ଦେଶରେ ବେରୋଜଗାରୀ ହାରରେ ସାମାନ୍ୟ ହ୍ରାସ: ସର୍ଭେ ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ହାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ପିରିଅଡିକ ଲେବର୍ଶ ଫୋର୍ସ ସର୍ଭେର ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ଏପ୍ରିଲରୁ ଜୁନ ୨୦୨୪ ପର୍ଯ୍ୟନ୍ତ(୨୦୨୫ ପ୍ରଥ କ୍ୱାର୍ଟର)ରେ ୧୫ ବର୍ଷରୁ ଅଧିକ ବୟସର ବେରୋଜଗାରୀ ହାର ୬.୬ ପ୍ରତିଶତ ରହିଛି। ହେଲେ ୨୦୨୪ ଆର୍ଥିକ ବର୍ଷରେ ଏହି ହାର ୬.୭ ପ୍ରତିଶତ ରହିଥିଲା। ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ଏହି ତଥ୍ୟ ଜଣାପଡ଼ିଛି। ପୁରୁଷଙ୍କ ପାଇଁ, ବେକାରୀ ହାର ପୂର୍ବ ବର୍ଷର ୫.୯ ପ୍ରତିଶତରୁ ସାମାନ୍ୟ ହ୍ରାସ ପାଇ ୫.୮ ପ୍ରତିଶତକୁ ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ୯.୧ ପ୍ରତିଶତରୁ ୯.୦ ପ୍ରତିଶତକୁ ହ୍ରାସ ପାଇଛି। ଏହି ସର୍ଭେରୁ ଜଣାପଡିଛି ଯେ ୧୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସହରାଞ୍ଚଳରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର (LFPR) ଏକ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି। ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟରରେ ଏହା 48.8 ପ୍ରତିଶତ ଥିଲା। ହେଲେ ଆର୍ଥିକ ବର୍ଷ ୨୦୨୫ରେ ପ୍ରଥମ କ୍ୱାର୍ଟରରେ ଏହା ବଢ଼ି ୫୦.୧ ପ୍ରତିଶତ ହୋଇଛି। ପୁରୁଷଙ୍କ ପାଇଁ LFPR ୭୩.୫ ପ୍ରତିଶତରୁ ୭୪.୭ ପ୍ରତିଶତକୁ ଏବଂ ମହିଳାମାନଙ୍କ ପାଇଁ ୨୩.୨ ପ୍ରତିଶତରୁ ୨୫.୨ ପ୍ରତିଶତକୁ ବୃଦ୍ଧି ପାଇ ଲିଙ୍ଗଗତ ବୈଷମ୍ୟତା ଦୂର କରିବାରେ ସହାୟକ ହେଉଛି।
ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ହାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ପିରିଅଡିକ ଲେବର୍ଶ ଫୋର୍ସ ସର୍ଭେର ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ଏପ୍ରିଲରୁ ଜୁନ ୨୦୨୪ ପର୍ଯ୍ୟନ୍ତ(୨୦୨୫ ପ୍ରଥ କ୍ୱାର୍ଟର)ରେ ୧୫ ବର୍ଷରୁ ଅଧିକ ବୟସର ବେରୋଜଗାରୀ ହାର ୬.୬ ପ୍ରତିଶତ ରହିଛି। ହେଲେ ୨୦୨୪ ଆର୍ଥିକ ବର୍ଷରେ ଏହି ହାର ୬.୭ ପ୍ରତିଶତ ରହିଥିଲା। ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ଏହି ତଥ୍ୟ ଜଣାପଡ଼ିଛି।
ପୁରୁଷଙ୍କ ପାଇଁ, ବେକାରୀ ହାର ପୂର୍ବ ବର୍ଷର ୫.୯ ପ୍ରତିଶତରୁ ସାମାନ୍ୟ ହ୍ରାସ ପାଇ ୫.୮ ପ୍ରତିଶତକୁ ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ୯.୧ ପ୍ରତିଶତରୁ ୯.୦ ପ୍ରତିଶତକୁ ହ୍ରାସ ପାଇଛି।
ଏହି ସର୍ଭେରୁ ଜଣାପଡିଛି ଯେ ୧୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସହରାଞ୍ଚଳରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର (LFPR) ଏକ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି। ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟରରେ ଏହା 48.8 ପ୍ରତିଶତ ଥିଲା। ହେଲେ ଆର୍ଥିକ ବର୍ଷ ୨୦୨୫ରେ ପ୍ରଥମ କ୍ୱାର୍ଟରରେ ଏହା ବଢ଼ି ୫୦.୧ ପ୍ରତିଶତ ହୋଇଛି। ପୁରୁଷଙ୍କ ପାଇଁ LFPR ୭୩.୫ ପ୍ରତିଶତରୁ ୭୪.୭ ପ୍ରତିଶତକୁ ଏବଂ ମହିଳାମାନଙ୍କ ପାଇଁ ୨୩.୨ ପ୍ରତିଶତରୁ ୨୫.୨ ପ୍ରତିଶତକୁ ବୃଦ୍ଧି ପାଇ ଲିଙ୍ଗଗତ ବୈଷମ୍ୟତା ଦୂର କରିବାରେ ସହାୟକ ହେଉଛି।