ଦେଶୀ ମଦ ଭାଟିରୁ ଡ଼କାୟତି, ଟଙ୍କା ଭର୍ତ୍ତି ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ଟିଟିଲାଗଡ଼ ୧।୧: ଟିଟିଲାଗଡ଼ ଥାନା ଶିକେର ଦେଶୀ ମଦ ଭାଟିରେ ହୋଇଛି ଡକାୟତି । କିଛି ମୁଖାପିନ୍ଧା ଦୃର୍ବୃତ୍ତମାନେ ଡ଼କାୟତି କରିଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭାଟିର କର୍ମଚାରୀ । ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବିଳମ୍ବିତ ରାତିରେ ବିଭିନ୍ନ ମାରଣାସ୍ତ୍ର ସହ ମଦଭାଟି ଭିତରକୁ ପଶିଥିଲେ । ପ୍ରଥମେ କର୍ମଚାରୀ ମାନଙ୍କୁ ପ୍ରବଳ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ପ୍ରାୟ ୯୦ ହଜାର ଟଙ୍କା ରଖାଯାଇଥିବା ଛୋଟ ଟିଣ ବାକ୍ସ ଧରି ଫେରାର ହୋଇଯାଇଥିଲେ । ମଦ ଭାଟିର ସିସିଟିଭି ଭାଙ୍ଗିବା ସହ ଡିଭିଆର ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ଟିଟିଲାଗଡ଼ ଓ ସଇଁତଳାର ଦୁଇଟି ପୋଲିସ ଟିମ ପହଞ୍ଚିବା ସହ ଡକାୟତି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।You Can Read:ଜିରୋ ନାଇଟ୍ ସେଲିବ୍ରେସନ ବେଳେ ବୁଲିଲା ଖଣ୍ଡା, ଦୁଇ ଜଣ ଗୁରୁତର

ଦେଶୀ ମଦ ଭାଟିରୁ ଡ଼କାୟତି, ଟଙ୍କା ଭର୍ତ୍ତି ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ଟିଟିଲାଗଡ଼ ୧।୧: ଟିଟିଲାଗଡ଼ ଥାନା ଶିକେର ଦେଶୀ ମଦ ଭାଟିରେ ହୋଇଛି ଡକାୟତି । କିଛି ମୁଖାପିନ୍ଧା ଦୃର୍ବୃତ୍ତମାନେ ଡ଼କାୟତି କରିଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭାଟିର କର୍ମଚାରୀ । ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବିଳମ୍ବିତ ରାତିରେ ବିଭିନ୍ନ ମାରଣାସ୍ତ୍ର ସହ ମଦଭାଟି ଭିତରକୁ ପଶିଥିଲେ । ପ୍ରଥମେ କର୍ମଚାରୀ ମାନଙ୍କୁ ପ୍ରବଳ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ପ୍ରାୟ ୯୦ ହଜାର ଟଙ୍କା ରଖାଯାଇଥିବା ଛୋଟ ଟିଣ ବାକ୍ସ ଧରି ଫେରାର ହୋଇଯାଇଥିଲେ । ମଦ ଭାଟିର ସିସିଟିଭି ଭାଙ୍ଗିବା ସହ ଡିଭିଆର ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ଟିଟିଲାଗଡ଼ ଓ ସଇଁତଳାର ଦୁଇଟି ପୋଲିସ ଟିମ ପହଞ୍ଚିବା ସହ ଡକାୟତି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

You Can Read:

ଜିରୋ ନାଇଟ୍ ସେଲିବ୍ରେସନ ବେଳେ ବୁଲିଲା ଖଣ୍ଡା, ଦୁଇ ଜଣ ଗୁରୁତର