ଦେଶି ବନ୍ଧୁକ ଏବଂ ମାରଣାସ୍ତ୍ର ସହ ଦୁଇ ସନ୍ଧିଗ୍ଧ ଗିରଫ; ଜମନକିରା ଥାନାରେ କୁଚିଣ୍ଡା ଏସଡିପିଓଙ୍କ ପ୍ରେସମିଟ୍

ଜମନକିରା ; ଗତ କାଲି ସନ୍ଧ୍ୟା ସମୟରେ ଜମନକିରା ପୋଲିସ ଏବଂ ଗୌଡ଼ପାଲି ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଜମନକିରା ଥାନା ଗୌଡପାଲି ଫାଣ୍ଡି ବଡବାହାଲ ଅଞ୍ଚଳରୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ। ଯାଞ୍ଚ ପରେ ତାଙ୍କ ପାଖରୁ ଦୁଇଟି ଧାରୁଆ ଅସ୍ତ୍ର ଏବଂ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲେ। ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଆଜି ପ୍ରେସମିଟରେ କୁଚିଣ୍ଡା ଏସଡିପିଓ […] The post ଦେଶି ବନ୍ଧୁକ ଏବଂ ମାରଣାସ୍ତ୍ର ସହ ଦୁଇ ସନ୍ଧିଗ୍ଧ ଗିରଫ; ଜମନକିରା ଥାନାରେ କୁଚିଣ୍ଡା ଏସଡିପିଓଙ୍କ ପ୍ରେସମିଟ୍ appeared first on Odisha.News.

ଦେଶି ବନ୍ଧୁକ ଏବଂ ମାରଣାସ୍ତ୍ର ସହ ଦୁଇ ସନ୍ଧିଗ୍ଧ ଗିରଫ; ଜମନକିରା ଥାନାରେ କୁଚିଣ୍ଡା ଏସଡିପିଓଙ୍କ ପ୍ରେସମିଟ୍

ଜମନକିରା ; ଗତ କାଲି ସନ୍ଧ୍ୟା ସମୟରେ ଜମନକିରା ପୋଲିସ ଏବଂ ଗୌଡ଼ପାଲି ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଜମନକିରା ଥାନା ଗୌଡପାଲି ଫାଣ୍ଡି ବଡବାହାଲ ଅଞ୍ଚଳରୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ। ଯାଞ୍ଚ ପରେ ତାଙ୍କ ପାଖରୁ ଦୁଇଟି ଧାରୁଆ ଅସ୍ତ୍ର ଏବଂ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲେ। ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଆଜି ପ୍ରେସମିଟରେ କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ପ୍ରକାଶ କରିଛନ୍ତି l
ପ୍ରକାଶ ଥାଉ କି କିଛି ଦିନ ପୂର୍ବରୁ ନିର୍ବାଚନ ପାଇଁ କୋଡ ଅଫ କଣ୍ଡକ୍ଟ ଲାଗିବା ଆଗରୁ ପୋଲିସ ତରଫରୁ ବନ୍ଧୁକ ରଖିଥିବା ପ୍ରତ୍ୟେକ ନାଗରିକ ଙ୍କୁ ନିଜ ନିଜର ବନ୍ଧୁକ ଥାନାରେ ଜମା ଦେବାପାଇଁ ସୂଚନା ଦେଇଥିଲେ। କିନ୍ତୁ ଆଜି ବଡବାହାଲ ଅଞ୍ଚଳରୁ ଦେଶୀ ଚୋରା ବନ୍ଧୁକ ଜବତ ହେବା ପରେ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡ଼ା କଡି କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଅଟକ ଥିବା ଦୁଇଜଣ ଯୁବକ ହେଲେ ବଡବାହାଲ ଗ୍ରାମର ଫକୀର ଛତ୍ରିଆ (୨୭)ଓ କିଶୋର କିସାନ (୨୨)ବୋଲି ଜଣା ପଡିଛି।

The post ଦେଶି ବନ୍ଧୁକ ଏବଂ ମାରଣାସ୍ତ୍ର ସହ ଦୁଇ ସନ୍ଧିଗ୍ଧ ଗିରଫ; ଜମନକିରା ଥାନାରେ କୁଚିଣ୍ଡା ଏସଡିପିଓଙ୍କ ପ୍ରେସମିଟ୍ appeared first on Odisha.News.