ଦୋକାନରୁ ଘରକୁ ଫେରୁଥିଲେ, ଅଧାବାଟରୁ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ନେଲେ ଲୁଟେରା
ଯାଜପୁର ୦୨।୦୩ : ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ନେଇଗଲେ ସୁନା ବ୍ୟାଗ୍। ଯାଜପୁର ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କଠୁ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଲୁଟ୍ ସଂପର୍କରେ ଖବର ପାଇ ପୋଲିସ ଛାନ୍ଭିନ୍ ଜାରି ରଖିଛି ।ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ କାମ ସାରି ରାତିରେ ଘରକୁ ଫେରୁଥିଲେ। ସେହି ସମୟରେ ନରସିଂହପୁର ନିକଟରେ ୬ ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଛନ୍ତି। ଲୁଟେରା ମାନେ ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଗ୍ ରେ ଥିବା ସୁନା ଅଳଙ୍କାର ସହ କିଛି କାଗଜପତ୍ର ମଧ୍ୟ ଦୁର୍ବୃତ୍ତ ମାନେ ନେଇ ଯାଇଛନ୍ତି। ଘଟଣା ସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ଯାଜପୁର ୦୨।୦୩ : ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ନେଇଗଲେ ସୁନା ବ୍ୟାଗ୍। ଯାଜପୁର ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କଠୁ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଲୁଟ୍ ସଂପର୍କରେ ଖବର ପାଇ ପୋଲିସ ଛାନ୍ଭିନ୍ ଜାରି ରଖିଛି ।

ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ କାମ ସାରି ରାତିରେ ଘରକୁ ଫେରୁଥିଲେ। ସେହି ସମୟରେ ନରସିଂହପୁର ନିକଟରେ ୬ ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଛନ୍ତି। ଲୁଟେରା ମାନେ ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟାଗ୍ ରେ ଥିବା ସୁନା ଅଳଙ୍କାର ସହ କିଛି କାଗଜପତ୍ର ମଧ୍ୟ ଦୁର୍ବୃତ୍ତ ମାନେ ନେଇ ଯାଇଛନ୍ତି। ଘଟଣା ସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।