ଦେଶରେ ସରିଲା ନିର୍ବାଚନ; ଭୋଟ୍ ହାର ୬୨%, ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ

ନୂଆଦିଲ୍ଲୀ,: ୨୦୨୪ ଲୋକସଭା ମହାସଂଗ୍ରାମ ଶେଷ । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୭ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୭ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଜୁନ୍ ୪ତାରିଖରେ ନିର୍ବାଚନ ଫଳାଫଳ ଆସିବ । ତେବେ ନିର୍ବାଚନ କମିଶନଙ୍କ ଶେଷ ରିପୋର୍ଟ ମୁତାବକ ଦେଶରେ ହାରାହାରି ୬୨.୩୬% ମତଦାନ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୩.୭୯% ଭୋଟିଂ ହୋଇଥିବା ବେଳେ ବିହାରରେ  ସର୍ବନିମ୍ନ ୫୧.୯୨% ମତଦାନ ହୋଇଛି । ସେହିପରି ଝାଡ଼ଖଣ୍ଡରେ   ୭୦.୬୬% ମତଦାନ ହୋଇଥିବା ବେଳେ ହିମାଚଳ ପ୍ରଦେଶରେ ୭୦.୦୫%, ଚଣ୍ଡିଗଡ଼ରେ ୬୭.୯୦%,   ଓଡ଼ିଶାରେ ୭୦.୬୭%, ପଞ୍ଜାବରେ ୬୧.୩୨% ଏବଂ ଉତ୍ତର ପ୍ରଦେଶରେ ୫୫.୬୦% ମତଦାନ ହୋଇଛି । ଶେଷ ପର୍ଯ୍ୟାୟରେ ମଧ୍ୟ ପଶ୍ଚିମବଙ୍ଗରେ  ହିଂସା ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଭାଙ୍ଗରରେ  ସିପିଆଇ(ଏମ୍‌) ଏବଂ ଆଇଏସ୍‌ଏଫ୍‌ର କାର୍ଯ୍ୟକର୍ତ୍ତାମାନେ ଟିଏମ୍‌ସି ସମର୍ଥକଙ୍କ ବିରୋଧରେ  ବୋମା ଆକ୍ରମଣ ନେଇ ଅଭିଯୋଗ କରିଛନ୍ତି । ବୋମାମାଡ଼ ଦ୍ୱାରା ଆଇଏସ୍‌ଏଫ୍‌ର ଅନେକ କର୍ମୀ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା  ସକାଶେ ଏଠାରେ ପୋଲିସ ଲାଠି ଦ୍ୱାରା ଗୋଡ଼ାଇ  ଗୋଡ଼ାଇ ହିଂସା ସୃଷ୍ଟିକାରୀଙ୍କୁ ଘଉଡ଼ାଇ ଦେଇଛି ।  ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ମୋଟ୍ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି ।   ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଙ୍ଗନ

ଦେଶରେ ସରିଲା ନିର୍ବାଚନ; ଭୋଟ୍ ହାର ୬୨%, ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ

ନୂଆଦିଲ୍ଲୀ,: ୨୦୨୪ ଲୋକସଭା ମହାସଂଗ୍ରାମ ଶେଷ । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୭ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୭ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଜୁନ୍ ୪ତାରିଖରେ ନିର୍ବାଚନ ଫଳାଫଳ ଆସିବ । ତେବେ ନିର୍ବାଚନ କମିଶନଙ୍କ ଶେଷ ରିପୋର୍ଟ ମୁତାବକ ଦେଶରେ ହାରାହାରି ୬୨.୩୬% ମତଦାନ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୩.୭୯% ଭୋଟିଂ ହୋଇଥିବା ବେଳେ ବିହାରରେ  ସର୍ବନିମ୍ନ ୫୧.୯୨% ମତଦାନ ହୋଇଛି । ସେହିପରି ଝାଡ଼ଖଣ୍ଡରେ   ୭୦.୬୬% ମତଦାନ ହୋଇଥିବା ବେଳେ ହିମାଚଳ ପ୍ରଦେଶରେ ୭୦.୦୫%, ଚଣ୍ଡିଗଡ଼ରେ ୬୭.୯୦%,   ଓଡ଼ିଶାରେ ୭୦.୬୭%, ପଞ୍ଜାବରେ ୬୧.୩୨% ଏବଂ ଉତ୍ତର ପ୍ରଦେଶରେ ୫୫.୬୦% ମତଦାନ ହୋଇଛି । 

ଶେଷ ପର୍ଯ୍ୟାୟରେ ମଧ୍ୟ ପଶ୍ଚିମବଙ୍ଗରେ  ହିଂସା ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଭାଙ୍ଗରରେ  ସିପିଆଇ(ଏମ୍‌) ଏବଂ ଆଇଏସ୍‌ଏଫ୍‌ର କାର୍ଯ୍ୟକର୍ତ୍ତାମାନେ ଟିଏମ୍‌ସି ସମର୍ଥକଙ୍କ ବିରୋଧରେ  ବୋମା ଆକ୍ରମଣ ନେଇ ଅଭିଯୋଗ କରିଛନ୍ତି । ବୋମାମାଡ଼ ଦ୍ୱାରା ଆଇଏସ୍‌ଏଫ୍‌ର ଅନେକ କର୍ମୀ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା  ସକାଶେ ଏଠାରେ ପୋଲିସ ଲାଠି ଦ୍ୱାରା ଗୋଡ଼ାଇ  ଗୋଡ଼ାଇ ହିଂସା ସୃଷ୍ଟିକାରୀଙ୍କୁ ଘଉଡ଼ାଇ ଦେଇଛି ।  

ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ମୋଟ୍ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି ।   ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଙ୍ଗନା ରାଣାୱତ, ରବିଶଙ୍କର ପ୍ରସାଦ, କେନ୍ଦ୍ରମନ୍ତ୍ରୀ ଅନୁରାଗ  ସିଂହ ଠାକୁର, ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ,  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି  ଏବଂ ଭୋଜପୁରୀ ଅଭିନେତା ପୱନ ସିଂହ ପ୍ରମୁଖ  ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ  ଓ ପଞ୍ଜାବର ୧୩ ଲେଖାଏଁ ଆସନରେ ମତଦାନ  ହୋଇଛି । ସେହିଭଳି ପଶ୍ଚିମବଙ୍ଗର ୯, ବିହାରର ୮,   ଓଡ଼ିଶାର ୬, ହିମାଚଳ ପ୍ରଦେଶର ୪ ଓ ଝାଡ଼ଖଣ୍ଡର  ୩ଟି ଆସନରେ ଭୋଟିଂ ହୋଇଛି । ଏହାବ୍ୟତୀତ  କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ଏକମାତ୍ର  ଲୋକସଭା ଆସନରେ ବି ମତଦାନ ହୋଇଛି ।