ଦେଶରେ ବଢୁଛି କୋଭିଡ-୧୯ ମାମଲା, ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ପୁଣି ଦେଶରେ କରୋନା ମାମଲାରେ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, କରୋନା ସଂକ୍ରମିତ ମାମଲା ୧୦୦୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ ୭୫୦ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି, ଯେଉଁଥିରେ କେରଳରେ ୪୦୦ ଏବଂ ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି । କେରଳ, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ମହାରାଷ୍ଟ୍ରରେ ମାମଲା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, କେରଳରେ ସଂକ୍ରମଣ […] The post ଦେଶରେ ବଢୁଛି କୋଭିଡ-୧୯ ମାମଲା, ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା appeared first on KNews Odisha.

ପୁଣି ଦେଶରେ କରୋନା ମାମଲାରେ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, କରୋନା ସଂକ୍ରମିତ ମାମଲା ୧୦୦୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ ୭୫୦ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି, ଯେଉଁଥିରେ କେରଳରେ ୪୦୦ ଏବଂ ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି । କେରଳ, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ମହାରାଷ୍ଟ୍ରରେ ମାମଲା ବଢିବାରେ ଲାଗିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, କେରଳରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି, ଯେଉଁଠାରେ ୪୦୦ ନୂତନ ମାମଲା ସହିତ ରାଜ୍ୟରେ ସକ୍ରିୟ ମାମଲାର ସଂଖ୍ୟା ୨୭୩କୁ ପହଞ୍ଚିଛି । ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଥିବା ବେଳେ ସକ୍ରିୟ ମାମଲାର ସଂଖ୍ୟା ୨୩ ରହିଛି । ଏହା ବ୍ୟତୀତ ମହାରାଷ୍ଟ୍ର (୫୬), ତାମିଲନାଡୁ (୬୬) ଏବଂ କର୍ଣ୍ଣାଟକ (୩୬), ପଶ୍ଚିମବଙ୍ଗ (୧୨),ରାଜସ୍ଥାନ (୧୩), ପଡୁଚେରୀ(୯), ଆନ୍ଧ୍ରପ୍ରଦେଶ (୪), ମଧ୍ୟପ୍ରଦେଶ(୨) ସହିତ ଅନ୍ୟ ରାଜ୍ୟରେ ମଧ୍ୟ ନୂତନ ମାମଲା ବୃଦ୍ଧି ଦେଖାଦେଇଛି ।
India’s COVID-19 update shows a total of 1009 active cases, with 752 cases confirmed recently. Kerala has the highest number of active cases at 430, followed by Maharashtra with 209, Delhi with 104, and Karnataka with 47. Some states like Andaman and Nicobar, Arunachal Pradesh,…
— ANI (@ANI) May 26, 2025
ଏହି ସଂକ୍ରମଣରେ ଜେଏନ.୧ ଓମିକ୍ରନର ଏକ ଉପ-ଭାରିଆଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ଭାରିଆଣ୍ଟକୁ ଏପର୍ଯ୍ୟନ୍ତ ‘ଚିନ୍ତାଜନକ ଭାରିଆଣ୍ଟ ଭାବେ ବୋଲି କୁହାଯାଇନାହିଁ । ଏହାର ଲକ୍ଷଣ ସାଧାରଣତଃ ହାଲୁକା ରହିଛି, ଯେପରିକି ଜ୍ୱର, ନାକ ବହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା ଏବଂ ଅବସାଦ। ଅଧିକାଂଶ ସଂକ୍ରମିତ ବ୍ୟକ୍ତି ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଉଠୁଛନ୍ତି।
ଦିଲ୍ଲୀ ସରକାର ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍ପିଟାଲଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ଜ୍ୱର ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଏବଂ ଜନଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭାରଦ୍ୱାଜ ।
Also Read : ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା : ହସ୍ପିଟାଲରେ ବେଡ୍, ଅକ୍ସିଜେନ, ଆଣ୍ଟିବାୟୋଟିକ୍ସ ଉପଲବ୍ଧ ପାଇଁ ଦିଆଯାଇଛି…
The post ଦେଶରେ ବଢୁଛି କୋଭିଡ-୧୯ ମାମଲା, ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା appeared first on KNews Odisha.