ଦେଶରେ ପେମେଣ୍ଟ ଠକେଇ ୭୦.୬୪% ବଢ଼ିଛି: ଅକ୍ଟୋବର-ମାର୍ଚ୍ଚ ମାଧ୍ୟରେ ୨,୬୦୪ କୋଟିର ଠକେଇ ହୋଇଛି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଦେଶରେ ପେମେଣ୍ଟ ନେଇ ଠକେଇ ବଢ଼ିବାରେ ଲାଗିଛି। ଘରୋଇ ପମେଣ୍ଟ ଠକେଇ ୭୦.୬୪ ପ୍ରତିଶତ ବଢ଼ି ଯାଇଛି। ଗତ ଆର୍ଥିକ ବର୍ଷର ଶେଷ ୬ ମାସ ମାର୍ଚ୍ଚ ୨୦୨୪ରେ ସରିଥିବା ବେଳେ ପେମେଣ୍ଟ ଠକେଇ  ୭୦.୬୪ ପ୍ରତିଶତ ବଢ଼ି ୨,୬୦୪ କୋଟି ହୋଇଛି। ଗତବର୍ଷ ସମାନ ଅବିଧିରେ ଠକେଇ ୧,୫୨୬ କୋଟି ଥିଲା।ସେହିପରି ଠକେଇ ମାମଲା ମଧ୍ୟ ଗତ ଆର୍ଥିକ ମାସର ଶେଷ ୬ ମାସରେ ୧୫.୫୧ ଲକ୍ଷ ଟଙ୍କା ହୋଇଛି। ଯାହା ଗତବର୍ଷ ସମାନ ଅବଧିରେ ୧୧.୫ ଲକ୍ଷ ଟଙ୍କା ଥିଲା ବୋଲି ଆର୍‌ବିଆଇ ଡାଟାରୁ ସୂଚନା ମିଳିଛି। ତେବେ କେବଳ ଘରୋଇ ଟ୍ରାଞ୍ଜାକ୍ସନ, ଇ-କମର୍ଶ ଟ୍ରାଞ୍ଜାକ୍ସନ, ଫାସ୍‌ଟ୍ୟାଗ ବ୍ୟବହାର ଦ୍ୱାରା ହୋଇଥିବ ଟ୍ରାଞ୍ଜାକ୍ସନ, ଡିଜିଟାଲ ବିଲ୍ ପେମେଣ୍ଟ, କାର୍ଡ ରୁ କାର୍ଡକୁ ହୋଇଥିବା ଟ୍ରାଞ୍ଜାକ୍ସନ ଓ ଏଟିଏମ୍‌ ଦ୍ୱାରା ହୋଇଥିବା ଟ୍ରାଞ୍ଜାକ୍ସନ୍‌ରେ ହୋଇଥିବା ଠକେଇକୁ ଆର୍‌ବିଆଇ ଗଣନା କରିଛି। ଏଥିରୁ ଟ୍ରାଞ୍ଜାକ୍ସନ ଫେଲ୍, ଚାର୍ଜ ବ୍ୟାକ୍, ରିଭର୍ସାଲ୍, ଏକ୍ସପାୟାର଼୍ କାର୍ଡ କିମ୍ବା ୱାଲେଟ ଦ୍ୱାରା ହୋଇଥିବା ଠକେଇକୁ ଗଣନା କରି ନାହିଁ। ପଢ଼ନ୍ତୁ- ୨୦୩୦ ସୁଦ୍ଧା ଇ-କମର୍ସର ତୃତୀୟ ସବୁଠୁ ବଡ଼ ବଜାର ପାଲଟିବ ଭାରତ, ଇଣ୍ଟରନେଟର ରହିବ ବଡ଼ ଭୂମିକାସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ(ଆର୍‌ଆର୍‌ବି ବ୍ୟତୀତ) ନନ୍ ବ୍ୟାଙ୍କ ପିପିଆଇ ୟୁଜର୍ସ ଓ ନନ୍‌ ବ୍ୟାଙ୍କ କ୍ରେଡିଟ୍ ୟୁଜର୍ସ ଓ ସିପିଏଫ୍‌ଆଇଆର୍‌ ଆ

ଦେଶରେ ପେମେଣ୍ଟ ଠକେଇ ୭୦.୬୪% ବଢ଼ିଛି: ଅକ୍ଟୋବର-ମାର୍ଚ୍ଚ ମାଧ୍ୟରେ ୨,୬୦୪ କୋଟିର ଠକେଇ ହୋଇଛି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଦେଶରେ ପେମେଣ୍ଟ ନେଇ ଠକେଇ ବଢ଼ିବାରେ ଲାଗିଛି। ଘରୋଇ ପମେଣ୍ଟ ଠକେଇ ୭୦.୬୪ ପ୍ରତିଶତ ବଢ଼ି ଯାଇଛି। ଗତ ଆର୍ଥିକ ବର୍ଷର ଶେଷ ୬ ମାସ ମାର୍ଚ୍ଚ ୨୦୨୪ରେ ସରିଥିବା ବେଳେ ପେମେଣ୍ଟ ଠକେଇ  ୭୦.୬୪ ପ୍ରତିଶତ ବଢ଼ି ୨,୬୦୪ କୋଟି ହୋଇଛି। ଗତବର୍ଷ ସମାନ ଅବିଧିରେ ଠକେଇ ୧,୫୨୬ କୋଟି ଥିଲା।

ସେହିପରି ଠକେଇ ମାମଲା ମଧ୍ୟ ଗତ ଆର୍ଥିକ ମାସର ଶେଷ ୬ ମାସରେ ୧୫.୫୧ ଲକ୍ଷ ଟଙ୍କା ହୋଇଛି। ଯାହା ଗତବର୍ଷ ସମାନ ଅବଧିରେ ୧୧.୫ ଲକ୍ଷ ଟଙ୍କା ଥିଲା ବୋଲି ଆର୍‌ବିଆଇ ଡାଟାରୁ ସୂଚନା ମିଳିଛି। ତେବେ କେବଳ ଘରୋଇ ଟ୍ରାଞ୍ଜାକ୍ସନ, ଇ-କମର୍ଶ ଟ୍ରାଞ୍ଜାକ୍ସନ, ଫାସ୍‌ଟ୍ୟାଗ ବ୍ୟବହାର ଦ୍ୱାରା ହୋଇଥିବ ଟ୍ରାଞ୍ଜାକ୍ସନ, ଡିଜିଟାଲ ବିଲ୍ ପେମେଣ୍ଟ, କାର୍ଡ ରୁ କାର୍ଡକୁ ହୋଇଥିବା ଟ୍ରାଞ୍ଜାକ୍ସନ ଓ ଏଟିଏମ୍‌ ଦ୍ୱାରା ହୋଇଥିବା ଟ୍ରାଞ୍ଜାକ୍ସନ୍‌ରେ ହୋଇଥିବା ଠକେଇକୁ ଆର୍‌ବିଆଇ ଗଣନା କରିଛି। ଏଥିରୁ ଟ୍ରାଞ୍ଜାକ୍ସନ ଫେଲ୍, ଚାର୍ଜ ବ୍ୟାକ୍, ରିଭର୍ସାଲ୍, ଏକ୍ସପାୟାର଼୍ କାର୍ଡ କିମ୍ବା ୱାଲେଟ ଦ୍ୱାରା ହୋଇଥିବା ଠକେଇକୁ ଗଣନା କରି ନାହିଁ। 

ପଢ଼ନ୍ତୁ- ୨୦୩୦ ସୁଦ୍ଧା ଇ-କମର୍ସର ତୃତୀୟ ସବୁଠୁ ବଡ଼ ବଜାର ପାଲଟିବ ଭାରତ, ଇଣ୍ଟରନେଟର ରହିବ ବଡ଼ ଭୂମିକା

ସିଡ୍ୟୁଲ୍ଡ କମର୍ସିଆଲ ବ୍ୟାଙ୍କ(ଆର୍‌ଆର୍‌ବି ବ୍ୟତୀତ) ନନ୍ ବ୍ୟାଙ୍କ ପିପିଆଇ ୟୁଜର୍ସ ଓ ନନ୍‌ ବ୍ୟାଙ୍କ କ୍ରେଡିଟ୍ ୟୁଜର୍ସ ଓ ସିପିଏଫ୍‌ଆଇଆର୍‌ ଆଦିରୁ ଠକେଇ ଡାଟା ସଂଗ୍ରହ କରାଯାଇଛି। କେବଳ ମାର୍ଚ୍ଚ ମାସରେ ୨.୫୭ ଲକ୍ଷ ପେମେଣ୍ଟ ଠକେଇ ହୋଇଥିବା ବେଳେ ଏଥିରେ ୪୭୧ କୋଟି ଲୁ୍ ହୋଇଛି। ସେହିପରି ଫେବ୍ରୁଆରୀରେ ୨.୫୩ ଲକ୍ଷ ଠକେଇ ହୋଇଥିବା ବେଳେ ଯେଉଁଥିରେ ୫୦୩ କୋଟି ଟଙ୍କାର ଠକେଇ ହୋଇଛି।