦୁଇ ଦେଶ ସହ ଭଲ ରହିଛି। ତୁର୍କୀଏ ନିଜର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ରୁଷ ଉପରେ ନିର୍ଭରଶୀଳ ରହିଛି। ୨୦୨୩ରେ ତୁର୍କୀଏ ରୁଷଠାରୁ ପ୍ରାୟ ୯୪ ହଜାର କୋଟି ଟଙ୍କାର ଆମଦାନୀ କରିଥିଲା। ୨୦୧୯ରେ ସେ ରୁଷ ଠାରୁ ଏସ-୪୦୦ ମିସାଇଲ ମଧ୍ୟ କିଣିଛି। ସେହିଭଳି ଚୀନ ସହ ମଧ୍ୟ ତୁର୍କୀର ବାଣିଜ୍ୟିକ ସମ୍ପର୍କ ଭଲ ରହିଛି। ଚୀନ୍ର ଇଭି କାର କମ୍ପାନି BYD ଗତ ବର୍ଷ ତୁର୍କୀଓଏରେ ୮.୫ ହଜାର କୋଟି ଟଙ୍କାର ନିବେଶ କରି ନିଜ ଫ୍ୟାକ୍ଟ୍ରି ଲଗାଇଛି।

ସେପଟେ ଭାରତ ସହିତ ତୁର୍କିଏର ବାଣିଜ୍ୟିକ ନିର୍ଭରଶୀଳତା କମ୍ ରହିଛି। ତା ଛଡ଼ା ତୁର୍କିଏ ପ୍ରଧାନମନ୍ତ୍ରୀ ରିସେପ ତୈୟବ ଏର୍ଦୋଗାନ ଜଣେ ମୌଳବାଦୀ ମୁସ୍ଲିମ ଚିନ୍ତାଧାରାର ନେତା ହୋଇଥିବାରୁ ସେ ପାକିସ୍ତାନକୁ ସମର୍ଥନ ଜଣାଇଥିବା କୁହାଯାଉଛି। ଏସବୁ ଭିତରେ ଯଦି ଭାରତ ତୁର୍କୀଏ ଉପରେ ସଂପୂର୍ଣ୍ଣ ବ୍ୟାନ୍ ଲଗାଉଛି, ତେବେ ତୁର୍କୀଏ ଠାରୁ ଆଣୁଥିବା ମେସିନ ଏବଂ ଅଟୋମୋବାଇଲ ପାର୍ଟସ ଭାରତ ସାଉଥ କୋରିଆ ଏବଂ ଜାପାନରୁ ଆମଦାନୀ କରିପାରେ। ତେଣୁ ଏଥିରେ ତୁର୍କିଏର କ୍ଷତି ହୋଇପାରେ। ଏହା ବାଦ୍ ସେଓ ଓ ପନିପରିବା ପାଇଁ ଭାରତ ପାଖରେ ମଧ୍ୟ ଘରୋଇ ମାର୍କେଟ ଓ ଅନ୍ୟ ବିକଳ୍ପ ମଧ୍ୟ ରହିଛି।
ସେପଟେ କୂଟନୈତିକ ସ୍ତରରେ ଦେଖିଲେ ଭାରତ ତୁର୍କୀଏକୁ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଘେରିପାରେ। ତୁର୍କୀଏ ଯେଉଁ ମାନବାଧିକାର ଉଲ୍ଲଘଂନ କରିଛି ଏହାକୁ ନେଇ ଭାରତ ମିଳିତ ଜାତିସଂଘରେ କଥା ଉଠାଇପାରେ। ଏହା ବ୍ୟତୀତ BRICS ଓ G20ରେ ମଧ୍ୟ ଭାରତ ବିରୋଧ କରିପାରେ। ଏହା ଦ୍ୱାରା ତୁର୍କୀଏ ଉପରେ ସିଧା ସଳଖ ପ୍ରଭାବ ପଡ଼ିବ। ତେବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରର ବ୍ୟାନ୍ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। ହେଲେ ଭାରତ ପକ୍ଷରୁ ଚାପ ପଡ଼ୁଥିଲେ ଏର୍ଦୋଗାନ ପୁଣିଥରେ ପାକିସ୍ତାନକୁ ଦୃଢ଼ ସମର୍ଥନ ଘୋଷଣା କରିଛନ୍ତି।