ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା... The post ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା appeared first on .
ନନ୍ଦିଘୋଷ ବ୍ୟୁରୋ: ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଆଇପିସିର ସ୍ଥାନ ନେବ ନୂଆ ଫୌଜଦାରୀ ଆଇନ। ସରକାର ଏହାକୁ ନେଇ ଔପଚାରିକ ଘୋଷଣା ମଧ୍ୟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଡିସେମ୍ବରରେ ଏହି ୩ ବିଧେୟକକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ୧୮୬୦ର ଇଣ୍ଡିଆନ ପେନାଲ କୋଡ, ୧୯୭୩ ମସିହାର ସିଆରପିସି ଏବଂ ୧୮୭୨ ମସିହାର ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ ଏହି ନୂତନ ୩ ଆଇନ।
The post ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା appeared first on .